ଟ୍ରେନ୍‌ରେ ବନ୍ଧୁକ ଦେଖାଇ ଭୟଭୀତ କରିବା ଘଟଣା: ଅଭିଯୁକ୍ତ ଗିରଫ

ଜଟଣୀ, ୫।୧(ଡି.ଏନ.ଏ.): ବନ୍ଧୁକ ଦେଖାଇ ଅନ୍ୟ ଯାତ୍ରୀଙ୍କୁ ଭୟଭୀତ କରିବା ସହ ଟ୍ରେନ୍‌ ମଧ୍ୟରେ ଆତଙ୍କ ସୃଷ୍ଟି ଘଟଣାରେ ଖୋର୍ଦ୍ଧାରୋଡ ରେଲୱେ ପୋଲିସ ସୋମନାଥ ପାଢୀ(୩୮)ଙ୍କୁ ଗିରଫକରି ଶନିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ଘର ସୁନ୍ଦରଗଡ ଜିଲା ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଦେଓଗାଁ ଅଞ୍ଚଳରେ। ହେଲେ ୩ ମାସ ହେବ ସେ ପୁରୀ ସମୁଦ୍ରକୂଳରେ ଚା’ ଦୋକାନ କରି ରହୁଥିଲେ। ସୋମନାଥଙ୍କଠାରୁ ଗୋଟିଏ ବନ୍ଧୁକ, ୩ ଗୁଳି ଓ ୨ ମୋବାଇଲ ପୋଲିସ ଜବତ କରିଛି। ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ସମ୍ବଲପୁର ଯାତ୍ରା କରିବା ସମୟରେ ଟ୍ରେନ୍‌ ମଧ୍ୟରେ ଶୁକ୍ରବାର ଏହା ଘଟିଥିଲା। ପୁରୀରୁ ଟ୍ରେନ୍‌ ଛାଡିବା ପରେ ଅନ୍ୟ ଯାତ୍ରୀମାନଙ୍କୁ ବଗି ମଧ୍ୟରେ ସୋମନାଥ ଗାଳିଗୁଲଜ କରିବା ସହ ବନ୍ଧୁକ ବାହାର କରି ଭୟଭୀତ କରାଇଥିଲେ। ଟ୍ରେନ୍‌ଟି ଖୋର୍ଦ୍ଧାରୋଡ ଷ୍ଟେଶନରେ ପହଞ୍ଚତ୍ବା ପରେ ଖବରପାଇ ପୂର୍ବରୁ ପ୍ରସ୍ତୁତ ଥିବା ଜିଆର୍‌ପି ଓ ଆର୍‌ପିଏଫ୍‌ ଯବାନମାନେ ବନ୍ଧୁକଧାରୀ ଏହି ଯୁବକଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ। ତେବେ ପୋଲିସକୁ ମଧ୍ୟ ଅଭିଯୁକ୍ତ ସୋମନାଥ ବନ୍ଧୁକ ଦେଖାଇ ଗୁଳି ମାରି ଦେବାକୁ ଧମକ ଦେଇଥିଲେ। ଏପରି କିଛି ସମୟ ଛକାପଞ୍ଝା ଚାଲିବା ପରେ ସତର୍କତାର ସହ ଇନ୍ସପେକ୍ଟର ବିଦ୍ୟାଧର ବାରିକଙ୍କ ସମେତ ଆର୍‌ପିଏଫ୍‌ ଯବାନମାନେ ସାଦା ପୋଷାକରେ ସୋମନାଥଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ସୂଚନାଯୋଗ୍ୟ, ଗିରଫ ଅଭିଯୁକ୍ତଙ୍କ ସହ ତାଙ୍କ ସ୍ତ୍ରୀ ଓ ଶିଶୁପୁତ୍ର ମଧ୍ୟ ଟ୍ରେନ୍‌ରେ ଯାତ୍ରା କରୁଥିଲେ। ଜବତ ବନ୍ଧୁକଟି ସେ ରାଜଗାଙ୍ଗପୁର ଅଞ୍ଚଳରୁ ଆଣିଥିବା ପୋଲିସ ସମ୍ମୁଖରେ କହିଛନ୍ତି। ଏ ନେଇ ତଦନ୍ତ ଚାଲିଥିବା ଜିଆର୍‌ପି ଥାନା ଅଧିକାରୀ ସନ୍ତୋଷ ବାହିନୀପତି କହିଛନ୍ତି। ଖୋର୍ଦ୍ଧାରୋଡ୍‌ ଜିଆର୍‌ପି ଥାନାରେ ଦଫା ୨୯୪, ୩୫୩, ୩୦୭, ୫୦୬ ଆଇପିସି ୨୫(୧-ଏ),୧-ବି) (ଏ) ଆମ୍ସର୍ର୍ ଆକ୍ଟ, ୧୪୬ ରେଲଓ୍ବେ ଆକ୍ଟ, ନଂ. ୩/୨୦ରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

କେତୁଙ୍କ ସ୍ୱନକ୍ଷତ୍ରରେ ଗୋଚର: ୫ରାଶି ରୁହନ୍ତୁ ସତର୍କ! ଖରାପ ସମୟ ଆରମ୍ଭ; ପାଖରୁ ଚାଲିଯିବ ଟଙ୍କା…

ଜ୍ୟୋତିଷଙ୍କ ଅନୁସାରେ, କେତୁ ଗ୍ରହ ୩ ଅକ୍ଟୋବର ୨୦୨୬ରେ ମଘା ନକ୍ଷତ୍ରର ପ୍ରଥମ ପାଦକୁ ଚଳନ କରିବେ। କେତୁଙ୍କ ଏହି ପାଦ ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?