ଝିଅର ନଖ ଓ ଦାନ୍ତ

ସୌମ୍ୟା ସାରସ୍ବତା ପଣ୍ଡା

ଝିଅଟା ଏତେ ବେଳ ଯାଏ ଆସିନି! କହୁଥିଲି, ତାକୁ ଜୁଡୋ-କରାଟେ ଶିଖେଇବା। ଦରକାର ବେଳେ କାମରେ ଆସିବ। ବ୍ୟସ୍ତ ହୋଇ ସୁମତି ଦାଣ୍ଡବାରି ହେଉଥାନ୍ତି। ଘରପିନ୍ଧା ପୋଷାକ ପିନ୍ଧି ସ୍ଲ୍ଳିପର ହଳକ ଗୋଡ଼ରେ ଗଳେଇ ଆୟୁଷୀର ବାପା ଗେଟ୍‌ ଖୋଲି ରାସ୍ତା ଉପରେ ଠିଆ ହୋଇଥାନ୍ତି। ମଝିରେ ମଝିରେ ଗାର୍ଡେନ୍‌ ଚେୟାରରେ ବସି ଯାଉଥାନ୍ତି। ଏମିତି ଘଣ୍ଟାଏ ବିତିଗଲା। ସେଇ ପୋଷାକରେ ଗାଡ଼ି ଧରି ବାହାରିଲେ ଆୟୁଷୀର ବାପା। ଅଳ୍ପ ବାଟ ଯାଇଛନ୍ତି କି ନାହିଁ, ରାସ୍ତାର ନିଅନ୍‌ ଲାଇଟ୍‌ରେ ଦେଖିଲେ ଆୟୁଷୀ ସ୍କୁଟି ଧରି ଫେରୁଛି। ସେଇଠୁ ଗାଡ଼ି ବୁଲେଇ ଘରକୁ ଫେରିଲେ। ଆଗେ ଝିଅ ଯାଇ ଘରେ ପହଞ୍ଚତ୍ଲା। ସୁମତିଦେବୀ ଝିଅକୁ ଦେଖି କୋଟିନିଧି ପାଇଗଲେ। ହେଲେ ତାଗିଦ୍‌ କରି ପଚାରିଲେ- କୁଆଡ଼େ ଯାଇଥିଲୁ, ଏତେବେଳ ଯାଏ! ଜାଣିଛୁ, ମୁଁ କେତେ ବ୍ୟସ୍ତ ହୋଇ ପଡ଼ିଥିଲି। ତୋ ବାପା ଏଇନେ ତୋତେ ଖୋଜିବାକୁ ବାହାରି ଗଲେ।
କିଛି ସମୟ ସାଙ୍ଗମାନଙ୍କ ସହିତ ପାର୍କରେ ବସି ଯାଇଥିଲି। ପରୀକ୍ଷା ତ ଆହୁରି ଅନେକ ଦିନ ଅଛି, ସେଥିପାଇଁ- ମା’କୁ ଉତ୍ତର ଦେଲା ଆୟୁଷୀ।
ହେଲେ …, କହି ଅଟକିଗଲେ ସୁମତି।
ଝିଅ ତାଙ୍କର ଭାଷଣ ଦେବା ଆରମ୍ଭ କରିଦେଲା- ତୁମେ କ’ଣ ହାଇଦ୍ରାବାଦ ଘଟଣାକୁ ନେଇ ଭୟଭୀତ କି? କାଳେ ମୋ ସାଙ୍ଗରେ ସେମିତି ଘଟିବ। ମୋତେ ତ ଲାଗେ ନିଜର ବୋକାମି ଆଉ ଉପସ୍ଥିତ ବୁଦ୍ଧିର ଅଭାବ ଓ ଜ୍ଞାନକୌଶଳକୁ ଉପଯୋଗ କରିବାର ଅପାରଗତା କି ଅନିଚ୍ଛା ଯୋଗୁ ଆମେ ଏମିତି ରାକ୍ଷସମାନଙ୍କ କବଳରେ ପଡ଼ୁ ଆଉ ବେଳେ ବେଳେ ନିଜର ଜୀବନ ମଧ୍ୟ ଦେଉ।
ବାହାରୁ ବାପା ଆସୁଥିବା ଦେଖି ଚୁପ୍‌ ହୋଇଗଲେ ମା’, ଝିଅ। ଝିଅର କଥା କିନ୍ତୁ ଠିକ୍‌ ଶୁଣିଥିଲେ ଆୟୁଷୀର ବାପା। ଝିଅର କଥା ଉପରେ ସେ ବିଚାର କରିବା ଆରମ୍ଭ କରିଦେଲେ। ପୁଣି ଇଣ୍ଟରନେଟ୍‌ ଖୋଲି ସେଇ କେସ୍‌ର ଆମୂଳଚୂଳ ପଢ଼ିଲେ। ତାଙ୍କୁ ନିଜ ଝିଅ କଥାରେ କିଛି ଦମ୍‌ ରହିଥିବା ଭଳି ଅନୁଭବ ହେଲା। ରାତିରେ ଦୂରକୁ ଯିବାର ଅଛି ଜାଣି ମଧ୍ୟ ସେ ଝିଅ ସ୍କୁଟି ନେଇ ଏକା ଯିବା, ଗାଡ଼ିକୁ ଟୋଲଗେଟ୍‌ ପାଖରେ ରଖି ଯିବା, ରାତି ୯ଟା ପରେ ଗାଡ଼ି ପାଖେ ପହଞ୍ଚତ୍ବା, ସେଇଠି ନିଜ ଗାଡ଼ିର ଚକା ପଙ୍କଚର ହୋଇ ଯାଇଛି ଦେଖି ମନରେ କିଛି ସନ୍ଦେହ ନ କରିବା, ତା’ପରେ ଯେଉଁମାନେ ତା’ ଗାଡ଼ି ସଜାଡ଼ି ଦେବା ପାଇଁ ପ୍ରସ୍ତାବ ଦେଇଥିଲେ, ସେମାନଙ୍କ ମୁହଁର ଗନ୍ଧ କି ଭାବଭଙ୍ଗୀକୁ ଠଉରାଇ ନ ପାରିବା (ସେମାନେ ମଦ ପିଇଥିଲେ ବୋଲି ପରୀକ୍ଷାରୁ ଜଣାପଡ଼ିଛି) କିମ୍ବା ଜାଣିପାରି ମଧ୍ୟ ଆଉ କୌଣସି ବାଟ ନ ଥିବା ଭଳି ସେମାନଙ୍କ ସାହାଯ୍ୟ ନେବା, ତା’ଠାରୁ ଗାଡ଼ି ନେଇ ମେକାନିକ୍‌ ପାଖକୁ ଯିବା, ପୁଣି ଆସିବା, ଏତେ ସମୟ ଭିତରେ ଭଉଣୀକୁ ଫୋନ୍‌ କରି ଡର ଲାଗୁଛି କହିବା- ଏସବୁ ଭିତରେ କେମିତି ଅଡ଼ୁଆ ତଡ଼ୁଆ ହୋଇ ଯାଉଥିଲା ତାଙ୍କ ମୁଣ୍ଡ। ସେ ଭାବୁଥିଲେ ଝିଅଟି କିଛି ପରିମାଣରେ ବିପଦର ଆଭାସ ପାଇଥିଲା ନିଶ୍ଚୟ। ଆଉ ଯଦି ପାଇଥିଲା, ତା’ହେଲେ ସେ ଏମିତି କାହିଁକି କଲା? ଗାଉଁଲି ଝିଅ ହୋଇଥିଲେ ଅଲଗା କଥା। ଏ ଝିଅ ତ ଉଚ୍ଚଶିକ୍ଷିତା, ଚାକିରି କରିଥିଲା। ହାତରେ ତ ତା’ର ନିଶ୍ଚୟ ଦାମିକା ଆଣ୍ଡ୍ରଏଡ୍‌ ଫୋନ୍‌ ଥିବ, ଯାହାର ଉପଯୋଗ ସେ କରି ପାରିଥାନ୍ତା। ଏହା ସତ୍ତ୍ୱେ ପୋଲିସକୁ ଫୋନ୍‌ ନ କରିବା କି ମୋବାଇଲ ଜ୍ଞାନକୌଶଳର ଉପଯୋଗ ନ କରିବା, ଗାଡ଼ି ତୁଳନାରେ ନିଜ ଜୀବନର ମୂଲ୍ୟ ଅଧିକ ଭାବି ଗାଡ଼ିକୁ ଟୋଲଗେଟ୍‌ରେ ରଖିଦେଇ ଟ୍ୟାକ୍ସି ଡାକି ଘରକୁ ଫେରିବା କଥା ଚିନ୍ତା ନ କରିବା ଭଳି କିଛି ତ୍ରୁଟି ଯେ ସେ ଝିଅ ତରଫରୁ ନ ହୋଇଛି, ତାକୁ ସମ୍ପୂର୍ଣ୍ଣ ଏଡ଼େଇଦେଇ ହେବ କି? ଯେଉଁ ତିରିଶ ମିନିଟ୍‌ ଭିତରେ ସେମାନେ ଝିଅଟିର ଜୀବନ ସହ ଖେଳ ଖେଳିଦେଲେ, ସେତିକି ସମୟ ଭିତରେ ସେ ଝିଅ ନିଜକୁ ରକ୍ଷା କରି ପାରିଥାନ୍ତା ବୋଧହୁଏ।
ବଳାତ୍କାରୀଙ୍କ ସହିତ ପୋଲିସ ଯାହା ଠିକ୍‌ ଭାବିଛି, କରିଛି। କିନ୍ତୁ ସେ ଝିଅଟି ଆଉ ଫେରି ଆସିବ କି? ଏବେ ଝିଅମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଦିଆଯାଉଛି। ଜୁଡୋ, କରାଟେ ଭଳି ମାର୍ଶାଲ ଆର୍ଟ ଶିଖିବା ସହିତ ପାଖରେ ପିପର ସ୍ପ୍ରେ ରଖିବାକୁ କୁହାଯାଉଛି। ଏବେ ତ ସରକାର ଝିଅମାନଙ୍କୁ ନିଜର ସୁରକ୍ଷା ପାଇଁ ପାଖରେ ମାରଣାସ୍ତ୍ର ରଖିବାକୁ ଅନୁମତି ଦେଲେଣି। ନାନା ବାଟରେ ସେମାନଙ୍କୁ ଆମତ୍ସୁରକ୍ଷା ଶିକ୍ଷା ଦେବା ପାଇଁ ସଚେତନତା କାର୍ଯ୍ୟକ୍ରମ ହେଉଛି। କିନ୍ତୁ ବଳାତ୍କାରର ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗଣବଳାତ୍କାର ସାଙ୍ଗକୁ ହତ୍ୟା କରିବା ପାଇଁ ପଛାଉ ନାହାନ୍ତି ଅପରାଧୀ। ଓଡ଼ିଶାରେ ୧୯୯୪ରେ ବାରିପଦାର ଲକ୍ଷ୍ମଣ ନାୟକଙ୍କୁ ନିଜ ଝିଆରୀକୁ ବଳାତ୍କାରକରି ହତ୍ୟା କରିଥିବା ଅପରାଧ ପାଇଁ ବ୍ରହ୍ମପୁର ଜେଲରେ ଫାଶୀ ଦିଆଯାଇଥିଲା। ସେହିଭଳି ଧନଞ୍ଜୟଙ୍କୁ ମଧ୍ୟ ଫାଶୀ ମିଳିଥିଲା ଏହିଭଳି ଏକ ଅପରାଧରେ। କିନ୍ତୁ ଏବେ ନିର୍ଭୟା, ଉନ୍ନାଓ, ହାଇଦ୍ରାବାଦ ଭଳି କେସ୍‌ ଏତେ ପରିମାଣରେ ବଢ଼ି ଚାଲିଛି ଯେ ଆଉ ଏହା ବିରଳ ନୁହେଁ, ନିତିଦିନିଆ ଘଟଣା ହୋଇଗଲାଣି ଯେମିତି! କିନ୍ତୁ ପ୍ରଶ୍ନଟି ସେଇ ଅର୍ଗଳିରେ ଅଟକି ଯାଇଛି, କାହିଁକି- କେତେଦିନ?
କାହିଁକି, ଅର୍ଥାତ୍‌ ଏମିତି କାହିଁକି ହେଉଛି? ଯେତେବେଳେ ମଣିଷ ଭିତରେ ଥିବା ପାଶବିକ ପ୍ରବୃତ୍ତି କିଛି କ୍ଷଣ ପାଇଁ ଜାଗ୍ରତ ହେଉଛି, ସେତେବେଳେ କିଛି ଦୁର୍ବଳମନା ମଣିଷ ଏଭଳି କାଣ୍ଡ ଭିଆଉଛନ୍ତି। କାହା ସହିତ, ନା ଏକ ଭୀତତ୍ରସ୍ତା ହରିଣୀ ଭଳି ନାରୀ ସହିତ। ବାଘୁଣୀ ଭଳି ଲଢ଼ୁ ଲଢ଼ୁ କେତେବେଳେ ରାକ୍ଷସମାନଙ୍କ ପଞ୍ଝା ଭିତରେ ସେ ଗୋଟେ କଅଁଳିଆ ଛେଳିଛୁଆ ପାଲଟି ଯାଉଛି ଆଉ ସେମାନେ ତାକୁ ଖିନ୍‌ ଭିନ୍‌ କରି ଖାଇ ଯାଉଛନ୍ତି। ଏକାଧିକ ବଳିଷ୍ଠ ପୁରୁଷ ହେଲେ ବିଚରା ନାରୀଟିଏ ଆଉ କେତେ ବା ଲଢ଼ିପାରିବ ସେମାନଙ୍କ ସହିତ? ତେଣୁ ବେଳହୁଁ ସଜାଗ ହେବା ଠିକ୍‌ ନୁହେଁ କି? ହଠାତ୍‌ ଡରି ନ ଯାଇ ହାତପାହାନ୍ତାରେ ଥିବା ସୁବିଧା ସୁଯୋଗର ଉପଯୋଗ କରିବା ଉଚିତ।
ମନେପଡ଼ି ଯାଉଥିଲା ତାଙ୍କର ବହୁତ ବର୍ଷ ତଳର କଥା। ତାଙ୍କ ସାଙ୍ଗରେ ନବମ ଶ୍ରେଣୀରେ ପଢ଼ୁଥିବା ରଘୁଆକୁ କେମିତି ତା’ ନଖ ଆଉ ସେଫ୍ଟିପିନ୍‌ରେ ରାମ୍ପୁଡ଼ି ଖଣ୍ଡିଆ ଖାବରା କରି ଦେଇଥିଲା ନିଜ ଇଜ୍ଜତକୁ ବଞ୍ଚେଇ ରଖିବା ପାଇଁ ତାଙ୍କ ଶ୍ରେଣୀର ଗୋଟେ ଝିଅ। ସତକଥା ତ, ଗୋଟେ ଝିଅ ପାଖରେ ଗୋଟେ ପୁଅ ଭଳି ସମ୍ପୂର୍ଣ୍ଣ ଶରୀର ଅଛି। ପୁରୁଷର ବଳ ଥାଇପାରେ, କିନ୍ତୁ ନାରୀ ବୁଦ୍ଧିମତୀ। ବୁଦ୍ଧି ବଳରେ ସାରା ସଂସାରକୁ ନଚେଇ ପାରୁଥିବା ନାରୀ ସାମାନ୍ୟ ପୁରୁଷକୁ ପରାହତ କରି ନ ପାରି ତା’ର ଲମ୍ପଟତାର ଶିକାର ପାଲଟି ଯାଉଛି କେମିତି! କିଛି ନ ହେଲେ ତା’ର ନଖ ଅଛି, ଦାନ୍ତ ଅଛି, ଆଙ୍ଗୁଠି ଅଛି। ପିନ୍ଧିଥିବା ଚୁଡ଼ି ଅଛି, ସେଫ୍ଟିପିନ୍‌ ଅଛି, ଓଢ଼ଣୀ ଅଛି, ରାସ୍ତାର ଧୂଳିବାଲି ଅଛି, ନ ହେଲେ ମୋହିନୀର ମାୟା ଅଛି। ତା’ ସାଙ୍ଗକୁ ଆଜିର ଜୁଡୋ, କରାଟେ, ପିପର ସ୍ପ୍ରେ ତ ଅଛି। ଏସବୁ ସହିତ ଉପସ୍ଥିତ ବୁଦ୍ଧି ହିଁ ବେଶି ଦରକାର। ନଖରେ ରାମ୍ପି ପାରିବ, ଦାନ୍ତରେ କାମୁଡ଼ି ପାରିବ, ଆଖି ଭିତରେ ଆଙ୍ଗୁଠି ଗେଞ୍ଜି ଦେଇ ପାରିବ। କିଛି ନ ହେଲେ ମିଛ ପ୍ରେମର ମାୟା ଦେଖାଇ କିଛି ସମୟ ମୋହଗ୍ରସ୍ତ ତ କରିପାରିବ ମୋହିନୀ ଭଳି। ଆଉ ରାହୁକୁ ଭଗବାନ ବିଷ୍ଣୁ ଦୁଇ ଖଣ୍ଡ କରି କାଟିବା ପରି ସେମାନେ ପିଉଥିବା ମଦ ବୋତଲ (ଯଦି ପିଉଥାନ୍ତି)ର କାଚକୁ ଭାଙ୍ଗି ସେମାନଙ୍କର ଗୁପ୍ତାଙ୍ଗକୁ ଖଣ୍ଡିଆଖାବରା କି କାଟି ବି ପାରିବ। କି ଯୁଗ ହେଲା। ହେ ଈଶ୍ୱର, ଯେଉଁଠି ପିଲାମାନଙ୍କୁ ବାପା ମା’ ଅହିଂସାର ମାର୍ଗରେ ଯିବା ପାଇଁ ଶିକ୍ଷା ଦେବା କଥା, ସେଇଠି ଆମକୁ କି ଶିକ୍ଷା ଦେବାକୁ ପଡ଼ିବ ହିଂସାର ମାର୍ଗ ଆପଣେଇବାର ତରିକା?
ସୁମତିଦେବୀଙ୍କ ପାଟି ଶୁଣା ଯାଉଥିଲା। କେଡ଼େ କେଡ଼େ ନଖ କରିଛୁ? କାଲି ସକାଳେ ସବୁ କାଟିଦେବି ରହ। ଉଠି ଯାଉ ଯାଉ ଆୟୁଷୀର ବାପା କହୁଥିଲେ, ନାଇଁ ନାଇଁ, ନଖ ଥାଉ, କାମରେ ଆସିବ। ନଖ କି କାମରେ ଆସିବ ଶୁଣେ ବୋଲି ସୁମତିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଲେ, ରାକ୍ଷସମାନଙ୍କୁ ମୋ ଝିଅ ନୃସିଂହ ଅବତାର ହୋଇ ନଖରେ ବିଦାରି ମାରିବ। ବୋକା ଭଳି ଚାହିଁ ରହିଥିଲେ ସୁମତି ଆଉ ଆୟୁଷୀ।
କି ବିଡ଼ମ୍ବନା ସତରେ! କିନ୍ତୁ ପଶୁମାନଙ୍କ ସହିତ ଲଢ଼ିବାକୁ ହେଲେ ବେଳେବେଳେ ହିଂସ୍ର ହେବାକୁ ତ ପଡ଼ିବ, ନୁହେଁ କି?
ନିମ୍‌ସ, ଭୁବନେଶ୍ୱର, ମୋ: ୭୦୦୮୩୨୦୧୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

ରାମରାଜ୍ୟର ବାସ୍ତବ ଲକ୍ଷ୍ୟ

ଏବେ ‘ସନାତନ ଧର୍ମ’ ବାକ୍ୟାଂଶ ବା ସ୍ଲୋଗାନ ଅତି ସାଧାରଣ ଭାବରେ ବ୍ୟବହାର ହେଉଛି। ଏହାକୁ ଏକ ପ୍ରାଚୀନ ହିନ୍ଦୁ ଜୀବନଶୈଳୀ ରୂପେ ଉପସ୍ଥାପନ କରାଯାଉଛି, ଯାହା…

ଗୋଇନ୍ଦା ବିଫଳତା-ଉତ୍ତରଦାୟୀ କିଏ

ସାରା ରାଜ୍ୟରେ ବଡ଼ ଜୋରସୋରରେ କୁଖ୍ୟାତ ଅପରାଧୀମାନଙ୍କ ଧରପଗଡ଼ ଚାଲିଛି। କେତେଜଣ ଧରାହୋଇ ଜେଲ କୋଠରିକୁ ଫେରୁଛନ୍ତି ତ ପୁଣି କେତେକେ ପୋଲିସ ଆଖିରେ ଧୂଳିଦେଇ ଫେରାର…

୯ କିଲୋମିଟରର ଅକୁହା କାହାଣୀ

ପ୍ରଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri