Posted inଜାତୀୟ

ଝାଡଖଣ୍ଡ ନିର୍ବାଚନ: ୨୨ଜଣଙ୍କ ପ୍ରାର୍ଥୀପତ୍ର ନାକଚ

ରାଞ୍ଚି,୧୬।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୬ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ଜଣାପଡିଛି। ଶୁକ୍ରବାର ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରାର୍ଥିପତ୍ର ଯାଞ୍ଚ ପରେ ଏକ ତାଲିକା ପ୍ରକାଶ ପାଇଛି। ଏଥିରେ ୨୨ ଜଣଙ୍କ ପ୍ରାର୍ଥିପତ୍ରକୁ ନାକଚ କରାଯାଇଥିବା ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ରାମଚନ୍ଦ୍ର କେଶରି। ଏହାସହ ଲୋହଦାଗା ଆସନରେ କଡା ମୁକାବିଲା ହେବ ବୋଲି କୁହାଯାଉଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଭୋଟ ଗ୍ରହଣ ନଭେମ୍ବର ୩୦ରେ ହେବାକୁ ଥିବା ବେଳେ ଏହାର ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ୧୩ ଥିଲା। ଏହି ପର୍ଯ୍ୟାୟରେ ୧୩ଟି ବିଧାନସଭା ଆସନ ପାଇଁ ମତଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାମାୟଣ’ର ଧମାକା: ଆଡଭାନ୍ସ ବୁକିଂରେ…

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ: ପାର୍ଟ ୧’କୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି। ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ: ୬ ନଭେମ୍ୱର ଯାଏଁ ୫ ରାଶିଙ୍କୁ ପ୍ରଚୁର ଧନଲାଭ, ଭାଗ୍ୟରେ ଲାଗିଲା ଚାରଚାନ୍ଦ…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି ବିବେଚନା କରାଯାଏ। ସୂର୍ଯ୍ୟଙ୍କ ଚଳନ ବା ଗୋଚର ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ, ମାନ-ସମ୍ମାନ, କ୍ୟାରିୟର ଏବଂ କାର୍ଯ୍ୟକ୍ଷମତା ସହିତ ଜଡ଼ିତ।…

ଗୋଟିଏ ୱିକେଟ ନେଇ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି ଅର୍ଶଦୀପ ସିଂହ, ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ କଲେ ଏମିତି

ନୂଆଦିଲ୍ଲୀ,୨୮।୧୦: ମଙ୍ଗଳବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଗୋଟିଏ ୱିକେଟ ନେଇ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଇତିହାସ ପୃଷ୍ଠାରେ ନିଜ ନାମ…

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନିକ ତତ୍ପରତା

କୋରାପୁଟ, ୨୮।୧୦ (ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ତଦାରଖ ଜାରି ରହିଛି। ଜିଲାର…

କୋରାପୁଟରେ ୮୫୪.୩ ମିମି ବର୍ଷା

କୋରାପୁଟ, ୨୮/୧୦ (ଅମିତାଭ ବେହେରା): ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ବର୍ଷା ଜାରି ରହିଛି। ଗତକାଲି ସକାଳ ୮ଟାରୁ ବୁଧବାର ସକାଳ ୮ଟା ପର୍ଯ୍ୟନ୍ତ ଜିଲ୍ଲାର ୧୪ଟି…

ଗଞ୍ଜାମରେ ତାଣ୍ଡବ ରଚିଲା ବାତ୍ୟା ଅର୍ଣ୍ଣବ, ଭାଙ୍ଗିଲା ଇଲେକ୍ଟ୍ରି ଖୁଣ୍ଟ ସହ ବଡ଼ବଡ଼…

ଗଞ୍ଜାମ,୨୮ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ସହର ବଡ଼ ବଜାର ଠାରେ ଗତ ଅଗଷ୍ଟ ୩୧ରେ ଉଦ୍‌ଘାଟନ ହୋଇଥିବା ବିଦ୍ୟୁତ୍‌ ଖୁଣ୍ଟ ବୁଧବାର ପଡ଼ି…

ଭାରତୀୟ ରେଳବାଇର ବଡ଼ ଘୋଷଣା; ଏଣିକି ଟ୍ରେନରେ କରିପାରିବେନି ମୋବାଇଲ ଚାର୍ଜ, ଲାଗିଲା କଟକଣା

ନୂଆଦିଲ୍ଲୀ,୨୮।୧୦: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏବେ ଯାତ୍ରା କରିବା ସମୟରେ ରାତି ହେବା ପୂର୍ୱରୁ ହିଁ…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଫାଟିଲା ମହିଳାଙ୍କ ମୁଣ୍ଡ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦୁଇଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଗରିବ ପରିବାରଙ୍କ ପାଇଁ ବିପଦ ଡାକି ଆଣିଛି। ବର୍ଷାରେ ମାଟି କାନ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?