ମକରକୁ ଆସିବ ଯାତ୍ରା ଜ୍ୟୋତିମହଲ

ଓଡ଼ିଶା ଏକ କଳାର ରାଜ୍ୟ। ପ୍ରଯୁକ୍ତିବିଦ୍ୟା ଯେତେବାଟ ଆଗଉନା କାହିଁକି ଲୋକମାନେ ପାରମ୍ପରିକ କଳାକୁ ଆଗରୁ ଯେମିତି ଗୁରୁତ୍ୱ ଦେଉଥିଲେ ଏବେ ମଧ୍ୟ ସେମିତି ଗୁରୁତ୍ୱ ଦେଉଛନ୍ତି। ସେହି ପାରମ୍ପରିକ କଳା ମଧ୍ୟରେ ଯାତ୍ରା ହେଉଛି ଅନ୍ୟତମ। ଆଉ ପର୍ବପର୍ବାଣି ସମୟ ପାଖେଇ ଆସିଲେ ଓଡ଼ିଶାର ଗଁା ଗହଳିରେ ଯାତ୍ରାର ଫିଭର ବଢ଼ିଯାଏ। ଆଗକୁ ଆସୁଛି ମକର ସଂକ୍ରାନ୍ତି। ଓଡ଼ିଶାର ଏହା ଏକ ପ୍ରମୁଖ ପର୍ବ ହୋଇଥିବା ବେଳେ ମକରକୁ ଆଖିଆଗରେ ରଖି ଆରମ୍ଭ ହୋଇଛି ନୂଆ ଯାତ୍ରାନୁଷ୍ଠାନ ‘ଯାତ୍ରା ଜ୍ୟୋତିମହଲ’। ଭଦ୍ରକ ଜିଲାର ଧାମରା ସ୍ଥିତ ବାଲିମୁଣ୍ଡାଠାରେ ଏହି ଅନୁଷ୍ଠାନର ଶୁଭାରମ୍ଭ ହୋଇଛି। ବଟକୃଷ୍ଣ ପ୍ରଧାନ ଏହାର ପ୍ରୋପ୍ରାଇଟର ଥିବା ବେଳେ ନାଟ୍ୟ ପରିଚାଳକ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି ଆରତବାବୁ। ଯାତ୍ରା ଜଗତର ନାମୀଦାମୀ ଲେଖକ, ନିର୍ଦ୍ଦେଶକ ତଥା ସଙ୍ଗୀତ ନିର୍ଦ୍ଦେଶକଙ୍କୁ ନେଇ ଏହାର ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲୁ ରହିଛି। ପ୍ରଥମ ଦୁଇଟି ନାଟକ ‘ଫଗୁଣ ମୋ ପାଇଁ ସାତ ସପନ’ ଓ ‘ଯେତେ ରାତି ସେତେ ପତି’କୁ ଲୋକପ୍ରିୟ ନିର୍ଦ୍ଦେଶକ ତାପସ ସ୍ବାଇଁ ନିର୍ଦ୍ଦେଶନା ଦଉଥିବା ବେଳେ ଏହାର ରଚନା କରିଛନ୍ତି ଯଥାକ୍ରମେ ଅଜୟ ସ’ ଓ ‘ଗୁପ୍ତ ସମ୍ପର୍କ’ ଫେମ୍‌ ନବଘନ ରାଉଳ। ଏହି ଦୁଇଟି ନାଟକରେ ଗୀତ ରଚନା କରିବା ସହିତ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ମେଲୋଡ଼ି ମେକର ମିହିର ମହାନ୍ତି। ତୃତୀୟ ନାଟକ ହେଉଛି ‘ଏନ୍‌କାଉଣ୍ଟର ଇନ୍ସପେକ୍ଟର’। ଜଣାଶୁଣା ନାଟ୍ୟକାର ଦାମ ପ୍ରଧାନ ଏହାକୁ ରଚନା କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଯୋଗେନ୍ଦ୍ର ମଲ୍ଲିକ। ତାପସ ଦାସ (ଟିଟନ୍‌) ଏହି ନାଟକ ପାଇଁ ଗୀତ ତଥା ସଙ୍ଗୀତ ଦାୟିତ୍ୱ ନିର୍ବାହ କରୁଛନ୍ତି। ଗୋପାଳ ରଥ, ସପନି, ପ୍ରଫୁଲ୍ଲ, ମିଲି, ପୂଜା, ଉଦ୍ଧବ, ରୋହିତ, କମଳ, ହେମନ୍ତ, ମୁନ୍ନା, ଲିଲି ପ୍ରମୁଖ ଓଡ଼ିଶାର ନାମକରା କଳାକାରମାନେ ଏଥିରେ ଅଭିନୟ କରୁଛନ୍ତି। ଖୁବ୍‌ ଶୀଘ୍ର ଏହା ପ୍ରମୁଖ ଯାତ୍ରାସ୍ରୋତରେ ସାମିଲ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବଡ଼ ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶା କଲେ ଏହି ଫେମସ୍‌ ସିଙ୍ଗର୍‌, ସଙ୍ଗୀତରୁ…

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri