ଜୀବନ୍ତ ମା’ଙ୍କୁ ଆରତି କରି ପୂଜିଲେ

ଜଳେଶ୍ୱର,୧୦।୧୦- ବାଲେଶ୍ୱର ଜିଲା ଜଳେଶ୍ୱର ସ୍ଥିତ ଦେଉଳି ପଞ୍ଚୁଘଣ୍ଟା ମା’ ମଙ୍ଗଳା ପୂଜୋସତ୍ବ କମିଟି ପକ୍ଷରୁ ଶାରଦୀୟ ପୂଜା ତଥା ଦଶହରା ଅବସରରେ ସୋମବାର ମାତୃପୂଜା ଉସତ୍ବ ଆୟୋଜିତ ହୋଇଥିଲା। ଆଗାମୀ ପିଢ଼ିକୁ ମାତାପିତାଙ୍କ ପ୍ରତି ଥିବା କର୍ତ୍ତବ୍ୟର ସଚେତନତା କରାଇବା ଲକ୍ଷ୍ୟ ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମଣିଷ ପ୍ରକୃତିର ପ୍ରଥମ ସ୍ପର୍ଶ ମା’ ଠାରୁ ହିଁ ପାଇଥାଏ। ମା’ ବିନା ସୃଷ୍ଟି ଅସମ୍ଭବ। ତେଣୁ ମା’ଙ୍କୁ ସର୍ବାଗ୍ରେ ପୂଜନ କରିବା ଦରକାର ବୋଲି ଉତ୍ସବରେ ଯୋଗ ଦେଇଥିବା ଅତିଥି ଓ ବକ୍ତାମାନେ କହିଥିଲେ। ଏହି ପରିପ୍ରେକ୍ଷୀରେ ଗ୍ରାମର ସମସ୍ତ ବୟସ୍କା ମା’ମାନଙ୍କୁ ଅଣାଯାଇ ସେମାନଙ୍କୁ ପୁଷ୍ପଚନ୍ଦନ ଦେଇ, ଫୁଲମାଳ ପିନ୍ଧାଇ ଆରତି କରାଯାଇଥିଲା । ଏଥିସହ ସମସ୍ତଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଏହାପରେ ସେମାନଙ୍କଠାରୁ ଉପସ୍ଥିତ ସମସ୍ତେ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଗ୍ରାମର ବୟସ୍କ ବ୍ୟକ୍ତି ଭାବେ ପୂର୍ଣ୍ଣେନ୍ଦୁ ନନ୍ଦୀ, ଯଜ୍ଞେଶ୍ୱର ଜେନା ଓ ରବୀନ୍ଦ୍ର ପାତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଇସ୍କନ ମନ୍ଦିରର ମୁଖ୍ୟ ସେବକ ଚନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ପ୍ରବୀର କୁମାର ପ୍ରଧାନ, ସମ୍ମାନନୀୟ ଅତିଥି ଭାବେ ଗ୍ରାମ୍ୟ ମୁଖ୍ୟ ଯଜ୍ଞେଶ୍ୱର ଜେନା, ରବୀନ୍ଦ୍ର ପାତ୍ର, ଶିକ୍ଷକ ତଥା ସାଇସେବା ସଂଗଠନର ସେବକ ପ୍ରାଣକୃଷ୍ଣ ଗିରି ଓ ଶିକ୍ଷକ ଅଜିତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଦିନରେ ସମାଜରେ ମା’ବାପାଙ୍କୁ ଉପେକ୍ଷା ଓ ଅବହେଳା କରାଯାଉଥିବା ଦେଖିବାକୁ ମିଳୁଛି। ସନ୍ତାନ ମାନେ ମାତାପିତାଙ୍କୁ ବୃଦ୍ଧ ଅବସ୍ଥାରେ ସେବା ଶୁଶ୍ରୂଷା କରିବା ପରିବର୍ତ୍ତେ ଛାଡ଼ି ଚାଲି ଯାଉଛନ୍ତି। ସେଥିପାଇଁ ନୂଆ ପିଢ଼ିକୁ ସଚେତନ କରାଇବା ପାଇଁ ମାତୃ ପୂଜନ କାର୍ଯ୍ୟକ୍ରମ ବାଟ ଦେଖାଇବ ବୋଲି ବକ୍ତାମାନେ କହିଥିଲେ। ପ୍ରଥମେ ଶଙ୍କର ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ପୂର୍ବତନ କାଉନ୍‌ସିଲର ଅର୍ଚ୍ଚନା ଗିରି, ଚନ୍ଦ୍ରକାନ୍ତ ସାହୁ, ଅନନ୍ତ ଦାସ, କଳ୍ପନା ଦାସମହାପାତ୍ର ପ୍ରମୁଖ ଗ୍ରାମବାସୀ କାଯର୍‌ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri