ଝାରସୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ: ମୃତବ୍ୟକ୍ତିଙ୍କୁ ସାଲାଇନ୍‌, ଇଞ୍ଜେକ୍‌ଶନ

ଝାରସୁଗୁଡ଼ା ଅଫିସ/ଲଖନପୁର, ୧୨।୯(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିସତ୍। ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏପରି କି ଜଣେ ନର୍ସ ସଂପୃକ୍ତ ବ୍ୟକ୍ତିଙ୍କ ମୃତଦେହରେ ସାଲାଇନ୍‌ ଲଗାଇବା ସହ ଇଞ୍ଜେକଶନ ଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଏହାର ଭିଡିଓ ଭାଇରାଲ ହେବା ପରେ ସମସ୍ତ ଚିତ୍ର ସାମ୍‌ନାକୁ ଆସିଛି ।
ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଖୁଣ୍ଟାପାଲି ପଞ୍ଚାୟତ ଜାଲିମାଲ ଗ୍ରାମର କ୍ଷେତ୍ରମଣି କୁସୁମ(୩୦)ଙ୍କୁ ବୁଧବାର ପରିବାର ଲୋକ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଚିକିସତ୍। ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଏନେଇ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷେତ୍ରମଣିଙ୍କର ମାନସିକ ବିକୃତି ଥିଲା। ସେ ବୁଧବାର ଦିନ ପ୍ରାୟ ୧୧ଟାରେ କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଦିନ ୧୨ଟାରେ ଜିଲା ମୁଖ୍ୟ ଚିକିସତ୍ାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସ୍ବାସ୍ଥ୍ୟକର୍ମୀମାନେ କ୍ଷେତ୍ରମଣିଙ୍କୁ ଦେଖିଲା ପରେ ଡାକ୍ତରଖାନାର ଉପର ମହଲାକୁ ନେବାକୁ କହିଥିଲେ। ହେଲେ ସେଠାରେ କେହି ନ ଥିବାରୁ ପୁଣି ପରିବାର ଲୋକ ତାଙ୍କୁ ତଳକୁ ଆଣିଥିଲେ। ଏପରି ଉପର ତଳ ହେବାରେ ସମୟ ଅତିବାହିତ ହୋଇଥିଲା। ଫଳରେ କ୍ଷେତ୍ରମଣିଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ହୋଇପଡିଥିଲା। ଏହାର କିଛି ସମୟ ପରେ ଡାକ୍ତର ପହଞ୍ଚତ୍ ଚିକିସତ୍ା ଆରମ୍ଭ କରିଥିଲେ ମଧ୍ୟ କ୍ଷେତ୍ରମଣିଙ୍କ ମୃତ୍ୟୁ ଘଟିଥିଲା। କ୍ଷେତ୍ରମଣିଙ୍କ ମୃତ୍ୟୁ ପରେ ବି ଦାୟିତ୍ୱରେ ଥିବା ନର୍ସ ଚିକିସତ୍। ଜାରି ରଖି ସାଲାଇନ୍‌ ଲଗାଇଥିଲେ। ଏହାର କିଛି ସମୟ ପରେ ତାଙ୍କୁ ଇଞ୍ଜେକ୍‌ଶନ ଦେଇଥିଲେ । ଡାକ୍ତରଖାନାରେ ଉପସ୍ଥିତ ଥିବା ମୃତକଙ୍କ ଭାଇ ଛାତ୍ରଲାଲ୍‌ ଏ ଘଟଣା ଦେଖି ବିରୋଧ କରିବା ସହ ଜଣେ ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ କାହିଁକି ସାଲାଇନ୍‌ ଓ ଇଞ୍ଜେକ୍‌ଶନ ଦିଆଯାଉଛି ବୋଲି ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ। ହେଲେ ଛାତ୍ରଲାଲ୍‌ଙ୍କୁ ସ୍ବାସ୍ଥ୍ୟ କର୍ମଚାରଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ତା’ପରେ ଚିକିସତ୍। ଛାଡ଼ି ସ୍ବାସ୍ଥ୍ୟ କର୍ମଚାରୀମାନେ ସେଠାରୁ ଚାଲି ଯାଇଥିଲେ । ଏହି ସବୁ ଘଟଣାବଳୀକୁ କେହି ଜଣେ ବ୍ୟକ୍ତି ମୋବାଇଲ ଫୋନ୍‌ରେ ରେକଡିଂ କରି ସୋସିଆଲ ମିଡିଆରେ ଅପ୍‌ଲୋଡ଼ କରିଥିଲେ। ତାହା ଭାଇରାଲ ହେବା ପରେ ଗଣମାଧ୍ୟମ ପ୍ରତିନିଧି ମୁଖ୍ୟ ଚିକିସତ୍ାଳୟରେ ପହଞ୍ଚତ୍ ଖୋଲତାଡ଼ କରିଥିଲେ। ଏନେଇ ଅତିରିକ୍ତ ମୁଖ୍ୟ ଚିକିତ୍ସକ ଡା.ଆର୍‌.କେ. ଚୌଧୁରୀ କହିଛନ୍ତି, ବିଷକ୍ରିୟା ଯୋଗୁ ଯୁବକଙ୍କ ଛାତିରେ ପାଣି ଜମି ଯାଇଥିଲା। ଗୁରୁତର ଅବସ୍ଥାରେ ଚିକିସତ୍। କରାଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି। ଚିକିସତ୍ରେ। କୌଣସି ଅବହେଳା କରାଯାଇ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠ, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ମେଷ ସଂକ୍ରାନ୍ତିରେ ଅଶୁଭ ଯୋଗ, ଏହି ରାଶିର ହୋଇପାରେ ଅସୁବିଧା

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏପ୍ରିଲ ୧୪ ତାରିଖ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ଏହି ଦିନ ସୂର୍ଯ୍ୟ ଦେବତା ତାଙ୍କର ଉଚ୍ଚ ରାଶି …

ଶୁଖିଯାଉଛି ନଦୀ-ପୋଖରୀ, ମଣିଷଙ୍କ ସହ ଡହଳବିକଳ ହେଉଛନ୍ତି ଗୃହପାଳିତ ପଶୁ

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଥିବା ୧୧୦ଟି ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁ ନଦୀନାଳ, ପୋଖରୀ, ଚେକ୍‌ ଡ୍ୟାମ୍‌, ନଳକୂପ ଶୁଖିଯାଉଛି।…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri