Posted inଖେଳ

ଡାକାର ରାଲିରେ ଗନ୍‌କ୍ଲେଭ୍ସଙ୍କ ମୃତ୍ୟୁ

ରିୟାଦ, ୧୩ା୧ (ପି.ଟି.)-ହିରୋ ମୋଟର ସ୍ପୋଟର୍‌ସ ଟିମ୍‌କୁ ଶକ୍ତ ଧକ୍କା ଲାଗିଛି। ସୌଦି ଆରବରେ ଚାଲିଥିବା ଡାକାର ରାଲିର ୭ମ ଷ୍ଟେଜ୍‌ ବେଳେ ଏହାର ପର୍ତ୍ତୁଗିଜ୍‌ ରାଇଡର ପଲୋ ଗନକ୍ଲେଭ୍ସଙ୍କ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୨୦୦୬ରେ ପଦାର୍ପଣପରଠାରୁ ୪୦ବର୍ଷୀୟ ପଲୋଙ୍କ ଏହା ଥିଲା ୧୩ତମ ଡାକାର ରାଲି । ରବିବାର ରାଜଧାନୀ ରିୟାଦଠାରୁ ଓ୍ବାଦି ଅଲ୍‌ ଦାଓ୍ବାସିର ପର୍ଯ୍ୟନ୍ତ ୨୭୬ କିଲୋମିଟର ସ୍ପେଶାଲ ଷ୍ଟେଜ୍‌ରେ ସେ ହୃଦ୍‌ଘାତରେ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ଖବରପାଇବାପରେ ଆୟୋଜକଗଣ ତାଙ୍କୁ ଏକ ମେଡିକାଲ ହେଲିକପ୍ଟରରେ ଲେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ୨୦୧୫ରେ ରନର୍ସଅପ୍‌ ହୋଇଥିବା ଗନ୍‌କ୍ଲେଭ୍ସ ଚଳିତ ସଂସ୍କରଣରେ ୪ଥର ଟପ୍‌ ଟେନ୍‌ରେ ରହିଥିଲେ। ସେ ୨୦୧୩ ଏଫଆଇଏମ୍‌ କ୍ରସ୍‌ କଣ୍ଟ୍ରି ରାଲି ଓ୍ବାଲର୍‌ଡ ଚାମ୍ପିୟନ ଟାଇଟଲ ଜିତିଥିଲେ। ୨୦୧୫ରେ ଆର୍ଜେଣ୍ଟିନାରେ ପୋଲଣ୍ଡ ମୋଟରସାଇକେଲ ରାଇଡର ମିଚାଲ ହେନରିକ୍‌ଙ୍କ ପରେ ଏହି କଷ୍ଟସାଧ୍ୟ ଇଭେଣ୍ଟରେ ମୃତ୍ୟୁ ବରଣ କରିବାରେ ଗନ୍‌କ୍ଲେଭ୍ସ ହେଉଛନ୍ତି ପ୍ରଥମ ପ୍ରତିଯୋଗୀ। ରବିବାର ୫୪୬ କିଲୋମିଟର ବିଶିଷ୍ଟ ଷ୍ଟେଜ୍‌ ଇଭେଣ୍ଟର ସବୁଠାରୁ ଦୀର୍ଘତମ। ସ୍ପେନ୍‌ର ଜୋହାନ ବାରେଡା ଜିତିଥିବାବେଳେ ଆମେରିକାର ରିକି ବ୍ରାବେକ୍‌ ଓଭର ଅଲ ଅଗ୍ରଣୀରେ ତାଙ୍କ ସ୍ଥାନ ଆହୁରି ମଜଭୁତ କରିଛନ୍ତି। ଅଷ୍ଟ୍ରେଲିଆର ତଥା ଗତଥରର ଚାମ୍ପିୟନ ଟୋବି ପ୍ରାଇସ୍‌ ବାରେଡାଙ୍କଠାରୁ ଏକ ଘଣ୍ଟା ଏବଂ ୨୦ ମିନିଟ ପଛରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ବାଟରେ ଅଟକି ସେ ଗନକ୍ଲେଭ୍ସଙ୍କୁ ସହାୟତା କରିଥିବାରୁ ତାଙ୍କ ପୋଜିଶନର ପୁନଃ ମୂଲ୍ୟାୟନ କରାଯିବ। ଅନ୍ୟପକ୍ଷରେ କାର୍‌ କାଟେଗୋରିରେ ଦୁଇଥର ଡାକାର ବିଜେତା ସ୍ପେନର କାର୍ଲୋସ ସେଞ୍ଜ୍‌ ଇଭେଣ୍ଟରେ ତୃତୀୟ ଥର ଷ୍ଟେଜ୍‌ ବିଜେତା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri