ଜୀବିକା ଯୋଗାଉଛି ଯାତ୍ରା

ଯାତ୍ରା ଏମିତି ଏକ ଲୋକକଳା ଯାହା କେବଳ ଖୁସି ଦିଏନି, ବହୁ ପରିବାରକୁ ଜୀବିକା ଯୋଗାଇଥାଏ। ଶହ ଶହ ଲୋକ ଏଠାରେ କାମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ଏ କଥା କହନ୍ତି ଦୀର୍ଘ ବାରବର୍ଷ ଧରି ବିଭିନ୍ନ ଯାତ୍ରା ଅନୁଷ୍ଠାନରେ ସହ ପରିଚାଳକର ଦାୟିତ୍ୱ ନିର୍ବାହ କରିଥିବା ସୌମ୍ୟରଞ୍ଜନ ପାତ୍ର। ୧୨ବର୍ଷ ତଳେ ସେ ଯେତେବେଳେ ଯାତ୍ରାକୁ ଆସିଲେ ସେତେବେଳେ ଯାତ୍ରାକୁ ଭଲ ଭାବରେ ଜାଣି ନ ଥିଲେ। ଦିନ ଗଡ଼ିବା ସହିତ ସେ ଧୀରେ ଧୀରେ ଯାତ୍ରାକୁ ଚିହ୍ନିଲେ ଆଉ ବୁଝିଲେ। ସେ କହନ୍ତି, ଲୋକମାନଙ୍କୁ ଖୁସି ଦେଉଥିବା ଯାତ୍ରାରେ ରହିଛି ଅନେକ ସମସ୍ୟା। ସମସ୍ୟାର ଆରମ୍ଭ କେଉଁଠୁ ବୋଲି ପ୍ରଶ୍ନର ଉତ୍ତରରେ ସୌମ୍ୟ କହନ୍ତି : ରାତାରାତ୍‌ କଳାକାରଙ୍କ ଦରମା ଆକାଶକୁ ଛୁଇଁଯିବାଠୁ ଆରମ୍ଭ ହୋଇଛି ସମସ୍ୟା। କଳାକାରମାନେ ଅଧିକ ଟଙ୍କା ନେଉଥିବାରୁ ମାଲିକମାନେ କମିଟି ଠାରୁ ଅଧିକ ଟଙ୍କା ଦାବି କରୁଛନ୍ତି। କମିଟି ଅଧିକ ଟଙ୍କା ଦେଉଛି। ମାତ୍ର ଟିକେଟ ବିକ୍ରିରୁ ସେତିକି ଟଙ୍କା ଉଠୁନି। କାରଣ ଟିକେଟ ରେଟ୍‌ ବଢ଼ିବାରୁ ଲୋକମାନେ ଅଧିକ ପରିମାଣରେ ଯାତ୍ରା ଦେଖୁନାହାନ୍ତି। ସିଟ୍‌ ଖାଲି ପଡୁଛି। ତେବେ ହଠାତ୍‌ କଳାକାରଙ୍କ ଦରମା ବଢ଼ିବାର କାରଣ କ’ଣ? ସୌମ୍ୟ କହନ୍ତି : ପ୍ରତ୍ୟେକ ବର୍ଷ ହୁ ହୁ ହୋଇ ନୂଆ ପାର୍ଟି ଗଢ଼ି ଉଠୁଛି। ମାତ୍ର କଳାକାରଙ୍କ ସଂଖ୍ୟା ହାତଗଣତି। ନୂଆ କଳାକାର ସୃଷ୍ଟି ହେଉ ନାହାନ୍ତି। ଫଳରେ କଳାକାରମାନେ ସେମାନଙ୍କ ଡିମାଣ୍ଡ ଅନୁଯାୟୀ ଦରମା ବଢ଼ାଉଛନ୍ତି। ମାଲିକମାନେ ବି କଳାକାରଙ୍କ ନିକଟରେ ନାଚାର ହୋଇ ରହୁଛନ୍ତି ବୋଲି ଶୁଣାଯାଏ। ଏହା କେତେ ପରିମାଣରେ ସତ? ସୌମ୍ୟ କହନ୍ତି, ଏହା ଶହେରୁ ଶହେ ପ୍ରତିଶତ ସତ। କଳାକାରମାନେ ବର୍ଷ ଆରମ୍ଭରୁ ଟଙ୍କା ନେଇ ଯାଉଛନ୍ତି। ଯଦି ମାଲିକ ସେମାନଙ୍କ କଥା ଅନୁଯାୟୀ କାମ ନ କରିବ ତା’ହେଲେ ସେମାନେ ପାର୍ଟି ଛାଡ଼ିଦେବେ। ମଝିରୁ ଜଣେ କଳାକାର ଯଦି ପାର୍ଟି ଛାଡ଼ିଦେବ ତା’ହେଲେ ମାଲିକ ବିଚରା କ’ଣ କରିବ? ତେଣୁ ବାଧ୍ୟ ହେଇ ସେ ନୀରବ ରହୁଛି। ଆଉ ଏହି ନୀରବତା ବି ଭୟଙ୍କର ସମସ୍ୟା ସୃଷ୍ଟି କରୁଛି। କଳାକାରମାନେ ନିଜ ମର୍ଜି ଅନୁଯାୟୀ ନାଟକ ସିଲେକଶନ କରୁଛନ୍ତି। ନାଟ୍ୟକାର ଡିରେକ୍ଟରମାନଙ୍କୁ ସେମାନଙ୍କ ଇଚ୍ଛା ଅନୁସାରେ କାମ କରିବାକୁ ଦେଉନାହାନ୍ତି। ଏମିତି ବି ହୋଇଛି ନାଟ୍ୟକାର ଡିରେକ୍ଟରମାନେ ଅଧା କାମ କରି ସାରିଥିଲେ ବି କଳାକାରମାନେ ସେମାନଙ୍କୁ ଫେରେଇ ଦେଇଛନ୍ତି। ମାଲିକ ଚୁପ୍‌। ଜଣେ ସହ-ପରିଚାଳକ ଭାବରେ ଆପଣ କ’ଣ ଭାବନ୍ତି ଯେ, ଏ ସମସ୍ୟାର ସମାଧାନ ନାହିଁ? ଏ ପ୍ରଶ୍ନର ଉତ୍ତର ଦେଇ ଜଗତ୍‌ସିଂହପୁର ଜିଲା ବାଇଶ ମଉଜା ଅନ୍ତର୍ଗତ ସାନଖରମଙ୍ଗା ଗ୍ରାମରେ ଜନ୍ମିତ ସୌମ୍ୟରଞ୍ଜନ ପାତ୍ର କୁହନ୍ତି, ସମାଧାନ ନିଶ୍ଚିତ ଅଛି। ଏଥିପାଇଁ ଯାତ୍ରାନୁଷ୍ଠାନର ମାଲିକମାନଙ୍କୁ ଏକତ୍ର ହୋଇ ଆଲାଚନା କରିବାକୁ ପଡ଼ିବ। ଯାତ୍ରାକୁ ଭଲ ବାଟକୁ ଆଣିବା ପାଇଁ ଏ ଉଦ୍ୟମ ଯଥାଶୀଘ୍ର କରାଯାଉ ବୋଲି କହନ୍ତି ‘ଅପେରା ସୂର୍ଯ୍ୟମନ୍ଦିର’ରେ କାର୍ଯ୍ୟ କରୁଥିବା ଏହି ସହ ପରିଚାଳକ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri