ଟ୍ରାଫିକ ଜାମ୍‌ରେ ଚାଲିଗଲା ଶିଶୁର ଜୀବନ

ଭୁବନେଶ୍ୱର, ୧୨।୨(ବ୍ୟୁରେ):ରାଜଧାନୀରେ ଟ୍ରାଫିକ ଜାମ୍‌ ଆଉ ଏକ ଜୀବନ ନେଇଛି। ରାସ୍ତା ଜାମ୍‌ରେ ଆମ୍ବୁଲାନ୍ସ ଫସି ରହିବାରୁ ଜଣେ ୫ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଶିଶୁ ହେଲେ ପୁରୁଣା ଭୁବନେଶ୍ୱରରେ ରହୁଥିବା କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‌ ଦୋବଣ୍ଡା ଗ୍ରାମର ନୀରୋଦ ନାୟକଙ୍କ ପୁଅ ନୀଲ୍‌ ନୀତୀଶ ନାୟକ। ପୁଅକୁ ଭଲ କରିବାକୁ ପରିବାର ଲୋକେ ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଏବେ ପୁଅର ମୃତଦେହ ଧରି ଘରକୁ ଫେରିଛନ୍ତି ମା’ବାପା। ପୁଅର ମୃତ୍ୟୁ ପାଇଁ ଚିକିତ୍ସା ଅବହେଳା ଓ ଟ୍ରାଫିକ ଜାମ୍‌କୁ ବାପା ନୀରୋଦ ଦାୟୀ କରିଛନ୍ତି।
ତାଙ୍କ ଅଭିଯୋଗ ଅନୁଯାୟୀ, ପୁଅ ନୀଲ୍‌ ନୀତୀଶ୍‌ଙ୍କର ରବିବାର ରାତିରେ କାଶ ହେବା ସହ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୋର୍‌ ୪ଟାରେ କ୍ୟାପିଟାଲ ହସ୍ପିଟାଲ ଶିଶୁ ବିଭାଗ ଆଣିଥିଲେ। ଥଣ୍ଡାରୁ ଏଭଳି ହେଉଥିବା କହି ଡାକ୍ତର ଇଞ୍ଜେକ୍ସନ ଓ କିଛି ଔଷଧ ଲେଖି ଘରକୁ ପଠାଇଦେଇଥିଲେ। ସୋମବାର ଔଷଧ ଖାଇ ଦିନସାରା ଟିକେ ସୁସ୍ଥ ହୋଇଥିଲେ ନୀଲ୍‌ ନୀତୀଶ। ରାତି ପ୍ରାୟ ୧୧ଟାରେ ପୁଣି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ଭୋର୍‌ ସମୟରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଉପସ୍ଥିତ ଥିବା ଜଣେ ଡାକ୍ତର ପୂର୍ବରୁ ଦିଆଯାଇଥିବା ଇଞ୍ଜେକ୍ସନ ପୁଣି ଦେବା ସହ ଔଷଧ ଓ ରକ୍ତ ପରୀକ୍ଷା ପାଇଁ ଲେଖିଥିଲେ। ଔଷଧ କିଣା ଓ ରକ୍ତ ପରୀକ୍ଷା ପାଇଁ ଧାଡ଼ିରେ ରହିବା ମଧ୍ୟରେ ବହୁ ବିଳମ୍ବ ହୋଇଯାଇଥିଲା। ଇତିମଧ୍ୟରେ ନୀଲ୍‌ ନୀତୀଶ୍‌ଙ୍କର ପ୍ରବଳ ଯନ୍ତ୍ରଣା ହେବାରୁ ସେ ଚିତ୍କାର କରି ଛାଟିପିଟି ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇ ଆସିଥିଲେ।

ଜଣେ ସିନିୟର ଡାକ୍ତର ସ୍ବାସ୍ଥ୍ୟାବସ୍ଥା ଦେଖିବା ପରେ ତାଙ୍କୁ କଟକ ରେଫର କରିଦେଇଥିଲେ। ପୁଅର ଅବସ୍ଥା ଦେଖି ପରିବାର ଲୋକେ ତାଙ୍କୁ କଟକ ନ ନେଇ ଏକ ଘରୋଇ ଆମ୍ବୁଲାନ୍ସରେ ପଟିଆସ୍ଥିତ କିମ୍ସ ହସ୍ପିଟାଲକୁ ନେଉଥିଲେ। ପୂର୍ବାହ୍ନ ସାଢ଼େ ୧୦ଟାରେ ଆମ୍ବୁଲାନ୍ସଟି ସାଇରନ ବଜାଇ କିମ୍ସ ଅଭିମୁଖେ ବାହାରିଥିଲା। ବାଟସାରା ବିଭିନ୍ନ ଟ୍ରାଫିକ ଛକରେ ଗାଡ଼ିମୋଟର ଭିଡ଼ ଯୋଗୁ ଆମ୍ବୁଲାନ୍ସ ଅଟକି ରହି ରହି ଆସିଥିଲା। ଜୟଦେବ ବିହାର ଛକ ଅତିକ୍ରମ କରିବା ପରେ ବି ଆମ୍ବୁଲାନ୍ସର ଗତି ବଢ଼ି ପାରି ନ ଥିଲା। ବିଳମ୍ବ ହେଉଥିବାରୁ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡିବାରେ ଲାଗିଥିଲା। ତେବେ ନାଲ୍‌କୋ ଛକରେ ଆମ୍ବୁଲାନ୍ସ ପୂରା ଫସିଯାଇଥିଲା। ଆଗପଛ ଓ ପାର୍ଶ୍ୱରେ ଗାଡିମୋଟର ଲାଗି ରହିଥିଲା। ଆମ୍ବୁଲାନ୍ସ ଡ୍ରାଇଭର ସାଇରନ୍‌ ଦେଇଥିଲେ ମଧ୍ୟ କେହି ହଟି ନ ଥିଲେ। ଫଳରେ ଗାଡିରେ ଥିବା ଶିଶୁର ବାପା ନୀରୋଦ ଓ ଦାଦା ଓହ୍ଲାଇପଡ଼ି ରାସ୍ତା ଫାଙ୍କା କରିବାକୁ ଚେଷ୍ଟା କରିଥିଲେ। ପୁଅର ଦେହ ବହୁତ ଖରାପ ଅଛି କହି ବାଟ ଛାଡ଼ିଦେବାକୁ ଲୋକଙ୍କ ହାତଗୋଡ଼ ଧରି ନେହୁରା ହୋଇଥିଲେ। ବହୁ କଷ୍ଟରେ କିଛି ଗାଡିକୁ ସାଇଡ୍‌ କରି ଆମ୍ବୁଲାନ୍ସକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପଛରେ ଥିବା ଗାଡିଗୁଡିକ ଆଗକୁ ମାଡ଼ିଯାଇ ବାଟ ଓଗାଳୁଥିଲା। ଏହା ମଧ୍ୟରେ କିଛି ଗାଡ଼ି ମଧ୍ୟ ନୀରୋଦଙ୍କୁ ଧକ୍କା ଦେଇସାରିଥିଲା। ସ୍ଥିତି ଏପରି ହୋଇଥିଲା ଆମ୍ବୁଲାନ୍ସଟି କେଉଁବାଟେ ବି ମୁକୁଳିବା ପରିସ୍ଥିତିରେ ନ ଥିଲା। ଭିତରେ ଶିଶୁଟି ଚିତ୍କାର କରି ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ବାହାରେ ଥିବା ଲୋକେ ମାନବିକତା ହରାଇ ବସିଥିଲେ। ଏ ପରିସ୍ଥିତିରେ ଟ୍ରାଫିକ ପୋଲିସ ମଧ୍ୟ ପ୍ରଥମେ ସେପରି ପଦକ୍ଷେପ ନେଇ ନ ଥିଲା। ପରେ ଉଦ୍ୟମ କରି ବିଫଳ ହୋଇଥିଲା। ଜାମ୍‌ ହଟାଇବା ବେଳକୁ ପ୍ରାୟ ୧୫ ମିନିଟ୍‌ରୁ ଅଧିକ ସମୟ ବିଳମ୍ବ ହୋଇଯାଇଥିଲା। ଏହାପରେ ବାଟରେ ଗାଡିମୋଟର ଭିଡ଼ ଓ ଡମଣା ସହ ଆଉ କେତେକ ଛକରେ ମଧ୍ୟ ରାସ୍ତା ସ୍ବାଭାବିକ ନ ଥିଲା। ଆମ୍ବୁଲାନ୍ସଟି କିମ୍ସ ହସ୍ପିଟାଲରେ ପହଞ୍ଚତ୍ବା ବେଳକୁ ପ୍ରାୟ ଦେଢ଼ଘଣ୍ଟା ବିଳମ୍ବ ହୋଇଯାଇଥିଲା। ସେତେବେଳକୁ ଶିଶୁଟି ନିସ୍ତେଜ ହୋଇଯାଇଥିଲେ। ଡାକ୍ତର ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍ପିଟାଲକୁ ଆଣିବାରେ ବିଳମ୍ବ ହୋଇଯାଇଥିବାରୁ ଶିଶୁଟିର ମୃତ୍ୟୁ ଘଟିଥିବା ସମ୍ପୃକ୍ତ ଡାକ୍ତର କହିଥିଲେ ବୋଲି ନୀରୋଦ କହିବାବେଳେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ।
ଏନେଇ ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି, କେଉଁ ପରିସ୍ଥିତିରେ ଏପରି ଘଟିଲା ତାହାର ତଦନ୍ତ କରାଯିବ। ମୁଁ ସିସିଟିଭି ଯାଞ୍ଚ କରିଥିଲି। ଟ୍ରାଫିକ ଜାମ୍‌ରେ କୌଣସି ଆମ୍ବୁଲାନ୍ସ ଫସି ଥିବା ଦେଖିବାକୁ ପାଇଲିନି। ତେବେ ଜୟଦେବ ବିହାରରୁ ପଟିଆ ରାସ୍ତାରେ ପ୍ରାୟତଃ ଭିଡ଼ ରହୁଛି। ଏହି ସମସ୍ୟାକୁ କିଭଳି ସମାଧାନ କରାଯିବ ସେନେଇ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଚିକିତ୍ସା ଅବହେଳା ଅଭିଯୋଗକୁ ଅସ୍ବୀକାର କରିଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ।
ସୂଚନାଯୋଗ୍ୟ, ବର୍ଷେ ତଳେ ରାଜଧାନୀ ରାସ୍ତାରେ ମଧ୍ୟ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଥିଲା। ଖାରବେଳନଗର ଥାନା ଅନ୍ତର୍ଗତ ମାଷ୍ଟରକ୍ୟାଣ୍ଟିନ ଛକରେ ଶୋଭାଯାତ୍ରା ଯୋଗୁ ରାସ୍ତା ଜାମ୍‌ ଥିଲା। କ୍ୟାପିଟାଲ ହସ୍ପିଟାଲକୁ ଯାଉଥିବା ଏକ ଆମ୍ବୁଲାନ୍ସ ଫସି ଯିବାରୁ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri