ଜିଲାସ୍ତରୀୟ ପ୍ରଦର୍ଶନୀରେ ୬୭ ପ୍ରକଳ୍ପ

ଖୋର୍ଦ୍ଧା ଅଫିସ,୧୧ା୧: ଖୋର୍ଦ୍ଧା ବିଜେବି ହାଇସ୍କୁଲରେ ଇନ୍‌ସ୍ପାୟାରମାନଙ୍କ ଦ୍ୱାରା ଜିଲାସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା-୨୦୨୦ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାବେଳେ କମ୍‌ ଦାମରେ ପାନୀୟ ଜଳ ମେଶିନ୍‌ ପ୍ରକଳ୍ପରେ ସ୍ଥାନ ପାଇଥିଲା। ଏହି ମେଶିନ୍‌ର ନାମ ପଲିଗ୍ଲୁଟାମିକ୍‌ ଟ୍ରିଟେଡ୍‌ ଇମ୍ପାକୁଲେ ଡ୍ରିଙ୍କିଙ୍ଗ ୱାଟର। ଏହା ୪୦୦ରୁ ୫୦୦ଟଙ୍କାରେ ଉପଲବ୍ଧ ହୋଇପାରିବ। ଏହି ପ୍ରକଳ୍ପକୁ ବିଜେଇଏମ ସ୍କୁଲ-୨ ସତ୍ୟଭାମାପୁରର ଆୟୁଷୀ କର ଉପସ୍ଥାପନ କରିଥିଲେ। ଦୂଷିତ ଜଳକୁ ସ୍ବଚ୍ଛ କରିବାକୁ ହେଲେ ମୋରିଙ୍ଗା, ଚିଆ ମଞ୍ଜି, ଇସାବ୍‌ଗୋଲ, କାଇଟୋସାନ୍‌, ନିର୍ମାଲିନଟ୍‌, ପଲିଗ୍ଲୁଟାମିକ୍‌ ପକାଇ ୟୁଏଫ୍‌ ମେମ୍ବରେନ୍‌ ଦ୍ୱାରା ଛଣା ହେବା ପରେ ସ୍ବଚ୍ଛ ଜଳ ମିଳେ। ଏହାକୁ ବ୍ୟବହାର କଲେ ରୋଗ କମିଯିବ। ସେହିଭଳି ରାଶନ ଡିଷ୍ଟ୍ରିବୁଶନ କାଉଣ୍ଟରରେ ସ୍ମାର୍ଟକାର୍ଡ ବ୍ୟବହାର କରି କଣ୍ଟ୍ରୋଲ ସାମଗ୍ରୀ କିରୋସିନ, ଚାଉଳ ମିଳିପାରିବ। ଲୋକଙ୍କୁ ଧାଡି କରିବାକୁ ପଡିବ ନାହିଁ କି ସମୟ ଅପଚୟ ହେବ ନାହିଁ। ବାଉଣ୍ଡ ଟୁ କ୍ଲିନ୍‌ ଟଏଲେଟ୍‌ ପ୍ରକଳ୍ପ ସ୍ବଚ୍ଛ ଭାରତ ପାଇଁ ପ୍ରଯୁଜ୍ୟ। ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ଡଙ୍ଗରପଡାର ପାଦଧୂଳି ଶ୍ରୀଚନ୍ଦନଙ୍କ ଏସ୍‌ଏମ୍‌ଏସ୍‌ ବେସ୍‌ଡ ଡଷ୍ଟବିନ୍‌ ଫୁଲ୍‌ଆଲେଟ୍‌ ପ୍ରକଳ୍ପ ପରିବେଶକୁ ସ୍ବଚ୍ଛ ରଖିବାର ଅଭିନବ ପ୍ରୟାସ। ଫୁଲ ହେବା ମାତ୍ରେ ଡଷ୍ଟବିନ୍‌ ନଂ ଓ ଲୋକେସନ୍‌ର ଠିକଣା ସହ ମ୍ୟୁନିସିପାଲିଟି ଓ ଏନଏସିକୁ ମେସେଜ୍‌ ଯିବ। ସୂଚନା ପାଇ କର୍ମଚାରୀ ଆସି ଆବର୍ଜନା ହଟାଇବେ। ନାରାୟଣ ମାନସିଂ ହାଇସ୍କୁଲ ବାଣପୁରର ପ୍ରତୀଶ ମଙ୍ଗରାଜଙ୍କ ଟ୍ରାଫିକ କଣ୍ଟ୍ରୋଲ ବ୍ୟବସ୍ଥାକୁ କଣ୍ଟ୍ରୋଲ କରିବ। ପୁଣି ଆଧୁନିକ ପ୍ରଣାଳୀରେ କୃଷିକ୍ଷେତ୍ରକୁ ଜଳ ସେଚିତ ପ୍ରକଳ୍ପ ଦେଖିବାକୁ ମିଳିଥିଲା। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ବିଜ୍ଞାନ ଏକାଡେମୀର ସମ୍ପାଦକ ଇଞ୍ଜିନିୟର ଭଗତ ଚରଣ ମହାନ୍ତି ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀ ବୈଦ୍ୟନାଥ ସାହୁ, ସଙ୍ଗଠନ ସମ୍ପାଦିକା ପ୍ରଭାସିନୀ ମହାନ୍ତି ଓ ବରିଷ୍ଠ ପ୍ରଧାନ ଶିକ୍ଷକ ଗୌରହରି ମିଶ୍ର ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। ଉଦ୍‌ଯାପନୀ ଉତ୍ସବରେ ଜିଲା ପ୍ରକଳ୍ପ ଅଧିକାରୀ ଅମିତା ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଏନ୍‌ ଆଇ ଏଫ୍‌ ଓଡ଼ିଶାର ବୈଜ୍ଞାନିକ ବିବେକ କୁମାର, ବିଜେବି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାସିନୀ ମହାନ୍ତି, ବିଜ୍ଞାନ ସଂଯୋଜକ ସରୋଜ ସିଂହ, ତୋଫାନ୍‌ ରାଉତରାୟ ଓ ସୁଧୀର ସାହୁ ଯୋଗଦେଇଥିଲେ। ଚଳିତ ମାସ ୨୧ ଓ ୨୨ ତାରିଖରେ ୧ନଂ. ସରକାରୀ ଉଚ୍ଚ ବିଦ୍ୟାଳୟ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲାର ୭ ପ୍ରକଳ୍ପ ମନୋନୀତ ହୋଇଛି। ଉକ୍ତ କାର୍ଯ୍ୟକ୍ରମକୁ ବି.ଆର.ସି.ସି. ସତ୍ୟବାନ୍‌ ଶ୍ରୀଚନ୍ଦନ, ସିଆର୍‌ସିସି ଯୁଧିଷ୍ଠିର ସାହୁ, ପ୍ରମୋଦ ଭଞ୍ଜ, ବିଚିତ୍ରା ନନ୍ଦ ମହାକୁଡ଼, ଜିତ୍‌ ମହାପାତ୍ର, ପ୍ରସନ୍ନ ମହାପାତ୍ର, ଅଗାଧୁ ସେଠୀ ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଉପରେ ବଡ଼ ଆରୋପ ଲଗାଇଲା ଇରାନ, ଚୋରମାନେ! ଆମର ୟୁରାନିୟମ ଚୋରି କରିବାକୁ…

ତେହେରାନ,୭।୪: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ନିରନ୍ତର ଜାରି ରହିଛି, ଏବଂ ଇରାନ ଏହି ଆକ୍ରମଣର କଠୋର ପ୍ରତିଶୋଧ ସହିତ ଜବାବ ଦେଉଛି ।…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ଦିଲ୍ଲୀ ବିଧାନସଭାରେ କାର୍‌ ପୂରାଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୭ା୪: ଦିଲ୍ଲୀ ବିଧାନସଭା ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ସୋମବାର ଅପରାହ୍ନରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ବ୍ୟାରିକେଡ୍‌ ଏବଂ ମୁଖ୍ୟ ଫାଟକ ଅତିକ୍ରମ କରି ବିଧାନସଭା…

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri