ଜୈନ ମନ୍ଦିର ସଦୃଶ ତୋରଣରେ ପୂଜା ପାଇବେ ଗଜାନନ

ବାରିପଦା ଅଫିସ,୨୫।୮- ବାରିପଦା ସହର ତକତପୁର ଫ୍ରେଣ୍ଡସ୍‌ ୟୁନିୟନ ପକ୍ଷରୁ ପ୍ରତିବର୍ଷ ପାଳିତ ହେଉଥିବା ଗଣେଶ ପୂଜାର ସ୍ବାତନ୍ତ୍ର୍ୟ ରହିଛି। ୨୦୦୭ ରେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପୂଜା ଚଳିତ ବର୍ଷ ୧୩ ବର୍ଷରେ ପଦାର୍ପଣ କରିଛି। ଏଥର ପୂଜା, ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାେଇଁ ପୂଜା କମିଟି ଜୋରଦାର ପ୍ରସ୍ତୁତି ଚଳାଇଛି। ଚଳିତ ବର୍ଷ ପୂଜା ପାଇଁ ମୋଟ ୯ ଲକ୍ଷ ଟଙ୍କାର ବଜେଟ ହୋଇଛି। ତୋରଣ ପାଇଁ ୨ ଲକ୍ଷ ୫୦ ହଜାର ,ମୂର୍ତ୍ତି ପାଇଁ ୩୫ ହଜାର, ଲାଇଟ ଓ ସାଜସଜ୍ଜା ପାଇଁ ୮୦ ହଜାର ଟଙ୍କା ବ୍ୟୟ ହେବ। ରାଜଗିରର ଶ୍ୱେତାମ୍ବର ଜୈନ ମନ୍ଦିିର ସଦୃଶ ଏଥର ତୋରଣ ନିର୍ମାଣ କରାଯିବ, ଯାହା ଲୋକଙ୍କୁ ଆକୃଷ୍ଟ କରିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି। ଏହି ତୋରଣ ନିର୍ମାଣ ସକାଶେ କଲିିକତାରୁ ଆସିଥିବା ୧୫ ଜଣ କାରିଗର ଏକ ମାସ ଧରି କାର୍ଯ୍ୟରେ ଲାଗିଛନ୍ତି। ତୋରଣର ଉଚ୍ଚତା ୭୦ ଫୁଟ ଓ ଲମ୍ବ ୬୦ ଫୁଟ ରହିବ। ସେହିପରି ଅଧା ସିଂହ ଓ ଅଧା ହାତୀ ବେଶର ଗଜାନନଙ୍କୁ ଚଳିତ ବର୍ଷ ପୂଜା କରାଯିବ। ୧୩ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ନିର୍ମାଣ ଲାଗି ୧୦ ଜଣ କାରିଗର ଏବେ ଦିନରାତି ଏକ କରି କାମରେ ଲାଗିଛନ୍ତି।
ଫ୍ରେଣ୍ଡସ୍‌ ୟୁନିୟନର ସଭାପତି ସୌମ୍ୟରଞ୍ଜନ ମିଶ୍ର କହିଛନ୍ତି, ୨୦୦୭ରେ ତକତପୁରର କେତେକ ଯୁବ ସାଥୀ ଏକାଠି ହୋଇ ଏକ ଗଣେଶ ପୂଜା କରିବାକୁ ସ୍ଥିର କରିଥିଲେ। ସେତେବେଳେ ଫ୍ରେଣ୍ଡସ୍‌ ୟୁନିୟନ ନାମରେ ଏକ କ୍ଲବ ଗଠନ କରି ସେମାନେ ପୂଜା ଆରମ୍ଭ କରିଥିଲେ। ପ୍ରଥମ ବର୍ଷ ସଦସ୍ୟମାନେ ନିଜ ନିଜ ଭିତରେ ଚାନ୍ଦା କରି ୭୨୦ ଟଙ୍କାରେ ପୂଜା କରିଥିଲେ। ଧୀରେ ଧୀରେ ଏହି ପୂଜା କାର୍ଯ୍ୟକ୍ରମ ଏକ ବଡ ଅନୁଷ୍ଠାନରେ ପରିଣତ ହୋଇଛି। ଶାନ୍ତି , ମୈତ୍ରୀ , ଏକତା ଓ ସଦ୍‌ଭାବନାର ବାର୍ତ୍ତା ଦେଉଥିବା ଗଣେଶପୂଜା ଶାନ୍ତିଶୃଙ୍ଖଳାର ସହ ପାଳିତ ହେଉଥିବାରୁ ଏହା ଲୋକାଦୃତ ହେବାରେ ଲାଗିଛି। ଏଥର ବଲିଉଡରୁ ଡ୍ୟାନ୍ସର ଅଣାଯିବା ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ୟୁନିୟନର ସମ୍ପାଦକ ଦେବାଶିଷ ଦାସ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଆକ୍ସନ ମୋଡ୍‌ରେ ବିଇଓ: ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ

ଉଦଳା,୩ା୯(ସନ୍ତୋଷ ବାଛିନୀ): ଆକ୍ସନ ମୋଡ୍‌ରେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା…

ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ

ଉଦଳା,୩ା୯(ସନ୍ତୋଷ ବାଛିନୀ): ସାବତ ଶ୍ୱଶୁର ହେଲେ ରକ୍ତମୁଖା। ଲୁହା ରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ…

ଧରିତ୍ରୀ ପ୍ରଭାବ; ଅଙ୍ଗନବାଡ଼ିରେ ପିଲାଙ୍କୁ ମିଳୁ ନଥିଲା ରନ୍ଧାଖାଦ୍ୟ, ଜିଲା ପ୍ରଶାସନର ଯାଞ୍ଚ ପରେ ଅଣ୍ଡା…

ଉଦଳା,୩।୯(ସନ୍ତୋଷ ବାଛିନୀ): ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ଜିଲା ପ୍ରଶାସନ । ନିଜେ ତଦନ୍ତ କରିବା ପରେ ଅଙ୍ଗନବାଡିରେ ଆରମ୍ଭ ହେଲା ରୋଷେଇ । ଶିଶୁଙ୍କୁ…

ରିଲିଫ ନେଇ ଫେରୁଥିବା ବେଳେ ଛାତ୍ରଙ୍କ ମୁଣ୍ଡରେ ପଡ଼ିଗଲା ନଡ଼ିଆ, ତାପରେ….

ବାରିପଦା,୨।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହର ମଧୁବନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗଛରୁ ନଡ଼ିଆ ଖସି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri