Posted inଜାତୀୟ

ଜେଲ୍‌ ଗଲେ ଅପୂର୍ବା

ନୂଆଦିଲ୍ଲୀ,୨୭ା୪(ପି.ଟି.): ରୋହିତ ଶେଖର ତିଓ୍ବାରୀ ହତ୍ୟା ମାମଲାରେ ଗିରଫ ସ୍ତ୍ରୀ ଅପୂର୍ବା ଶୁକ୍ଳାଙ୍କୁ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତାଙ୍କୁ ଅଧିକ ଜେରା କରିବା ଆବଶ୍ୟକ ନାହିଁ ବୋଲି ପୋଲିସ ଜଣାଇବା ପରେ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦୀପକ ଶେରାଓ୍ବତ ଅପୂର୍ବାଙ୍କୁ ଜେଲ୍‌ ପଠାଇଦେଇଛନ୍ତି। ଏନ୍‌.ଡି. ତିଓ୍ବାରୀଙ୍କ ପୁଅ ରୋହିତଙ୍କୁ ଗତ ୧୫ ତାରିଖ ରାତିରେ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ଗିରଫ ରୋହିତଙ୍କ ଓକିଲ ସ୍ତ୍ରୀ ଅପୂର୍ବା ଜେରାବେଳେ ପୋଲିସକୁ ଦ୍ୱନ୍ଦ୍ୱରେ ପକାଉଥିବା ଜଣେ ଅଧିକାରୀ କହିଛନ୍ତି। ୪ ଦିନର ଜେରାରେ ସେ କେବେ ଭାଙ୍ଗିପଡ଼ି ନ ଥିବାବେଳେ ଏବେ ଦୁଃଖପ୍ରକାଶ କରୁଛନ୍ତି। ଶାଶୁ ଉଜ୍ଜ୍ୱଳାଙ୍କ ଯୋଗୁ ସେମାନଙ୍କ ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇଥିଲା। ଶାଳୀଙ୍କ ସହ ରୋହିତଙ୍କ ସମ୍ପର୍କକୁ ନେଇ ୧୫ ତାରିଖ ରାତିରେ ସେମାନଙ୍କ ମଧ୍ୟରେ ମାଡ଼ପିଟ୍‌ ହୋଇଥିଲା। ଅପୂର୍ବା ତକିଆ ସାହାଯ୍ୟରେ ଶ୍ୱାସରୁଦ୍ଧ କରି ରୋହିତଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଅପଶବ୍ଦ କହିବା ଅଶ୍ଳୀଳତା ନୁହେଁ

ନୂଆଦିଲ୍ଲୀ,୧୯ା୭: କାହାକୁ ଗାଳିଗୁଲଜ କରିବା ଓ ଅପଶବ୍ଦ ପ୍ରୟୋଗ ଅସଭ୍ୟ ଏବଂ ଆପତ୍ତିଜନକ ହୋଇଥିଲେ ମଧ୍ୟ ଏହା ଅଶ୍ଳୀଳତା ନୁହେଁ । ଏଭଳି ଆଜି ରାୟ ଦେଇଛନ୍ତି…

ଜମ୍ମୁ-କଶ୍ମୀରରେ ଭୟଙ୍କର ଭୂସ୍ଖଳନ: ୧୬ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ,୧୯।୭: ଉତ୍ତର ଏବଂ ପୂର୍ବ ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିବା ଯୋଗୁ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏପରିକି ଅନେକ…

ପ୍ରତ୍ୟେକ ଜୀବନ ମୂଲ୍ୟବାନ….ସଫଦରଜଙ୍ଗ ହସ୍ପିଟାଲରେ ହେବ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା, ହାଇକୋର୍ଟ…

ନୂଆଦିଲ୍ଲୀ,୧୯ା୭: ବିଶିଷ୍ଟ ଶିକ୍ଷାବିତ୍‌ ତଥା ପରିବେଶବିତ୍‌ ସୋନମ ଓ୍ବାଙ୍ଗଚୁକଙ୍କ ସ୍ତ୍ରୀ ଗୀତାଞ୍ଜଳିଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି । ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ଘରୋଇ ହସ୍ପିଟାଲକୁ…

କରିଦେବୁ ନୁହେଁ କରିଦିଅନ୍ତୁ…ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଏଭଳି କହିଦେଲେ ୧୩ ବର୍ଷୀୟ ବାଳକ, ସମସ୍ତେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧୯।୭: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ, ଜଣେ ୧୩ ବର୍ଷୀୟ ବାଳକ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଯେତେବେଳେ ବାଳକଟି ଜିଲା ମାଜିଷ୍ଟ୍ରେଟ୍ (DM)ଙ୍କ ସମ୍ମୁଖରେ ନିଜର…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ସୋମବାର ସମସ୍ତ ସ୍କୁଲ ଛୁଟି

ଥିରୁଭାନନ୍ତପୁରମ,୧୯ା୭: ରବିବାର ଫିଫା ବିଶ୍ବକପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରି ରହିଥିବା ବେଳେ କେରଳ ସରକାର…

ବିଦ୍ରୋହୀ ଟିଏମସି ଏମପିଙ୍କୁ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରାଯିବାକୁ ନେଇ ବିରୋଧୀ କ୍ଷୁବ୍ଧ

ନୂଆଦିଲ୍ଲୀ,୧୯।୭: ସଂସଦୀୟ ଅଧିବେଶନ ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ଏମପିମାନଙ୍କୁ ମଧ୍ୟ ଯୋଗଦେବାକୁ ନିମନ୍ତ୍ରଣ…

ଫେସବୁକ ଡାଉନ: ଲଗଇନ ଠାରୁ ୱେବସାଇଟ ପର୍ଯ୍ୟନ୍ତ ସେବା ଠପ

ନୂଆଦିଲ୍ଲୀ,୧୯।୭: ଯଦି ଆଜି ସକାଳ ଠାରୁ ଆପଣଙ୍କର ଫେସବୁକ ଠିକ ଭାବରେ କାମ କରୁନାହିଁ, ତେବେ ଆପଣ ଏକା ନୁହଁନ୍ତି। ସାରା ବିଶ୍ୱରେ ହଜାର ହଜାର ଉପଭୋକ୍ତା…

Monsoon Session: ମୌସୁମୀ ଅଧିବେଶନ ପୂର୍ବରୁ ସରକାର ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୯ା୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସରକାର ରବିବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri