ଠିକାଦାରଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

କଟକରୋଡ,୧୬।୧୨(ଡି.ଏନ.ଏ.): ବଡ଼ଗଡ଼ ଥାନା ଅଞ୍ଚଳରେ ରହୁଥିବା ଜଣେ ଠିକାଦାରଙ୍କ ଘର ଉପରକୁ ରବିବାର ରାତିରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ଉକ୍ତ ଠିକାଦାର ହେଲେ ଏହି ଥାନା ଅଧୀନ ରତ୍ନାକର ବାଗରେ ରହୁଥିବା ସଚିଦାନନ୍ଦ ପାତ୍ର। ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢ଼େ ୯ଟାରେ ଦୁଇ ଦୁର୍ବୃତ୍ତ ଏକ ବାଇକରେ ଆସି ସଚିଦାନନ୍ଦଙ୍କ ଘର ଉପରକୁ ବୋମାମାଡ଼ କରିଥିବା ନେଇ ପଡ଼ୋଶୀ ଲୋକ କହିଛନ୍ତି। ଖବରପାଇ ଜୋନ-୪ ଏସିପି ଅମରେନ୍ଦ୍ର ପଣ୍ଡା, ଥାନାଧିକାରୀ ଦିଲୀପ କୁମାର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚତ୍ ବୋମାମାଡ଼ ହୋଇଥିବା ଘଟଣାର ତଦନ୍ତ କରିବାସହ କେତେକ ଟୁକୁଡ଼ା ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବ ଠିକାଦାର କାମକୁ ନେଇ ଏଭଳି ଘଟଣା ଉପୁଜିଥାଇପାରେ ବୋଲି ସଚିଦାନନ୍ଦଙ୍କ ପୁଅ ଚନ୍ଦନ କହିଛନ୍ତି। ପୋଲିସ ଘଟଣାସ୍ଥଳରୁ ଅନୁସନ୍ଧାନ ଜାରି ରଖିବା ସହ ଠିକାଦାରଙ୍କ ଘରେ ପୋଲିସ କର୍ମଚାରୀ ମୁତୟନ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିତୃ ଦିବସରେ ଆଖି ଭିଜେଇ ଦେବ ଏହି କାହାଣୀ! ବାପାଙ୍କୁ ନିଜ କିଡନୀ ଦାନ କରି ଜୀବନ ବଞ୍ଚାଇଲେ, ବ୍ଲଡ ଗ୍ରୁପ ଅଲଗା…

ନୂଆଦିଲ୍ଲୀ,୨୦।୬: ଜୁନ୍ ୨୧ତାରିଖରେ ପିତାଙ୍କ ପିତୃ ଦିବସ ପୂର୍ବରୁ ୧୮ ବର୍ଷୀୟ ଅଲି ରଜା ତାଙ୍କ ପିତା ଆବିଦ ରଜାଙ୍କୁ ତାଙ୍କର କିଡନୀ ଦାନ କରି ଏକ…

ଆମେରିକା-ଇରାନ ଚୁକ୍ତିକୁ ନେଇ ପୁଣି ଲଜ୍ଜିତ ହେଲା ପାକିସ୍ତାନ, ଜେଡି ଭାନ୍ସ କହିଲେ…

ଓ୍ବାଶିଂଟନ,୨୦।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମାକୁ ନେଇ ପାକିସ୍ତାନ ପୁଣିଥରେ ଚର୍ଚ୍ଚାରେ ଅଛି, କିନ୍ତୁ ଏଥର କାରଣ ପ୍ରଶଂସା ନୁହେଁ ବରଂ ସମାଲୋଚନା। ଆମେରିକାର…

ବଦଳିଲେ ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ, ପନ୍ତଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେଲେଣି ସଜବାଜ

ନୂଆଦିଲ୍ଲୀ,୨୦।୬: ଏମିତି ସମୟ ଥିଲା ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଟ୍ରେଡ ହୋଇଥିଲା; ସେହି ସମୟରେ ଏହାକୁ IPL…

ରିଆଙ୍କ ୧.୩୫ କୋଟିର ଝୁମ୍‌କା ଗାଏବ୍‌

ଅଭିନେତା ଅନିଲ କପୁରଙ୍କ ସାନ ଝିଅ ପ୍ରଯୋଜିକା ରିଆ କପୁରଙ୍କ ଝୁମ୍‌କା ଚୋରି ହୋଇଯାଇଛି। ମେଟ ଗାଲା ଇଭେଣ୍ଟ ପାଇଁ ସେ ଭଡ଼ା ନେଇଥିବା ହୀରା ଏବଂ…

ଆମେରିକାର ଟାର୍ଗେଟରେ କିଏ? ଏହି ଦେଶ ଉପରେ ଆଟାକ୍ ନେଇ ଟ୍ରମ୍ପଙ୍କ ଖୁଲାସା

ଓ୍ବାଶିଂଟନ,୨୦।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଭେନେଜୁଏଲା ଏବଂ ଇରାନ ପରେ କ୍ୟୁବା ମଧ୍ୟ ଆମେରିକାର ରଣନୈତିକ ପ୍ରାଥମିକତା ମଧ୍ୟରୁ ଗୋଟିଏ ହୋଇପାରେ। ଏକ…

ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟକୁ ନେଇ ଚର୍ଚ୍ଚା ‘ଖାଲି ତିଖିରୀ ନା ସବୁ’

ଭୁବନେଶ୍ୱର,୨୦।୬(ସୁନିତ୍‌ ମିଶ୍ର): ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶୁକ୍ରବାର ପ୍ରଦୀପ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି,…

ଟ୍ରେନରେ ବିନା ଟିକେଟରେ ଯାତ୍ରା କଲେ ଦେବାକୁ ହେଲେ ଏତିକି ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୨୦।୬: ରେଳ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳସ୍ୱରୂପ, ରେଳ ସମ୍ପର୍କିତ ଅପରାଧ ଏବଂ…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣା: ଆଉ ଜଣେ ଗିରଫ

ମହାକାଳପଡ଼ା, ୨୦।୬( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ପୋଲିସକୁ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri