Posted inଖେଳ

ଟିମ୍‌ ଇଣ୍ଡିଆର କୋଚ୍‌ ପଦ ଲାଗି ହୋଇଛି ୨ ହଜାର ଆବେଦନ

ମୁମ୍ବାଇ,୨।୮- ଭାରତୀୟ କ୍ରିକେଟ ଦଳର ବିଭିନ୍ନ କୋଚିଂ ଷ୍ଟାଫ ପଦ ଲାଗି ୨ ହଜାର ଆବେଦନ ଦାଖଲ ହୋଇଛି। ଏ ନେଇ ଇଂଲିଶ ଖବରକାଗଜ ମୁମ୍ବାଇ ମିରରରେ ଏକ ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ଏମାନଙ୍କ ମଧ୍ୟରେ ଖୁବ୍‌କମ ବଡ଼ ନାମ ରହିଛି। ରବି ଶାସ୍ତ୍ରୀଙ୍କ ନେତୃତ୍ୱାଧୀନ କୋଚିଂ ଟିମ୍‌ର କାର୍ଯ୍ୟକାଳ ୨୦୧୯ ଆଇସିସି ବିଶ୍ୱକପ୍‌ରେ ଶେଷ ହେଉଥିଲା। କିନ୍ତୁ ନୂଆ କୋଚ୍‌ ନିଯୁକ୍ତି ପ୍ରକ୍ରିୟା ଲାଗି କିଛି ସମୟ ଦରକାର ଥିବାରୁ ଶାସ୍ତ୍ରୀଙ୍କ ଟିମ୍‌ର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର, ବୋଲିଂ କୋଚ୍‌ ଭରତ ଅରୁନ ଓ ଫିଲ୍ଡିଂ କୋଚ୍‌ ଏସ୍‌. ଶ୍ରୀଧର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ଶେଷ ହେବା ପରେ ପଦ ଛାଡ଼ିବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜୁଲାଇ ୧୬ ତାରିଖରେ କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ପଦ ଲାଗି ବିଜ୍ଞାପନ ଦେଇଥିଲା। ଆବେଦନ ପାଇଁ ୩୦ ତାରିଖକୁ ଶେଷ ଦିନ ବୋଲି ଧାର୍ଯ୍ୟ କରାଯାଇଥିଲା। ମୁମ୍ବାଇ ମିରରରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ବହୁ ଅନ୍ତର୍ଜାତୀୟ ଆବେଦକ ରହିଛନ୍ତି। ଏଣୁ ବିସିସିଆଇକୁ ଆବେଦକଙ୍କ ମୂଲ୍ୟାଙ୍କନ ଲାଗି ଅଧିକ ସମୟ ଲାଗିପାରେ। ଗୁରୁତ୍ୱପୂର୍ଣ୍ଣ ମୁଖ୍ୟ କୋଚ୍‌ ପଦ ପାଇଁ ୨୦୦୫ରେ ଗ୍ରେଗ୍‌ ଚାପେଲଙ୍କଠାରୁ ହାରିଥିବା ଅଷ୍ଟ୍ରେଲିଆର ଟମ୍‌ ମୁଡି, ସର୍ବାଧିକ ସମୟ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଦଳର କୋଚ୍‌ ପଦ ସମ୍ଭାଳିଥିବା ମାଇକ ହାସନ, ପୂର୍ବତନ ଭାରତୀୟ ଓପନର ଲାଲଚାନ୍ଦ ରାଜପୁତ ଓ ରବିନ ସିଂ ରହିଛନ୍ତି। ପୂର୍ବରୁ ଏହି ପଦ ଲାଗି ଇଚ୍ଛା ପ୍ରକାଶ କରିଥିବା ମାହେଲା ଜୟବର୍ଦ୍ଧନେ ଆବେଦନ କରିନାହାନ୍ତି। ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ କପିଳ ଦେବଙ୍କ ନେତୃତ୍ୱାଧୀନ ଉପଦେଷ୍ଟା କମିଟି (ସିଏସି) ମୁଖ୍ୟ କୋଚ୍‌ ଚୟନ କରିବ। ସିଏସି ଆବେଦକଙ୍କ ତାଲିକାରୁ ଚିହ୍ନଟ ପ୍ରାର୍ଥୀମାନଙ୍କର ଚଳିତ ୧୪ ଓ ୧୫ ତାରିଖରେ ସାକ୍ଷାତକାର ନେବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩, ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୨୫ା୭(ତ୍ରିନାଥ ମହାନ୍ତି):୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ରାଜ୍ୟର କିଏ…

ନିଶା କାରବାରରେ ପୋଲିସର ହାତ: ମୁହଁ ଖୋଲିଲେ ଇନ୍‌ଫର୍ମର

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ଥମିବା ନାଁ ନେଉନାହିଁ। ତେବେ କିଛି ପୋଲିସ କର୍ମଚାରୀ ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା ଯୋଗୁ ଏଭଳି କାରବାରକୁ…

ରେକର୍ଡ କଲା PM ମୋଦିଙ୍କ ଭିଡିଓ, ୨୪ ଘଣ୍ଟାରେ ସବୁଠୁ ଅଧିକ…

ନୂଆଦିଲ୍ଲୀ,୨୫।୭: CJP ବିକ୍ଷୋଭକାରୀ ଏବଂ ସରକାରଙ୍କ ମଧ୍ୟରେ ଶନିବାର ଆଉ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଉପରେ କେନ୍ଦ୍ରିତ…

ସରକାରଙ୍କ ଉପରେ ବଢୁଛି ଚାପ: ଏବେ କ’ଣ କରିବେ ମୋଦି

ନୂଆଦିଲ୍ଲୀ,୨୫ା୭(ପି.ଟି./ଏଜେନ୍ସି): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସିଜେପି ପକ୍ଷରୁ ଚାଲିଥିବା ଆନ୍ଦୋଳନ ସରକାରଙ୍କ ଉପରେ ବଡ଼ ଚାପ ସୃଷ୍ଟି କରିଛି। ଶୁକ୍ରବାର ସରକାର ଓ…

ସାର ବିକ୍ରିରେ ଅନିୟମିତତା: ୬ ଡିଲରଙ୍କ ଲାଇସେନ୍ସ ରଦ୍ଦ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ଜୋରସୋର୍‌ରେ ଚାଲିଥିଲାବେଳେ ସାରର କୃତ୍ରିମ ସଙ୍କଟ ଏବଂ କଳାବଜାର ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ଅଭିଯୋଗ ପାଇବା ପରେ…

Commonwealth Games: ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଝଣ୍ଡୁ କୁମାର

ନୂଆଦିଲ୍ଲୀ,୨୫।୭: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ, ପାରା ଭାରୋତ୍ତୋଳକ ଝଣ୍ଡୁ କୁମାର କାଂସ୍ୟ ପଦକ ଜିତି ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛନ୍ତି…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri