ଟ୍ରକ ଚକା ତଳେ ଗଲା ଦୁଇଭାଇଙ୍କ ଜୀବନ

ନୂଆଗାଁ,୯।୬(ଡି.ଏନ.ଏ.)-ନୟାଗଡ଼ ଜିଲା ନୂଆଗାଁ ଥାନା ସୋରଡ଼ାଠାରେ ଏକ ଗ୍ୟାସ ବୋଝେଇ ଟ୍ରକ ଗୋଟିଏ ବାଇକ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ୍‌ ଆରୋହୀ ୨ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋରଡା ଗ୍ରାମର ରମେଶ ଚନ୍ଦ୍ର ନାୟକ (୫୫) ଓ ଚନ୍ଦ୍ରମଣି ନାୟକ ଓରଫ ଗଣେଶ (୪୬) ।

ବଡ ଭାଇ ରମେଶ ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଙ୍କୁ ଦେଖାଇବା ପାଇଁ ସାନ ଭାଇ ଚନ୍ଦ୍ରମଣି ନିଜ ଟିଭିଏସ ବାଇକ ନଂ.ଓଆର ୧୩ ଏଫ ୨୨୪୯ ଯୋଗେ ଶନିବାର ପୂର୍ବାହ୍ନରେ ନୟାଗଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ରମେଶ ଡାକ୍ତରୀ ଚିକିତ୍ସା କରାଇବା ପରେ ଅପରାହ୍ନ ପ୍ରାୟ ୨ଟାରେ ୨ଭାଇ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଦଶପଲ୍ଲା ପଟୁ ନୟାଗଡ ଅଭିମୁଖେ ଯାଉଥିବା ଓଆର୨୧ – ୮୬୦୯ନମ୍ବର ବିଶିଷ୍ଟ ଗ୍ୟାସ ବୋଝେଇ ଟ୍ରକ ସୋରଡା ପୋଖରୀ ନିକଟରେ ବାଇକକୁ ଧକ୍କା ଦେବା ସହ ଉଭୟଙ୍କୁ ଚାପି ଦେଇଥିଲା । ବାଇକଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିବାବେଳେ ଘଟଣାସ୍ଥଳରେ ୨ଭାଇଙ୍କର ମୃତ୍ୟୁ ଘଟିଥିଲା। ଘରେ ପହଞ୍ଚତ୍ବାକୁ ଆଉ ମାତ୍ର ୫୦୦ ମିଟର ରାସ୍ତା ବାକି ଥିବାବେଳେ ଘରକୁ ଫେରି ନ ଥିଲେ ଦୁଇଭାଇ। ଦୁର୍ଘଟଣାସ୍ଥଳରେ ପରିବାର ଲୋକ, ଗ୍ରାମବାସୀ ପହଞ୍ଚତ୍ବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକଙ୍କ ଭୟରେ ଟ୍ରକ ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଳାଇ ସେଠାରୁ ଖସି ଆସି ନୂଆଗାଁ ଥାନାରେ ଆତ୍ମସମର୍ପଣ କରିଥିଲେ। ନୂଆଗାଁ ଥାନା ଆଇଆଇସି ମନୋରମା ମଲିକ ସଦଳବଳ ଘଟଣା ସ୍ଥଳରେ ପହଞ୍ଚତ୍ ମୃତକଙ୍କ ପରିବାରକୁ ବୁଝାଶୁଝା କରିଥିଲେ । ନୂଆଗାଁ ତହସିଲଦାର ଓ ବିଡିଓ ଉଭୟେ ଅନୁପସ୍ଥିତ ଥିବାରୁ ଦଶପଲ୍ଲା ତହସିଲଦାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଉଭୟ ପରିବାରକୁ ଦଶ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ୨ଭାଇଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ଡାକ୍ତରଖାନାକୁ ପଠାଇ ଦିଆଯିବା ସହ ଟ୍ରକ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖାଯାଇଛି । ରବିବାର ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ନୂଆଗାଁ ଥାନା ଆଇଆଇସି ମଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ଗାଁ ହତ୍ୟା: ସିନ୍‌ ରିକ୍ରିଏଶନରେ ପୂରା ଘଟଣା ଦେଖାଇଲେ ଅଭିଯୁକ୍ତ, ଭିଡିଓ ଦେଖିଲେ…

ନୟାଗଡ଼,୧୩ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାଠାରୁ ପ୍ରାୟ ୨କିମି ଦୂର କଦଳୀବନ୍ଧଠାରେ ଗତ ରବିବାର ରାତିରେ ଘଟିଥିବା ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ କୁମାର…

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

ପଥର ଖୋଲରେ ନାବାଳକ ଫସିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ସୂଚନା; ବୈଷୟିକ ଚ୍ୟାଲେଞ୍ଜ୍‌, ଅଜଗର ପାଖରେ…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ନାବାଳକ ଫସିବା ଘଟଣା । ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ…

ମହୁ ସଂଗ୍ରହ କରିବାକୁ ଯାଇ ପଥରଖୋଲରେ ଫସିଗଲେ ନାବାଳକ, ପଥରସନ୍ଧିରେ ମୁଣ୍ଡ ପଶି…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ଫସିଯାଇଛନ୍ତି ଜଣେ ନାବାଳକ। ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହବେଳେ ଫସିଯାଇଛନ୍ତି। ପଥରସନ୍ଧିରେ…

ଚତୁର୍ଥୀ ପୂର୍ବରୁ ଶାଶୁ ଘରୁ କନ୍ୟାକୁ ଉଠାଇ ନେଲା ପୋଲିସ, ବର ମାରିଲା ଛୁ

ନୟାଗଡ଼, ୨।୫(ଲୋକନାଥ ମିଶ୍ର): ନୟାଗଡ଼ ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା ଇଟାମାଟି ଥାନା ଅଧୀନସ୍ଥ ଡେଂଗେରାଗୋଡି ଅଞ୍ଚଳରେ ଚତୁର୍ଥୀ ପୂର୍ବରୁ ଶାଶୁଘରୁ କନ୍ୟାକୁ ଉଠାଇ ନେଲା ପୋଲିସ…

ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ: କାଳବୈଶାଖୀର ସୁଯୋଗ ନେଇ…

ନୟାଗଡ଼,୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଜାମୁକଣସ୍ଥିତ ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଗୁରୁବାର ରାତିରେ କାଳବୈଶାଖୀ ଯୋଗୁ ବିଦ୍ୟୁତ୍‌ ନ ଥିବାବେଳେ…

ବିଲକୁ ଖତ ନେଇ ଯାଇଥିଲେ ଚାଷୀ, ହଠାତ୍‌ ମାରିଲା ବିଜୁଳି-ଘଡ଼ଘଡ଼ି, ଆଉ ତା’ ପରେ…

ଖଣ୍ଡପଡ଼ା,୩୦ା୪(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମପଞ୍ଚାୟତ ଅଧୀନ ମଇଁଶିବିନ୍ଧା ଗ୍ରାମର ଜନୈକ ଗରିବ ଚାଷୀ ଭଗବାନ ନାୟକଙ୍କ ପୁତ୍ର…

ଟ୍ରେନରୁ ଖସିପଡି ଯୁବକଙ୍କ ମୃତ୍ୟୁ: ମିଳିନି ପରିଚୟ, ଘଟଣାସ୍ଥଳରେ ପୋଲିସ

ନୂଆଗାଁ , ୨୨।୪ (ଧନେଶ୍ୱର ସାହୁ ): ନୟାଗଡ ଜିଲା ନୂଆଗାଁ ଥାନା ଆଛୁପଡା ନିକଟବର୍ତ୍ତୀ ସ୍ଥାନରେ ବୁଧବାର ଟ୍ରେନରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri