ଜୀବିକା ଯୋଗାଉଛି ଯାତ୍ରା

ଯାତ୍ରା ଏମିତି ଏକ ଲୋକକଳା ଯାହା କେବଳ ଖୁସି ଦିଏନି, ବହୁ ପରିବାରକୁ ଜୀବିକା ଯୋଗାଇଥାଏ। ଶହ ଶହ ଲୋକ ଏଠାରେ କାମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ଏ କଥା କହନ୍ତି ଦୀର୍ଘ ବାରବର୍ଷ ଧରି ବିଭିନ୍ନ ଯାତ୍ରା ଅନୁଷ୍ଠାନରେ ସହ ପରିଚାଳକର ଦାୟିତ୍ୱ ନିର୍ବାହ କରିଥିବା ସୌମ୍ୟରଞ୍ଜନ ପାତ୍ର। ୧୨ବର୍ଷ ତଳେ ସେ ଯେତେବେଳେ ଯାତ୍ରାକୁ ଆସିଲେ ସେତେବେଳେ ଯାତ୍ରାକୁ ଭଲ ଭାବରେ ଜାଣି ନ ଥିଲେ। ଦିନ ଗଡ଼ିବା ସହିତ ସେ ଧୀରେ ଧୀରେ ଯାତ୍ରାକୁ ଚିହ୍ନିଲେ ଆଉ ବୁଝିଲେ। ସେ କହନ୍ତି, ଲୋକମାନଙ୍କୁ ଖୁସି ଦେଉଥିବା ଯାତ୍ରାରେ ରହିଛି ଅନେକ ସମସ୍ୟା। ସମସ୍ୟାର ଆରମ୍ଭ କେଉଁଠୁ ବୋଲି ପ୍ରଶ୍ନର ଉତ୍ତରରେ ସୌମ୍ୟ କହନ୍ତି : ରାତାରାତ୍‌ କଳାକାରଙ୍କ ଦରମା ଆକାଶକୁ ଛୁଇଁଯିବାଠୁ ଆରମ୍ଭ ହୋଇଛି ସମସ୍ୟା। କଳାକାରମାନେ ଅଧିକ ଟଙ୍କା ନେଉଥିବାରୁ ମାଲିକମାନେ କମିଟି ଠାରୁ ଅଧିକ ଟଙ୍କା ଦାବି କରୁଛନ୍ତି। କମିଟି ଅଧିକ ଟଙ୍କା ଦେଉଛି। ମାତ୍ର ଟିକେଟ ବିକ୍ରିରୁ ସେତିକି ଟଙ୍କା ଉଠୁନି। କାରଣ ଟିକେଟ ରେଟ୍‌ ବଢ଼ିବାରୁ ଲୋକମାନେ ଅଧିକ ପରିମାଣରେ ଯାତ୍ରା ଦେଖୁନାହାନ୍ତି। ସିଟ୍‌ ଖାଲି ପଡୁଛି। ତେବେ ହଠାତ୍‌ କଳାକାରଙ୍କ ଦରମା ବଢ଼ିବାର କାରଣ କ’ଣ? ସୌମ୍ୟ କହନ୍ତି : ପ୍ରତ୍ୟେକ ବର୍ଷ ହୁ ହୁ ହୋଇ ନୂଆ ପାର୍ଟି ଗଢ଼ି ଉଠୁଛି। ମାତ୍ର କଳାକାରଙ୍କ ସଂଖ୍ୟା ହାତଗଣତି। ନୂଆ କଳାକାର ସୃଷ୍ଟି ହେଉ ନାହାନ୍ତି। ଫଳରେ କଳାକାରମାନେ ସେମାନଙ୍କ ଡିମାଣ୍ଡ ଅନୁଯାୟୀ ଦରମା ବଢ଼ାଉଛନ୍ତି। ମାଲିକମାନେ ବି କଳାକାରଙ୍କ ନିକଟରେ ନାଚାର ହୋଇ ରହୁଛନ୍ତି ବୋଲି ଶୁଣାଯାଏ। ଏହା କେତେ ପରିମାଣରେ ସତ? ସୌମ୍ୟ କହନ୍ତି, ଏହା ଶହେରୁ ଶହେ ପ୍ରତିଶତ ସତ। କଳାକାରମାନେ ବର୍ଷ ଆରମ୍ଭରୁ ଟଙ୍କା ନେଇ ଯାଉଛନ୍ତି। ଯଦି ମାଲିକ ସେମାନଙ୍କ କଥା ଅନୁଯାୟୀ କାମ ନ କରିବ ତା’ହେଲେ ସେମାନେ ପାର୍ଟି ଛାଡ଼ିଦେବେ। ମଝିରୁ ଜଣେ କଳାକାର ଯଦି ପାର୍ଟି ଛାଡ଼ିଦେବ ତା’ହେଲେ ମାଲିକ ବିଚରା କ’ଣ କରିବ? ତେଣୁ ବାଧ୍ୟ ହେଇ ସେ ନୀରବ ରହୁଛି। ଆଉ ଏହି ନୀରବତା ବି ଭୟଙ୍କର ସମସ୍ୟା ସୃଷ୍ଟି କରୁଛି। କଳାକାରମାନେ ନିଜ ମର୍ଜି ଅନୁଯାୟୀ ନାଟକ ସିଲେକଶନ କରୁଛନ୍ତି। ନାଟ୍ୟକାର ଡିରେକ୍ଟରମାନଙ୍କୁ ସେମାନଙ୍କ ଇଚ୍ଛା ଅନୁସାରେ କାମ କରିବାକୁ ଦେଉନାହାନ୍ତି। ଏମିତି ବି ହୋଇଛି ନାଟ୍ୟକାର ଡିରେକ୍ଟରମାନେ ଅଧା କାମ କରି ସାରିଥିଲେ ବି କଳାକାରମାନେ ସେମାନଙ୍କୁ ଫେରେଇ ଦେଇଛନ୍ତି। ମାଲିକ ଚୁପ୍‌। ଜଣେ ସହ-ପରିଚାଳକ ଭାବରେ ଆପଣ କ’ଣ ଭାବନ୍ତି ଯେ, ଏ ସମସ୍ୟାର ସମାଧାନ ନାହିଁ? ଏ ପ୍ରଶ୍ନର ଉତ୍ତର ଦେଇ ଜଗତ୍‌ସିଂହପୁର ଜିଲା ବାଇଶ ମଉଜା ଅନ୍ତର୍ଗତ ସାନଖରମଙ୍ଗା ଗ୍ରାମରେ ଜନ୍ମିତ ସୌମ୍ୟରଞ୍ଜନ ପାତ୍ର କୁହନ୍ତି, ସମାଧାନ ନିଶ୍ଚିତ ଅଛି। ଏଥିପାଇଁ ଯାତ୍ରାନୁଷ୍ଠାନର ମାଲିକମାନଙ୍କୁ ଏକତ୍ର ହୋଇ ଆଲାଚନା କରିବାକୁ ପଡ଼ିବ। ଯାତ୍ରାକୁ ଭଲ ବାଟକୁ ଆଣିବା ପାଇଁ ଏ ଉଦ୍ୟମ ଯଥାଶୀଘ୍ର କରାଯାଉ ବୋଲି କହନ୍ତି ‘ଅପେରା ସୂର୍ଯ୍ୟମନ୍ଦିର’ରେ କାର୍ଯ୍ୟ କରୁଥିବା ଏହି ସହ ପରିଚାଳକ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri