ଝଲସିଲାଣି ପତିରାଜପୁର ମେଳା ମଣ୍ଡପ: ବିରାଜିବେ ଦୋଳଗୋବିନ୍ଦ

ଖଇରା, ୯।୩-କଳା, ସଂସ୍କୃତି, ଆଧ୍ୟାତ୍ମିକତା ଓ ଐତିହ୍ୟର ପ୍ରତୀକ ଭାବେ ବାଲେଶ୍ୱର ଜିଲାର ପତିରାଜପୁର ମେଳା ପ୍ରସିଦ୍ଧ। ସୋମବାର ରାତିରୁ ମେଳା ପଡିଆରେ ଦୋଳମେଳନ ଆରମ୍ଭ ହେଉଥିବାରୁ ସମଗ୍ର ଖଇରା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ସୁସଜ୍ଜିତ ଆଲୋକ ସାଜସଜ୍ଜା, ଠାକୁରଙ୍କ ବିମାନ ପାଇଁ ଆସ୍ଥାନ, ସାଂସ୍କୃତିକ ମଞ୍ଚ ଓ ୭ଶହରୁ ଅଧିକ ଉଠାଦୋକାନୀଙ୍କ ପସରା ମେଳାକୁ ଅଧିକ ଆକର୍ଷଣୀୟ କରିଛି। ଏଥର ୮୦ରୁ ଊର୍ଦ୍ଧ୍ୱ ରାଧାକୃଷ୍ଣଙ୍କ ବିମାନ ଦୋଳମଣ୍ଡପରେ ଶୋଭାପାଇବ। ୮ଦିନ ଧରି ଆୟୋଜିତ ହୋଇଥିବା ମେଳାରେ ଅନ୍ୟ ବର୍ଷ ଭଳି ଏଥର ଲକ୍ଷାଧିକ ଦେଖଣାହାରିଙ୍କ ସମାବେଶକୁ ଦୃଷ୍ଟିରେ ରଖି ମେଳା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ୧ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଅଗ୍ନିଶମ କର୍ମଚାରୀ ଓ ଦର୍ଶକଙ୍କୁ ସେବା ଯୋଗାଇବା ଲାଗି ବହୁ ସ୍ବେଚ୍ଛାସେବୀ ମୁତୟନ ବ୍ୟବସ୍ଥା କରାଯାଇଛି।
ସୁସଜ୍ଜିତ ବିମାନରେ ଠାକୁରଙ୍କୁ ଆକର୍ଷଣୀୟ ଶୋଭାଯାତ୍ରାରେ ଦୋଳ ପଡିଆ ଆସ୍ଥାନକୁ ଅଣାଯିବା ବେଳେ ସମଗ୍ର ଅଞ୍ଚଳ ଝଲସି ଉଠିଥାଏ। ଶଙ୍ଖ, ହୁଳହୁଳି, ଖୋଳ କରତାଳରେ ପୂରି ଉଠେ ପରିବେଶ। ଜନମାନସରୁ ହଜିଯାଉଥିବା ପାରମ୍ପରିକ ପ୍ରାଚୀନ ଲୋକକଳା ପ୍ରଦର୍ଶନ ଶୋଭାଯାତ୍ରାର ଗୁରୁତ୍ୱ ବଢାଇଥାଏ। ଗତ କିଛିବର୍ଷ ଭଳି ଚଳିତବର୍ଷ ମେଳା ପରିସରରେ ପୂର୍ଣ୍ଣମୀ ଦିନ ଡିଜେ ବାଦ୍ୟ ଓ ବାଣକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି ା ମେଳା ପଡିଆରେ ଚାନ୍ଦିନୀର ପୁନରୁଦ୍ଧାର ଓ ଆଲୋକ ବ୍ୟବସ୍ଥା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଦ୍‌ଘାଟିତ ହୋଇଯାଇଛି। ପାଣି ସମସ୍ୟାର ସମାଧାନ ପାଇଁ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇଛି।
ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରୁ ଅଗଣିତ ଶ୍ରଦ୍ଧାଳୁ ପ୍ରତିବର୍ଷ ଏହି ମେଳା ଦେଖିବାକୁ ଆସିଥାନ୍ତି। ଦେଶବିଦେଶରେ ରହୁଥିବା ଖଇରା ଅଞ୍ଚଳର ଲୋକେ ପର୍ବ ପାଇଁ ଘରକୁ ଫେରିଆସିଥାନ୍ତି। ୮ ଦିନର ମହୋତ୍ସବ ଶେଷ ହେବା ସତ୍ତ୍ୱେ ଓଡିଶାର କୋଣ ଅନୁକୋଣରୁ ଆସିଥିବା ଅନେକ ଛୋଟବଡ ବ୍ୟବସାୟୀ ମେଳା ପଡିଆରେ ପ୍ରାୟ ୧ ମାସ ଧରି ରହିଥାନ୍ତି। ହେଲେ କ୍ରମାଗତ ବର୍ଷା ଲାଗି ରହିବା ବ୍ୟବସାୟୀଙ୍କ ଚିନ୍ତା ବଢାଇଛି। ମେଳା କମିଟି ସଭାପତି ପୀତାମ୍ବର ପଟ୍ଟନାୟକ କହିଛନ୍ତି ଯେ, ଶାନ୍ତିଶୃଙ୍ଖଳାରେ କାର୍ଯ୍ୟକ୍ରମ ପରିଚାଳନା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସୁଥିବା ଟିମ୍‌ ଏଠାରେ ଅଧିକ ଦିନ କ୍ୟାମ୍ପ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ରାଉତ ଯୋଗାଣ ବିଭାଗ ପକ୍ଷରୁ ପୂର୍ବଭଳି ଉଠାଦୋକାନୀଙ୍କୁ କିରୋସିନ ଯୋଗାଇ ଦେବାକୁ ଦାବି କରିଛନ୍ତି। ମେଳା ପରିସରରେ କେହି ନିଶାଦ୍ରବ୍ୟ ବିକ୍ରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୁବ୍ରତ ବେହେରା କହିଥିବା ବେଳେ ମେଳା ପରିସରକୁ ସ୍ବଚ୍ଛ ଓ ଆବର୍ଜନାମୁକ୍ତ ରଖିବାକୁ କମିଟି ସମ୍ପାଦକ ଗୌରାଙ୍ଗ ପାଣି ବ୍ୟବସାୟୀ ଓ ଆସୁଥିବା ଦର୍ଶକଙ୍କୁ ନିବେଦନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri