ଜୋତାର ନିଆରା ମ୍ୟୁଜିୟମ୍‌

କାନାଡାର ଟରଣ୍ଟୋ ସ୍ଥିତ ବ୍ଲୋର୍‌ ଷ୍ଟ୍ରିଟ୍‌ଠାରେ ଥିବା ବାଟା ସୁ ମ୍ୟୁଜିୟମ ପୃଥିବୀର ଏକ ବିଖ୍ୟାତ ଜୋତା ମ୍ୟୁଜିୟମ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ ସଂଗୃହୀତ ହୋଇରହିଥିବା ସମସ୍ତ ଜୋତା ଏକ ଭିନ୍ନ କାହାଣୀ ବର୍ଣ୍ଣନା କରିଥାଏ। ଏହି ମ୍ୟୁଜିୟମ୍‌ରେ ମହାକାଶଚାରୀଙ୍କ ସ୍ପେଶ୍‌ ବୁଟ୍‌ଠାରୁ ଆରମ୍ଭ କରି ଓ୍ବେଷ୍ଟର୍ନ ସୁର ଇତିହାସକୁ ଦର୍ଶାଉଥିବା ବିଭିନ୍ନ ଜୋତାକୁ ଅତି ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ଏଠାରେ ପ୍ରାଚୀନ ସଭ୍ୟତାରେ ପିନ୍ଧାଯାଉଥିବା ଜୋତା ତଥା ଏହାର ବିସ୍ତୃତ ଇତିହାସ ସମ୍ପର୍କରେ ଅନେକ ତଥ୍ୟ ଜାଣିବାର ସୁଯୋଗ ମିଳିଥାଏ। ବାଟା ସୁ’ ମ୍ୟୁଜିୟମ୍‌ ୧୯୯୫ ମେ ୬ରେ ପ୍ରତିଷ୍ଠା ଲାଭ କରିଥିଲା। ଏହାର ପ୍ରତିଷ୍ଠାତା ସୋନ୍‌ଜା ବାଟା ୧୯୪୦ରୁ ପୃଥିବୀର ବିଭିନ୍ନ ସ୍ଥାନରୁ ଜୋତା ସଂଗ୍ରହ କରିବା ଆରମ୍ଭ କରିଥିଲେ ଯେଉଁଥିରେ ସାଧାରଣଠାରୁ ଆରମ୍ଭ କରି ଅସାଧାରଣ ପ୍ରାୟ ୧୩ ହଜାର ଜୋତା ସାମିଲ ଅଛି। ତନ୍ମଧ୍ୟରୁ ଫ୍ରାନ୍ସର ଚେଷ୍ଟ ନଟ୍‌ କ୍ରଶିଙ୍ଗ ବୁଟ, ଚାଇନାର ରେଶମ ସୂତାରେ ପ୍ରସ୍ତୁତ ଜୋତା, ଜାପାନୀ ସାମୁରାଇଙ୍କ ଲାଗି ଉଦ୍ଦିଷ୍ଟ ଫର୍‌ ଜୋତା ଆଦି ଅନ୍ୟତମ। କେବଳ ସେତିକି ନୁହେଁ ଏଠାରେ ଭାରତୀୟ ଜୋତାର ମଧ୍ୟ ବିଭିନ୍ନ ସମ୍ଭାର ଦେଖିବାକୁ ମିଳେ। ଏହି ନିଆରା ମ୍ୟୁଜିୟମ୍‌ ଜୋତା ମାଧ୍ୟମରେ ବିଭିନ୍ନ ଦେଶର ତଥା ସଭ୍ୟତାର ସଂସ୍କୃତି ଏବଂ ପରମ୍ପରା ସମ୍ପର୍କରେ ସୂଚନା ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକଅପ୍‌ ପରେ ଭାଙ୍ଗିପଡ଼ିଥିଲେ ବିଜୟ, ସମ୍ଭାଳିଥିଲେ ରଶ୍ମିକା! ଚମକାଇଲା ଅଭିନେତାଙ୍କ ବଡ଼ ଖୁଲାସା

ମୁମ୍ବାଇ: ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଏକ ଇଭେଣ୍ଟରେ ନିଜ ବ୍ୟକ୍ତିଗତ ଜୀବନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅନେକ…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri