ଜେଲ ଗଲେ ୪ ଇଞ୍ଜିନିୟରିଂ ଛାତ୍ର

ଭୁବନେଶ୍ୱର/ଜଟଣୀ/ଯାଁଳା, ୮।୭(ବ୍ୟୁରୋ/ଡି.ଏନ୍‌.ଏ.) : ଇଞ୍ଜିନିୟରିଂ ପାଠ ପଢି ହାଇଟେକ ଉପାୟରେ ଲୁଟ କରୁଥିଲେ। ଏଭଳି ଏକ ଲୁଟେରା ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି ଜଟଣୀ ଥାନା ପୋଲିସ। ସେମାନଙ୍କ ନିକଟରୁ କଟୁରି, ଭୁଜାଲି, ଦୁଇଟି ବାଇକ, ୫ଟି ମୋବାଇଲ୍‌ ସହ ଏକ ହଜାର ଟଙ୍କାକୁ ପୋଲିସ ଜବତ କରିଛି। ସବୁଠୁ ବଡ କଥା ହେଲା, ଗିରଫ ୪ ଅଭିଯୁକ୍ତ ଇଞ୍ଜିନିୟରିଂ ଛାତ୍ର ବୋଲି ପୋଲିସ ଜାଣିବାକୁ ପାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମଞ୍ଚେଶ୍ୱର ଥାନା ନହରକଣ୍ଟା ଅଞ୍ଚଳର ସତ୍ୟନାରାୟଣ ବେହେରା ଓରଫ ଜିତୁ, ରାୟଗଡା ଚାନ୍ଦିଲି ଥାନା ଅଞ୍ଚଳର ପ୍ରତାପ କିଶୋର ପରିଡା ଓରଫ ବଳିଆ, ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଗୋପାଳପୁର ଅଞ୍ଚଳର ଅନୀଲ ଓଝା, ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଶିଖରଚଣ୍ଡୀ ଅଞ୍ଚଳର ମହମ୍ମଦ ଓ୍ବାହିଦୁଲ ମାଲିଦା ଓରଫ ଆରିୟାନ। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଉଛନ୍ତି ପ୍ରତାପ କିଶୋର ପରିଡା ବୋଲି ପୋଲିସ କହିଛି। ସେ ଏଭଳି ଲୁଟ୍‌ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୯୯, ୪୦୨ରେ ନଂ. ୨୨୬/୧୯ ଲଗାଇ କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ମୁତାବକ, ଇଞ୍ଜିନିୟରିଂ ଛାତ୍ର ପ୍ରତାପ କମ୍‌ ସମୟରେ ଅଧିକ ଟଙ୍କା କିଭଳି ଲୁଟ୍‌ କରିହେବ ସେନେଇ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସେ ଅନ୍ୟ ସାଙ୍ଗମାନଙ୍କୁ ନେଇ ଏକ ଗ୍ୟାଙ୍ଗ ଗଠନ କରିଥିଲେ। ସେମାନେ ୧୬ ନଂ. ଜାତୀୟ ରାଜପଥରେ ଲୁଚି ରୁହନ୍ତି। ଟ୍ରକ୍‌, କାର ଏବଂ ବାଇକ୍‌ ଚାଳକ ଯାହାଙ୍କୁ ପାଆନ୍ତି ସେମାନେ ମାରଣାସ୍ତ୍ର ଦେଖାଇ ଅଟକାଇଥାନ୍ତି। ଗାଡି ଅଟକିବା ପରେ ଚାଳକଙ୍କ ପର୍ସରୁ ଏଟିଏମ୍‌ କାର୍ଡ ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇଥାନ୍ତି। ପରେ ସେମାନେ ଏଟିଏମ୍‌ କାର୍ଡକୁ ମୋବାଇଲ୍‌ ନମ୍ବର ସହ ଲିଙ୍କ୍‌ କରିଥାନ୍ତି। ଗୁଗୁଲ ପେ ଆପ୍‌ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିଥାନ୍ତି। ଏଭଳି ସେମାନେ ଏକାଧିକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ୍‌ କରୁଥିଲେ। ବିଶେଷକରି ଭାରିଯାନ ଟ୍ରକ୍‌ ଚାଳକଙ୍କଠାରୁ କରୁଥିଲେ। ଭାରିଯାନ ଚାଳକ ଲୁଟ୍‌ର ଶିକାର ହେବା ପରେ ଥାନାରେ ଅଭିଯୋଗ କରି ଚାଲିଯାଆନ୍ତି। ଫଳରେ ପୋଲିସ ସେମାନଙ୍କ ଅଭିଯୋଗ ପ୍ରତି ଏତେଟା ଗୁରୁତ୍ୱ ଦେଇ ନ ଥାଏ। ଲୁଟେରାମାନେ ନିର୍ଭୟରେ ପୁଣି ଲୁଟ ଆରମ୍ଭ କରିଦେଇଥାନ୍ତି। ବିଶେଷକରି ସେମାନେ ଖୋର୍ଦ୍ଧାରୁ ହଂସପାଳ ପର୍ଯ୍ୟନ୍ତ ଲୁଟ୍‌ କରିଥାନ୍ତି। ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଏଭଳି ଅପରେଶନ କରୁଥିବା ପୋଲିସ ସେମାନଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଛି। ଏହାସହ ସେମାନେ ପଥଚାରୀଙ୍କୁ ମାଡ ମାରି ଏଟିଏମ୍‌ର ପାସଓ୍ବାର୍ଡ ନେଇ ଏଟିଏମ୍‌ରୁ ଟଙ୍କା ଉଠାଇ ନେଉଥିଲେ। ସେହିଭଳି ୨୦୧୮ ଡିସେମ୍ବର ୨୮ରେ ଯାଁଳା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥର ପୋଷ୍ଟ ଅଫିସ ଛକ ନିକଟରୁ ଗଞ୍ଜାମ ଜିଲା ନୂଆଗଁ। ଅଞ୍ଚଳର ବିଶ୍ୱନାଥ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଏପରି ସମାନ ତରିକାରେ ଲୁଟ କରିଥିଲେ। ତାଙ୍କ ଆକାଉଣ୍ଟରୁ ୫୯ ହଜାର ଟଙ୍କା ଚଳୁ କରି ନେଇଥିଲେ। ଏ ନେଇ ମଧ୍ୟ ସେ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ସେତେବେଳେ ଏହି ଗ୍ୟାଙ୍ଗ ସମ୍ପର୍କରେ ଅବଗତ ନ ଥିଲେ। ଶନିବାର ଭୋରୁ ସେମାନେ ପିତାପଲ୍ଲି ନିକଟରେ ଲୁଟ୍‌ କରିବାକୁ ଯୋଜନା କରୁଥିଲେ। ଯାଁଳା ଫାଣ୍ଡି ପୋଲିସ ଖବରପାଇ ସେଠାରେ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି। ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଅଞ୍ଚଳର ଜଣେ ଅଭିଯୁକ୍ତ ଖସିଯିବାରେ ସକ୍ଷମ ହୋଇଥିଲେ। ୪ ଅଭିଯୁକ୍ତ ଗିରଫ ହେବା ପରେ ଏହି ଗ୍ୟାଙ୍ଗ୍‌ରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବାକୁ ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

Plane Crash: ମିଆମି ବିମାନବନ୍ଦରରେ ବଡ଼ ଦୁର୍ଘଟଣା; ୫ ମୃତ ୫ ଆହତ ଦେଖନ୍ତୁ Video

ଓ୍ବାଶିଂଟନ,୭।୯: ଆମେରିକାର ମିଆମି ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri