ଟୋକନ୍‌ ସମସ୍ୟା, ଚାଷୀ ହନ୍ତସନ୍ତ

ସୋନପୁର,୧୨।୨(ନି.ପ୍ର.) – ଅନଲାଇନ ଟୋକନ ବ୍ୟବସ୍ଥାରେ ସମସ୍ୟା ଯୋଗୁଁ ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲାରେ ଧାନ ସଂଗ୍ରହ କ୍ଷେତ୍ରରେ ଚରମ ବିଶୃଙ୍ଖଳା ସୃଷ୍ଟି ହୋଇଛି। ନଭେମ୍ବର ୧୫ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହୋଇଥିଲେ ମଧ୍ୟ ହଜାର ହଜାର ଚାଷୀ ଧାନ ବିକ୍ରି କରି ପାରି ନାହାନ୍ତି। ପଞ୍ଜିକୃତ ଚାଷୀଙ୍କ ମୋବାଇଲକୁ କେତେ ବେଳେ ଧାନ ବିକ୍ରି ପାଇଁ ମେସେଜ୍‌(ଟୋକନ୍‌) ଆସୁଛି ଓ ପୁଣି ତାହା ଲାପ୍ସ ହେଉଛି ଚାଷୀ, ଜିଲା ଯୋଗାଣ ବିଭାଗ ଜାଣିପାରୁନି। ଏଭଳି ସ୍ଥିତିରେ ଜିଲାର ବୀରମହାରାଜପୁର, ଉଲୁଣ୍ଡା, ସୋନପୁର ଓ ତରଭା ବ୍ଲକର ପ୍ରାୟ ୨୦୨୨ ଜଣ ଚାଷୀ ନିଜ ଧାନ ବିକ୍ରି କରି ପାରୁ ନାହାନ୍ତି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ ଅଧିକାରୀମାନେ ନିକଟରେ ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ। ରିପୋର୍ଟ ଆଧାରରେ ଜିଲା ଯୋଗାଣ ବିଭାଗ ଧାନକ୍ରୟ ପାଇଁ ଚାଷୀଙ୍କୁ ଟୋକନ୍‌ ଇସ୍ୟୁ କରିବା ସକାଶେ ରାଜ୍ୟ ଯୋଗାଣ ନିଗମକୁ ଗତ ୬ ତାରିଖରେ ଚିଠି ଲେଖିଛି। ହେଲେଚାଷୀଙ୍କୁ ଟୋକନ୍‌ ମିଳିବାର ନାଁ ନାହିଁ।
ଜିଲାର ୪୨ଟି ମଣ୍ଡିରେ ଚାଷୀଙ୍କ ୨ ଲକ୍ଷ ୫୫ ହଜାର ୪୫୬ ବସ୍ତା ଧାନ ପଡି ରହିଛି। ସରକାରଙ୍କ ଧାନକ୍ରୟ ଟାର୍ଗେଟ୍‌ ଥିଲେ ମଧ୍ୟ ମିଲର୍ସ ମଣ୍ଡିକୁ ଟ୍ରକ୍‌ ପଠାଉ ନାହାନ୍ତି। କଟ୍‌ନି ଛଟ୍‌ନି ନ ହେଲେ ମଣ୍ଡିରୁ ଧାନ ଉଠୁନି। ଚାଷୀ ମଣ୍ଡିରେ ଧାନ ରଖି ଶୀତ କାକରରେ ଜଗି ରହିଛନ୍ତି। ଏଭଳି ସ୍ଥିତିରେ ଗତ ୬ରୁ ୮ ତାରିଖ ପର୍ଯ୍ୟନ୍ତ ବର୍ଷା ଓ କୋହଲା ପାଗ ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ମଣ୍ଡିରେ ଥିବା ଧାନ ବସ୍ତା ଉପରେ ପଲିଥିନ ଢଙ୍କା ହୋଇଥିଲେ ମଧ୍ୟ ତଳିଆ ଅଞ୍ଚଳରେ ବର୍ଷା ପାଣି ପ୍ରବେଶ କରି ଧାନ ବସ୍ତା ଭିଜି ଯାଇଛି। ମଣ୍ଡିରେ ଧାନ ଗଜା ହେଲାଣି। ଖରିଫ ଧାନ ବିକ୍ରି ପାଇଁ ୪୭ ହଜାର ୯୯୦ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ। ସରକାର ଏହି ଜିଲାରୁ ୩୪ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ୍‌ ଦେଇଛନ୍ତି। ୧୧ ତାରିଖ ସନ୍ଧ୍ୟା ସୁଦ୍ଧା ଜିଲାର ୪୩ ହଜାର ୬୬୪ ଜଣ ଚାଷୀଙ୍କଠାରୁ ୩୨ଲକ୍ଷ ୧୨ହଜାର ୩୫୪ କୁଇଣ୍ଟାଲ ଧାନ କିଣାଯାଇଛି। ସୁବର୍ଣ୍ଣପୁର ଜିଲାର ୪୧ ମିଲର୍ସ, ବରଗଡ ଓ ସମ୍ବଲପୁର ଜିଲାର ୧୩ଟି ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଛି। ଜିଲାର ୬୫ଟି ପ୍ୟାକ୍ସ ଓ ୧୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଧାନକ୍ରୟ ହେଉଛି । ତେବେ ଧାନ ବର୍ଷାରେ ଭିଜିଥିବାରୁ ଏଫଏକ୍ୟୁ ଆଳ ଦେଖାଇ ମିଲର୍ସମାନେ କୁଇଣ୍ଟାଲ ପ୍ରତି ୫ରୁ ୭ କେଜି ଧାନ କାଟି ନେଉଛନ୍ତି। ବୀରମହାରାଜପୁର ଉପଖଣ୍ଡର କଳାପଥର, କୋଟସମଲାଇ, ମହଦା, ରକ୍ସା, ସିଣ୍ଢୋଲ, ପଞ୍ଚମହଲା, ଉଫୁଲା, ହିଲୁଙ୍ଗ, କେଞ୍ଜିରିଆପାଲି, ଜଟେସିଂଘା, ବହଳପଦର, ତରଭା ବ୍ଲକର ଦେଉଳପଦର, ମରାଡୁଗୋଛା, ମେଣ୍ଡା, ଶିବତୁଲା, ପୁଆ, ଦୁବୁଲା, ବଡଭଇଁରୋ, ସିଂଘାରୀ, ବଘିଆ ଓ ସୋନପୁର ବ୍ଲକର ଲଛିପୁର, ଖାରୀ, ବୈଦ୍ୟନାଥ ମଣ୍ଡିରେ ଧାନ ପଡିରହିଛି । ୧୧୨୦ ଚାଷୀ ଟୋକନ୍‌ ଥାଇ ୧ ଲକ୍ଷ ୩୫ ହଜାର ୬୪୩ ବସ୍ତା ଧାନ ବିକ୍ରି କରି ପାରୁନି। ସେହିପରି ୯୦୨ ଚାଷୀଙ୍କୁ ଟୋକନ୍‌ ମିଳି ନଥିବାରୁ ସେମାନଙ୍କ ୧ଲକ୍ଷ ୧୯ହଜାର ୮୧୩ ବସ୍ତା ଧାନ ବିକ୍ରି ହୋଇପାରୁନି। ପ୍ରତ୍ୟହ ଶତାଧିକ ଚାଷୀ ଧାନ ବିକିବା ପାଇଁ ଜିଲା ଯୋଗାଣ ଅଧିକାରୀ ଓ ଜିଲାପାଳଙ୍କ ନିକଟକୁ ଆସି ନେହୁରା ହେଉଛନ୍ତି। ଉଲୁଣ୍ଡା ବ୍ଲକ କଳାପଥର ପ୍ୟାକ୍ସରେ ସର୍ବାଧିକ ୧୩ ହଜାର ବସ୍ତା ଧାନ ପଡି ରହିଛି। ଏଠାରେ ଗୋଦାମ ଘର ବ୍ୟବହାର ହେଉ ନଥିବା ବେଳେ ଚାଷୀ ପଲିଥିନ ଢାଙ୍କି ଧାନ ବସ୍ତା ରଖିଛନ୍ତି । ସ୍ଥାନୀୟ ଚାଷୀ ଭୁବନେଶ୍ୱର ରଣା କୁହନ୍ତି ଧାନ ମିଲର୍ସଙ୍କୁ ଦେଇଛନ୍ତି। କାଗଜପତ୍ର କଲାବେଳକୁ ତାଙ୍କ ଟୋକନ ଲାପ୍ସ ହୋଇଯାଇଛି। ଗ୍ରାମର ଦୁଳେଶ୍ୱର ପଧାନଙ୍କର ମଧ୍ୟ ସମାନ ଅବସ୍ଥା। ଚାଷୀ ସୁବର୍ଣ୍ଣ ପ୍ରଧାନ କହିଥିଲେ ଯେ, ତାଙ୍କ ଧାନ ମଣ୍ଡିରେ ପଡିଛି। ଧାନ ବସ୍ତା ବର୍ଷାରେ ଭିଜିଯାଇଛି। ଟୋକନ ମିଳିନି। ୨୨ ତାରିଖରେ ପୁଅ ବାହାଘର ଅଛି ଧାନ କିଭଳି ବିକିବେ ଚିନ୍ତାରେ ଅଛନ୍ତି। ସୋନପୁର ବ୍ଲକ ଲଛିପୁର ମଣ୍ଡିରେ ୬ହଜାର ବସ୍ତା ଧାନ ପଡିଛି। ଏଠାରେ ଗୋଦାମ ଘର ନାହିଁ। ଧାନ ବାହାରେ ପଡିଛି । ସ୍ଥାନୀୟ ଲୁପୁରସିଂହା ଗ୍ରାମର ସନ୍ତୋଷ ଡାଙ୍ଗ ଧାନ ବିକ୍ରି ପାଇଁ ଚିନ୍ତାରେ ଅଛନ୍ତି । ୧୮୦ ବସ୍ତା ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ। ମିଲର୍ସ ମଣ୍ଡିକୁ ଆସିଲେନି। ସୋମବାର ତାଙ୍କର ଟୋକନ ଲାପ୍ସ କରିଯାଇଛି। ୧୬ ତାରିଖରେ ତାଙ୍କ ଝିଅ ବାହାଘର ଅଛି। ଟଙ୍କା କେଉଁଠୁ ଆଣିବେ, ଝିଅ ବାହାଘର କରିବେ ସେ ସେଇ ଚିନ୍ତାରେ ଅଛନ୍ତି। ସରକାର ଏଭଳି ହଇରାଣ କରି ଚାଷୀଙ୍କୁ କମ୍‌ ଦରରେ ବ୍ୟବସାୟୀଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକୋରା କୁହନ୍ତି, ବର୍ଷା ପାଇଁ ଚାଷୀଙ୍କ ଧାନ ଉଠି ପାରିନି। କେତେକ ଚାଷୀଙ୍କର ଟୋକନ୍‌ କ୍ୟାନସେଲ ହୋଇଯାଇଛି। ସେଗୁଡିକୁ ଆକ୍ଟିଭେଟ୍‌ କରିବା ପାଇଁ ଆମେ ଜଣାଇଛୁ । ଆମ ନିକଟରେ ଟୋକନ ଇସ୍ୟୁ କ୍ଷମତା ନାହିଁ । ଧାନ କ୍ରୟ ଟାର୍ଗେଟ୍‌ ଅଛି । ଟୋକନ ଥିଲେ ହିଁ ଚାଷୀ ଧାନ ବିକ୍ରି କରି ପାରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri