Posted inଜାତୀୟ

‘ଜୀବନକୁ ନିୟନ୍ତ୍ରଣ ନ କରୁ ପ୍ରଯୁକ୍ତି’

ନୂଆଦିଲ୍ଲୀ,୨୧ା୧(ପି.ଟି.): ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛାତ୍ରୀଛାତ୍ରଙ୍କୁ କେତେକ ଉପାଦେୟ ପରାମର୍ଶ ଦେଇଛନ୍ତି। ପରୀକ୍ଷାକୁ ନେଇ ପିଲାଙ୍କ ମଧ୍ୟରେ ଥିବା ଭୟ ଦୂର କରିବାକୁ ଓ ଅଭିଭାବକମାନଙ୍କ ବୋଝ ହାଲୁକା କରିବାକୁ ସେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରିଛନ୍ତି। ଅସ୍ଥାୟୀ ଅସଫଳତାକୁ ନେଇ ଭାଙ୍ଗିପଡ଼ିବା ଉଚିତ ନୁହେଁ ବୋଲି ତଲକତୋରା ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୋଦି କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ଆଧୁନିକ ପ୍ରଯୁକ୍ତି ବିଷୟରେ ସମସ୍ତେ ଜ୍ଞାନ ଆହରଣ କରିବା ଆବଶ୍ୟକ। ତେବେ ତାହା ଯେପରି ଆମ ଜୀବନକୁ ନିୟନ୍ତ୍ରଣ ନ କରେ ସେଥିପ୍ରତି ସଚେତନ ହେବା ଜରୁରୀ। ପ୍ରଯୁକ୍ତି ସମ୍ପର୍କରେ ଖାଲି ଜାଣିବା ଯଥେଷ୍ଟ ନୁହେଁ, ତାକୁ କାମରେ ଲଗାଇବା ଗୁରୁତ୍ୱପୂର୍ଣ୍ଣ। ତେବେ ପ୍ରଯୁକ୍ତିର ଦାସ ନ ହେବାକୁ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଯୁକ୍ତିକୁ ନିୟନ୍ତ୍ରଣରେ ରଖିବା ଏବଂ ଏହା ଯେପରି ସମୟ ବରବାଦ ନ କରେ ସେଥିପ୍ରତି ସତର୍କ ହେବାକୁ ପଡ଼ିବ। ଘରେ ଗୋଟିଏ ପ୍ରଯୁକ୍ତିମୁକ୍ତ କକ୍ଷ ରହିବା ଆବଶ୍ୟକ ବୋଲି ମୋଦି କହିଥିଲେ।
ଅସଫଳତା ଏକ ସାମୟିକ ଘଟଣା। ଏହାକୁ ନେଇ ବିବ୍ରତ ହେବା ଉଚିତ ନୁହେଁ। ଏହି ମର୍ମରେ ପ୍ରଧାନମନ୍ତ୍ରୀ ଇସ୍ରୋର ଚନ୍ଦ୍ରୟାନ-୨ ମିଶନରେ ହୋଇଥିବା ଅସଫଳତାର ଉଦାହରଣ ଦେଇ କହିଥିଲେ, ଲ୍ୟାଣ୍ଡର ବିକ୍ରମ ଅବତରଣ କରିବାରେ ବିଫଳ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରୋ ବୈଜ୍ଞାନିକମାନଙ୍କ ସହ ଅତିବାହିତ କରିଥିବା ସମୟ ସବୁଦିନ ପାଇଁ ମନେରହିବ। ସେହିପରି ଆମର କ୍ରିକେଟ ଟିମ୍‌ ବିଫଳତାକୁ ନେଇ ମନ ଖରାପ ହୁଏ। ଏହି ସମୟରେ ଆମେ କ୍ରିକେଟରମାନଙ୍କ ସଫଳତାକୁ ଭୁଲିଯାଇପାରିବା ନାହିଁ। ତାହା ହେଲେ ଆମକୁ ସକାରାତ୍ମକ ଚିନ୍ତାଧାରା ପାଇଁ ପ୍ରେରଣା ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପରୀକ୍ଷାରେ ଭଲ ନମ୍ବର ରଖିବା ସବୁକିଛି ନୁହେଁ ବୋଲି ମୋଦି କହିବା ସହ ପାଠ୍ୟକ୍ରମ ଅତିରିକ୍ତ କାର୍ଯ୍ୟ ପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ମାଆବାପା ପିଲାମାନଙ୍କୁ ନିଜ ଇଚ୍ଛାରେ କୌଣସି କାର୍ଯ୍ୟ କରିବା ପାଇଁ ବାଧ୍ୟ ନ କରି ସେମାନଙ୍କ ରୁଚିକୁ ଅନୁଧ୍ୟାନ କରି ସେ ଦିଗରେ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ସେହିପରି ଅଭିଭାବକମାନେ ପିଲାଙ୍କ ଉପରେ ଚାପ ନ ପକାଇ ସେମାନଙ୍କ ଅନ୍ତର୍ନିହିତ ଶକ୍ତିକୁ ଖୋଜି ବାହାର କରିବା ଉଚିତ।
ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ସମାଲୋଚନା କରିଛନ୍ତି। ପିଲାମାନେ ଆଗାମୀ ବୋର୍ଡ ପରୀକ୍ଷା ଲାଗି ଏବେ ପାଠପଢ଼ାରେ ସମୟ ବିତାଇବା ଆବଶ୍ୟକ। ତେଣୁ ପ୍ରଧାନମନ୍ତ୍ରୀ ପିଲାଙ୍କ ସମୟ ନଷ୍ଟ ନ କରି ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ନିମନ୍ତେ ଛାଡ଼ିଦେବାକୁ ଶିବଲ ପ୍ରସ୍ତାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’: କାଲି ବଲାଙ୍ଗୀର, କନ୍ଧମାଳ-କେନ୍ଦ୍ରାପଡ଼ାରେ ସବୁ ସ୍କୁଲ୍ ଛୁଟି; ଶିକ୍ଷକଙ୍କ ପାଇଁ…

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବୁଧବାର (କାଲି) ବଲାଙ୍ଗୀର,…

ବଦଳିଗଲା ବାତ୍ୟାର ଲ୍ୟାଣ୍ଡଫଲ୍‌ ସ୍ଥାନ! ରାତି ହେଉ ହେଉ ଏସବୁ ଜିଲାକୁ ହାଇ ଆଲର୍ଟ…

ଭୁବନେଶ୍ୱର,୨୭।୧୦: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ଅର୍ଣ୍ଣବ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି…

ଲିଷ୍ଟିଂ ପୂର୍ବରୁ ଶେୟାର ବଜାରରେ କମ୍ପନ: ଦେଶର ୨ୟ ମୂଲ୍ୟବାନ କମ୍ପାନୀ ହେବା ଦିଗରେ ଜିଓ ପ୍ଲାଟଫର୍ମସ! ଟାଟା-ଅଦାନୀଙ୍କୁ…

ନୂଆଦିଲ୍ଲୀ,୨୭।୧୦: ଭାରତୀୟ ପୁଞ୍ଜି ବଜାର (Stock Market) ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ ‘ଜିଓ ପ୍ଲାଟଫର୍ମସ ଲିମିଟେଡ’ (JPL)…

କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି…

‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତ ରାମନାଗୁଡ଼ା ବ୍ଲକ ପ୍ରଶାସନ: ୧୪ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଗୁଣପୁର, ୨୭।୧୦(ସୁଜାତା ପାଢ଼ୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଜିଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ…

ପୁଣି ମା’ ହେବେ ଅନୁଷ୍କା! ଭିଡିଓ ଭାଇରାଲ ପରେ ବଢିଲା…

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ମା’ ହେବେ ବୋଲି ଗୁଜବ ଉଠିଛି। ଭାରତୀୟ କ୍ରିକେଟର୍‌ ତଥା ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇରେ ନଜର…

ଟି-୨୦ ନୂଆ ଇତିହାସ ଲେଖିଲା ଭାରତ: ଭାଙ୍ଗିଲା ଅନେକ ରେକର୍ଡ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଓପନର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?