ନୂଆଦିଲ୍ଲୀ,୨୯-୪: ଟ୍ରେନରେ ଯାତ୍ରୀଙ୍କ ସାମଗ୍ରୀ ଚୋରି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆର୍ପିଏଫ୍ ଓ ଜିଆର୍ପି ଥାଇ ମଧ୍ୟ ଚୋରି ସଂଖ୍ୟା ବଢ଼ିବା ଚିନ୍ତାର ବିଷୟ ହୋଇଛି। ରେଳ ମନ୍ତ୍ରଣାଳୟ ଦ୍ୱାରା ଜାରି ଆର୍ଟିଆଇ ତଥ୍ୟରୁ ଜଣାପଡିଛି ଯେ, ଗତ ୧୦ ବର୍ଷ ମଧ୍ୟରେ ଟ୍ରେନ ଯାତ୍ରୀମାନେ ସେମାନଙ୍କ ସାମଗ୍ରୀ ଚୋରି ହେବା ନେଇ ୧.୭୧ ଲକ୍ଷ ମାମଲା ଦାଏର କରିଛନ୍ତି। ରେଳଓ୍ବେର ସୁରକ୍ଷା ବ୍ୟବସ୍ଥା ଢ଼ିଲା ଥିବା ଉକ୍ତ ତଥ୍ୟ କହୁଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଗତ ଏକ ଦଶନ୍ଧି ଭିତରେ ୨୦୧୮ରେ ସର୍ବାଧିକ ୩୬,୫୮୪ ଚୋରି ମାମଲା ଦାଏର ହୋଇଥିଲା। ୨୦୧୭ରେ ଏହା ୩୩,୦୪୪, ୨୦୧୬ରେ ୨୨,୧୦୬, ୨୦୧୫ରେ ୧୯,୨୧୫ ମାମଲା ଦାଏର କରାଯାଇଛି। ଏଭଳି ଭାବେ ୨୦୧୪ରେ ୧୪,୩୦୧, ୨୦୧୩ରେ ୧୨,୨୬୧, ୨୦୧୨ରେ ୯,୨୯୨, ୨୦୧୧ରେ ୯୬୫୩, ୨୦୧୦ରେ ୭୫୪୯ ଏବଂ ୨୦୦୯ରେ ୭୦୧୦ ମାମଲା ଦାଏର ହୋଇଥିଲା। ୨୦୦୯ରୁ ୨୦୧୮ ମଧ୍ୟରେ ଟ୍ରେନରେ ଚୋରି ମାମଲା ୫ଗୁଣା ବଢ଼ିଛି। ମୋଟ୍ରେ ଦେଖିଲେ ଏହି ଅବଧିରେ ୧,୭୧,୦୧୫ ଚୋରି ମାମଲା ଦାଏର ହୋଇଛି। ରେଳଯାତ୍ରୀମାନେ ବିଭିନ୍ନ ସମୟରେ ସୁରକ୍ଷାକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ କରୁଥିବା ବେଳେ ଏଥିପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।
ବିନୋଦ କାମ୍ବଲିଙ୍କ ଚିକିତ୍ସା ସହ ତାଙ୍କ ପିଲାମାନଙ୍କ ଶିକ୍ଷା ଖର୍ଚ୍ଚ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଏକନାଥ ଶିନ୍ଦେ
ମୁମ୍ବାଇ,୨୯।୧୧: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ତଥା ସଚିନ ତେନ୍ଦୁଲକରଙ୍କ ବନ୍ଧୁ ବିନୋଦ କାମ୍ବଲିଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। କାମ୍ବଲି…
‘ଯୁବପିଢ଼ିଙ୍କ ସ୍ବପ୍ନ ପାଇଁ ଏକ ବଡ଼ ଆହ୍ବାନ’: ‘ମନ କି ବାତ’ରେ ନିଶା ସେବନ ବିରୋଧୀ ଲଢ଼େଇ ବିଷୟରେ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ..
ନୂଆଦିଲ୍ଲୀ,୨୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ନିଶା ସେବନ ଦେଶର ଯୁବବର୍ଗଙ୍କ ସ୍ବପ୍ନ ପାଇଁ ସବୁଠାରୁ ବଡ଼ ଆହ୍ବାନ ସୃଷ୍ଟି କରୁଛି। ରବିବାର (ନଭେମ୍ବର ୨୯)…
Delimitation ପ୍ରସଙ୍ଗରେ ଭାଜପା କିପରି DMK-NCPକୁ ନିଜ ସହ ସହମତ କରାଇଲା? ଜାଣନ୍ତୁ ପରଦା ପଛର କାହାଣୀ
ନୂଆଦିଲ୍ଲୀ,୨୯।୧୧: ଲୋକ ସଭାରେ ବସିବା ବ୍ୟବସ୍ଥା ବର୍ତ୍ତମାନ ଭିନ୍ନ ଦେଖାଯିବ। ସୋମବାର (ନଭେମ୍ବର ୩୦) ଲୋକ ସଭାର ଏକ ସ୍ବତନ୍ତ୍ର ଅଧିବେଶନ ବସିବାକୁ ଥିବାବେଳେ, ନରେନ୍ଦ୍ର ମୋଦି…
ବ୍ୟାରିୟରମୁକ୍ତ ଟୋଲ୍ ପ୍ଲାଜାରେ ଟୋଲ୍ ଫାଙ୍କିଲେ ଦେବାକୁ ହେବ ୫ଗୁଣା ଜରିମାନା
ନୂଆଦିଲ୍ଲୀ, ୨୯ା୧୧: ନୂଆକରି ଆରମ୍ଭ ହୋଇଥିବା ବ୍ୟାରିୟର-ମୁକ୍ତ ଟୋଲ୍ ପ୍ଲାଜାଗୁଡ଼ିକରେ ଟୋଲ୍ ଫାଙ୍କିବା ପାଇଁ ଯେଉଁ ଗାଡ଼ି ମାଲିକମାନେ ଜାଣିଶୁଣି ପଞ୍ଜୀକରଣ ନମ୍ବର ପ୍ଲେଟକୁ ଘୋଡ଼ାଇବେ, ବିକୃତ…
ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ନେଇ ଡିଏମ୍କେର ବଡ଼ ଘୋଷଣା, ଜାଣନ୍ତୁ…
ଚେନ୍ନାଇ,୨୮ା୧୧: କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ବିଲ୍କୁ ସମର୍ଥନ କରିବ ବୋଲି ଡିଏମ୍କେ ସୋମବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଦଳ ଅଧ୍ୟକ୍ଷ…
‘Delimitation Bill ଗଣତନ୍ତ୍ର ପାଇଁ ଏକ ବିପଦ,’ INDIA ମେଣ୍ଟର ସାମ୍ବାଦିକ ସମ୍ମିଳନୀରେ କହିଲେ କଂଗ୍ରେସ ସଭାପତି ଖାର୍ଗେ
ନୂଆଦିଲ୍ଲୀ,୨୮।୧୧: ’ଡିଲିମିଟେସନ ବିଲ’ (ସୀମା ନିର୍ଦ୍ଧାରଣ ବିଲ) କୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ, ଶନିବାର ‘ଇଣ୍ଡିଆ’ (INDIA) ମେଣ୍ଟ ଏକ ବୈଠକ ଆୟୋଜନ କରିଥିଲା।…
ମହିଳା ସଂରକ୍ଷଣ, ସୀମା ନିର୍ଦ୍ଧାରଣ ବିଲ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୨୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ମହିଳା ସଂରକ୍ଷଣ ସମ୍ବନ୍ଧରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘ଆମେ ଆମର…
ସୀମା ନିର୍ଦ୍ଧାରଣ ବିଲ ଉପରେ କେନ୍ଦ୍ରକୁ ସମର୍ଥନ ଘୋଷଣା କରିଛି DMK; ଷ୍ଟାଲିନ କହିଲେ ଏହା ତାମିଲନାଡୁ ପାଇଁ ବଡ଼ ବିଜୟ
ନୂଆଦିଲ୍ଲୀ,୨୮।୧୧: ଶନିବାର ଡିଏମକେ (DMK) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ବିଲକୁ ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛି। ଦଳର ମୁଖ୍ୟ ଏମ. କେ. ଷ୍ଟାଲିନ…

