ଜୈନ ମନ୍ଦିର ସଦୃଶ ତୋରଣରେ ପୂଜା ପାଇବେ ଗଜାନନ

ବାରିପଦା ଅଫିସ,୨୫।୮- ବାରିପଦା ସହର ତକତପୁର ଫ୍ରେଣ୍ଡସ୍‌ ୟୁନିୟନ ପକ୍ଷରୁ ପ୍ରତିବର୍ଷ ପାଳିତ ହେଉଥିବା ଗଣେଶ ପୂଜାର ସ୍ବାତନ୍ତ୍ର୍ୟ ରହିଛି। ୨୦୦୭ ରେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପୂଜା ଚଳିତ ବର୍ଷ ୧୩ ବର୍ଷରେ ପଦାର୍ପଣ କରିଛି। ଏଥର ପୂଜା, ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାେଇଁ ପୂଜା କମିଟି ଜୋରଦାର ପ୍ରସ୍ତୁତି ଚଳାଇଛି। ଚଳିତ ବର୍ଷ ପୂଜା ପାଇଁ ମୋଟ ୯ ଲକ୍ଷ ଟଙ୍କାର ବଜେଟ ହୋଇଛି। ତୋରଣ ପାଇଁ ୨ ଲକ୍ଷ ୫୦ ହଜାର ,ମୂର୍ତ୍ତି ପାଇଁ ୩୫ ହଜାର, ଲାଇଟ ଓ ସାଜସଜ୍ଜା ପାଇଁ ୮୦ ହଜାର ଟଙ୍କା ବ୍ୟୟ ହେବ। ରାଜଗିରର ଶ୍ୱେତାମ୍ବର ଜୈନ ମନ୍ଦିିର ସଦୃଶ ଏଥର ତୋରଣ ନିର୍ମାଣ କରାଯିବ, ଯାହା ଲୋକଙ୍କୁ ଆକୃଷ୍ଟ କରିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି। ଏହି ତୋରଣ ନିର୍ମାଣ ସକାଶେ କଲିିକତାରୁ ଆସିଥିବା ୧୫ ଜଣ କାରିଗର ଏକ ମାସ ଧରି କାର୍ଯ୍ୟରେ ଲାଗିଛନ୍ତି। ତୋରଣର ଉଚ୍ଚତା ୭୦ ଫୁଟ ଓ ଲମ୍ବ ୬୦ ଫୁଟ ରହିବ। ସେହିପରି ଅଧା ସିଂହ ଓ ଅଧା ହାତୀ ବେଶର ଗଜାନନଙ୍କୁ ଚଳିତ ବର୍ଷ ପୂଜା କରାଯିବ। ୧୩ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ନିର୍ମାଣ ଲାଗି ୧୦ ଜଣ କାରିଗର ଏବେ ଦିନରାତି ଏକ କରି କାମରେ ଲାଗିଛନ୍ତି।
ଫ୍ରେଣ୍ଡସ୍‌ ୟୁନିୟନର ସଭାପତି ସୌମ୍ୟରଞ୍ଜନ ମିଶ୍ର କହିଛନ୍ତି, ୨୦୦୭ରେ ତକତପୁରର କେତେକ ଯୁବ ସାଥୀ ଏକାଠି ହୋଇ ଏକ ଗଣେଶ ପୂଜା କରିବାକୁ ସ୍ଥିର କରିଥିଲେ। ସେତେବେଳେ ଫ୍ରେଣ୍ଡସ୍‌ ୟୁନିୟନ ନାମରେ ଏକ କ୍ଲବ ଗଠନ କରି ସେମାନେ ପୂଜା ଆରମ୍ଭ କରିଥିଲେ। ପ୍ରଥମ ବର୍ଷ ସଦସ୍ୟମାନେ ନିଜ ନିଜ ଭିତରେ ଚାନ୍ଦା କରି ୭୨୦ ଟଙ୍କାରେ ପୂଜା କରିଥିଲେ। ଧୀରେ ଧୀରେ ଏହି ପୂଜା କାର୍ଯ୍ୟକ୍ରମ ଏକ ବଡ ଅନୁଷ୍ଠାନରେ ପରିଣତ ହୋଇଛି। ଶାନ୍ତି , ମୈତ୍ରୀ , ଏକତା ଓ ସଦ୍‌ଭାବନାର ବାର୍ତ୍ତା ଦେଉଥିବା ଗଣେଶପୂଜା ଶାନ୍ତିଶୃଙ୍ଖଳାର ସହ ପାଳିତ ହେଉଥିବାରୁ ଏହା ଲୋକାଦୃତ ହେବାରେ ଲାଗିଛି। ଏଥର ବଲିଉଡରୁ ଡ୍ୟାନ୍ସର ଅଣାଯିବା ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ୟୁନିୟନର ସମ୍ପାଦକ ଦେବାଶିଷ ଦାସ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା...

ପଣା ସଂକ୍ରାନ୍ତିରେ ଜଗତେଶ୍ୱର-ମା’ ପାର୍ବତୀଙ୍କ ବିବାହ

ମୋରଡା,୧୪।୪(ସ୍ମାରକ ମାଜୀ)- ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ କୋହି ଗ୍ରାମରେ ବାବା ଜଗତେଶ୍ୱରଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା...

ଯାହାଙ୍କ ନାଁରେ ଅଭିଯୋଗ ତାଙ୍କୁ ତଦନ୍ତ ଦାୟିତ୍ୱ

ବାରିପଦା,୧୪ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବାରିପଦା ଉପ ନିବନ୍ଧ ଡିଭିଜନର ଲ୍ୟାମ୍ପ୍‌ସରେ କାର୍ଯ୍ୟରତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଏମ୍‌ଡି)ମାନଙ୍କ ପଦୋନ୍ନତିରେ ବ୍ୟାପକ...

ହାତୀ ଉପରେ ନଜର ରଖୁନି ବନ ବିଭାଗ: ଛୁଆହାତୀର ମୃତ୍ୟୁ

ମୋରଡ଼ା,୧୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବନ ବିଭାଗ ମଧ୍ୟ ହାତୀ ଉପରେ ସଠିକ୍‌...

ସୁଯୋଗ ଅପେକ୍ଷାରେ କଂଗ୍ରେସ

ବାରିପଦା,୧୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଦୁଇ ପ୍ରମୁଖ ରାଜନୈତିକ ଦଳ...

ଜେଏମ୍‌ଏମ୍‌ରେ ସାମିଲ ହେଲେ କୃଷ୍ଣଚନ୍ଦ୍ର

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ବୁଧବାର ବିଧିବଦ୍ଧ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ମିଶିଛନ୍ତି l ଆଜି ରାଇରଙ୍ଗପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri