ଜେଲ ଗଲେ ୪ ଇଞ୍ଜିନିୟରିଂ ଛାତ୍ର

ଭୁବନେଶ୍ୱର/ଜଟଣୀ/ଯାଁଳା, ୮।୭(ବ୍ୟୁରୋ/ଡି.ଏନ୍‌.ଏ.) : ଇଞ୍ଜିନିୟରିଂ ପାଠ ପଢି ହାଇଟେକ ଉପାୟରେ ଲୁଟ କରୁଥିଲେ। ଏଭଳି ଏକ ଲୁଟେରା ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି ଜଟଣୀ ଥାନା ପୋଲିସ। ସେମାନଙ୍କ ନିକଟରୁ କଟୁରି, ଭୁଜାଲି, ଦୁଇଟି ବାଇକ, ୫ଟି ମୋବାଇଲ୍‌ ସହ ଏକ ହଜାର ଟଙ୍କାକୁ ପୋଲିସ ଜବତ କରିଛି। ସବୁଠୁ ବଡ କଥା ହେଲା, ଗିରଫ ୪ ଅଭିଯୁକ୍ତ ଇଞ୍ଜିନିୟରିଂ ଛାତ୍ର ବୋଲି ପୋଲିସ ଜାଣିବାକୁ ପାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମଞ୍ଚେଶ୍ୱର ଥାନା ନହରକଣ୍ଟା ଅଞ୍ଚଳର ସତ୍ୟନାରାୟଣ ବେହେରା ଓରଫ ଜିତୁ, ରାୟଗଡା ଚାନ୍ଦିଲି ଥାନା ଅଞ୍ଚଳର ପ୍ରତାପ କିଶୋର ପରିଡା ଓରଫ ବଳିଆ, ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଗୋପାଳପୁର ଅଞ୍ଚଳର ଅନୀଲ ଓଝା, ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଶିଖରଚଣ୍ଡୀ ଅଞ୍ଚଳର ମହମ୍ମଦ ଓ୍ବାହିଦୁଲ ମାଲିଦା ଓରଫ ଆରିୟାନ। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଉଛନ୍ତି ପ୍ରତାପ କିଶୋର ପରିଡା ବୋଲି ପୋଲିସ କହିଛି। ସେ ଏଭଳି ଲୁଟ୍‌ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୯୯, ୪୦୨ରେ ନଂ. ୨୨୬/୧୯ ଲଗାଇ କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ମୁତାବକ, ଇଞ୍ଜିନିୟରିଂ ଛାତ୍ର ପ୍ରତାପ କମ୍‌ ସମୟରେ ଅଧିକ ଟଙ୍କା କିଭଳି ଲୁଟ୍‌ କରିହେବ ସେନେଇ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସେ ଅନ୍ୟ ସାଙ୍ଗମାନଙ୍କୁ ନେଇ ଏକ ଗ୍ୟାଙ୍ଗ ଗଠନ କରିଥିଲେ। ସେମାନେ ୧୬ ନଂ. ଜାତୀୟ ରାଜପଥରେ ଲୁଚି ରୁହନ୍ତି। ଟ୍ରକ୍‌, କାର ଏବଂ ବାଇକ୍‌ ଚାଳକ ଯାହାଙ୍କୁ ପାଆନ୍ତି ସେମାନେ ମାରଣାସ୍ତ୍ର ଦେଖାଇ ଅଟକାଇଥାନ୍ତି। ଗାଡି ଅଟକିବା ପରେ ଚାଳକଙ୍କ ପର୍ସରୁ ଏଟିଏମ୍‌ କାର୍ଡ ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇଥାନ୍ତି। ପରେ ସେମାନେ ଏଟିଏମ୍‌ କାର୍ଡକୁ ମୋବାଇଲ୍‌ ନମ୍ବର ସହ ଲିଙ୍କ୍‌ କରିଥାନ୍ତି। ଗୁଗୁଲ ପେ ଆପ୍‌ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିଥାନ୍ତି। ଏଭଳି ସେମାନେ ଏକାଧିକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ୍‌ କରୁଥିଲେ। ବିଶେଷକରି ଭାରିଯାନ ଟ୍ରକ୍‌ ଚାଳକଙ୍କଠାରୁ କରୁଥିଲେ। ଭାରିଯାନ ଚାଳକ ଲୁଟ୍‌ର ଶିକାର ହେବା ପରେ ଥାନାରେ ଅଭିଯୋଗ କରି ଚାଲିଯାଆନ୍ତି। ଫଳରେ ପୋଲିସ ସେମାନଙ୍କ ଅଭିଯୋଗ ପ୍ରତି ଏତେଟା ଗୁରୁତ୍ୱ ଦେଇ ନ ଥାଏ। ଲୁଟେରାମାନେ ନିର୍ଭୟରେ ପୁଣି ଲୁଟ ଆରମ୍ଭ କରିଦେଇଥାନ୍ତି। ବିଶେଷକରି ସେମାନେ ଖୋର୍ଦ୍ଧାରୁ ହଂସପାଳ ପର୍ଯ୍ୟନ୍ତ ଲୁଟ୍‌ କରିଥାନ୍ତି। ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଏଭଳି ଅପରେଶନ କରୁଥିବା ପୋଲିସ ସେମାନଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଛି। ଏହାସହ ସେମାନେ ପଥଚାରୀଙ୍କୁ ମାଡ ମାରି ଏଟିଏମ୍‌ର ପାସଓ୍ବାର୍ଡ ନେଇ ଏଟିଏମ୍‌ରୁ ଟଙ୍କା ଉଠାଇ ନେଉଥିଲେ। ସେହିଭଳି ୨୦୧୮ ଡିସେମ୍ବର ୨୮ରେ ଯାଁଳା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥର ପୋଷ୍ଟ ଅଫିସ ଛକ ନିକଟରୁ ଗଞ୍ଜାମ ଜିଲା ନୂଆଗଁ। ଅଞ୍ଚଳର ବିଶ୍ୱନାଥ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଏପରି ସମାନ ତରିକାରେ ଲୁଟ କରିଥିଲେ। ତାଙ୍କ ଆକାଉଣ୍ଟରୁ ୫୯ ହଜାର ଟଙ୍କା ଚଳୁ କରି ନେଇଥିଲେ। ଏ ନେଇ ମଧ୍ୟ ସେ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ସେତେବେଳେ ଏହି ଗ୍ୟାଙ୍ଗ ସମ୍ପର୍କରେ ଅବଗତ ନ ଥିଲେ। ଶନିବାର ଭୋରୁ ସେମାନେ ପିତାପଲ୍ଲି ନିକଟରେ ଲୁଟ୍‌ କରିବାକୁ ଯୋଜନା କରୁଥିଲେ। ଯାଁଳା ଫାଣ୍ଡି ପୋଲିସ ଖବରପାଇ ସେଠାରେ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି। ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଅଞ୍ଚଳର ଜଣେ ଅଭିଯୁକ୍ତ ଖସିଯିବାରେ ସକ୍ଷମ ହୋଇଥିଲେ। ୪ ଅଭିଯୁକ୍ତ ଗିରଫ ହେବା ପରେ ଏହି ଗ୍ୟାଙ୍ଗ୍‌ରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବାକୁ ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?