ଜିଲାରେ ହେବ ବରିଷ୍ଠ ନାଗରିକ ପୁର୍ନବାସ କେନ୍ଦ୍ର

ଯାଜପୁର ଅଫିସ,୨୮।୮- ଯାଜପୁର ଜିଲାରେ ପ୍ରାୟ ୨୫ଏକର ପରିମିତ ଜାଗାରେ ବରିଷ୍ଠ ନାଗରିକ ପୁନର୍ବାସ କେନ୍ଦ୍ର କରାଯିବ ା ଏଥିରେ ବିବିଧ ସୁବିଧା ଓ ବରିଷ୍ଠ ନାଗରିକଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଯାଜପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦ୍ୱିତୀୟ ତ୍ରୟୋବାର୍ଷିକ ସାଧାରଣ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନେ ପ୍ରତ୍ୟେକ ରାଷ୍ଟ୍ରର ଅମୂଲ୍ୟ ସମ୍ପଦ ସଦୃଶ ବୋଲି କହିଥିଲେ। ସେମାନଙ୍କ ଜ୍ଞାନ, ଅଭିଜ୍ଞତାକୁ ସମାଜର ମଙ୍ଗଳ ପାଇଁ ଉପଯୋଗ କରିବା ଜରୁରୀ। ବିଗତ ବର୍ଷଗୁଡ଼ିକରେ ସେମାନଙ୍କ ଖୁସି ଓ ଆନନ୍ଦ ପାଇଁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨ଟି ଟ୍ରେନ୍‌ରେ ୧୨ହଜାର ଲୋକଙ୍କୁ ବିଭିନ୍ନ ତୀର୍ଥ ସ୍ଥାନ ବୁଲାଯାଇଛି। ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଟ୍ରିବ୍ୟୁନାଲ ଗଠିତ ହୋଇଛି। ଏହା ମାଧ୍ୟମରେ ବିନା ଖର୍ଚ୍ଚରେ ତ୍ୱରିତ ନ୍ୟାୟ ସେମାନଙ୍କୁ ଦିଆଯାଇ ପାରିଛି। ସରକାରଙ୍କ ୧୨ଟି ବିଭାଗ ମଧ୍ୟରେ ସମନ୍ବୟ ରଖାଯାଇ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା, ଉନ୍ନତ ସ୍ବାସ୍ଥ୍ୟ ସେବା, ଆନନ୍ଦ ଓ ସୁସ୍ଥ ମାନସିକତା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି। ଚିକସତ୍ାଳୟଗୁଡ଼ିକରେ ସେମାନଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତି ବ୍ଳକରେ ଡେ କେୟାର ସେଣ୍ଟର ବା ଚିତ୍ତବିନୋଦନ କେନ୍ଦ୍ର ମାଧ୍ୟମରେ ସେମାନେ ଯେପରି ସକାଳଠାରୁ ସନ୍ଧ୍ୟା ଯାଏ ଖୁସିରେ କଟାଇବେ ତାହାର ବ୍ୟବସ୍ଥା ହେଉଛି ବୋଲି କହିବା ସହ ଯାଜପୁର ଜିଲାପାଳ ଯେଉଁ ଟାଇମ୍‌ ବ୍ୟାଙ୍କ ସମ୍ପର୍କରେ କହିଛନ୍ତି ସେ ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ପଣ୍ଡା ସୂଚନା ଦେଇଥିଲେ। ବରୀ ବିଧାୟିକା ସୁନନ୍ଦା ଦାସ, ଜିଲାପାଳ ରଞ୍ଜନକୁମାର ଦାସ, ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଯୋଗଦେଇ ବିରଷ୍ଠ ନାଗରିକଙ୍କ ପାଇଁ ପ୍ରଣୀତ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ା ରାଜ୍ୟ ବରିଷ୍ଠ ନାଗରିକ ମହା ସଂଘର ସଭାପତି କୃପାସିନ୍ଧୁ ସାହୁ ଯୋଗଦେଇ ୨୦୦୧ର ଜନ ଗଣନାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଯଥେଷ୍ଟ କମ୍‌ ଥିବାବେଳେ ୨୦୧୧ରେ ଏହା ଶତକଡା ୯.୭୫ ଭାଗ ରହିଛି। ୨୦୧୧ ବେଳକୁ ଏହା ୧୩ ଭାଗ ଓ ୨୦୨୬ ବେଳକୁ ପ୍ରାୟ ଶତକଡା ୫୦ ଭାଗକୁ ଛୁୁଇଁବା ଆକଳନ କରାଯାଇଛି ବୋଲି ସେ କହିଥିଲେ। ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମିଳିତ ମଞ୍ଚର ସଭାପତି ଗୟାଧର ପଣ୍ଡା, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପରେ ମିଳିତ ମଞ୍ଚର ନିର୍ବାଚନ ଅନୁଷ୍ଠିତ ହୋଇ ସଭାପତି ଭାବେ ପ୍ରଫୁଲ୍ଲ ଚନ୍ଦ୍ର ସାମଲ, ଉପ ସଭାପତି ଭାବେ ନୃସିଂହ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଭାବେ ପ୍ରବୋଧ କୁମାର ନାୟକ, ଯୁଗ୍ମ ସମ୍ପାଦକ ଭାବେ ଦେବେନ୍ଦ୍ର କୁମାର ନାୟକ, କୋଷାଧ୍ୟକ୍ଷ ଭାବେ ଗୋପୀନାଥ ସେଠୀଙ୍କ ସମେତ ୬ ଜଣଙ୍କୁ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ନିର୍ବାଚିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୨ ଗୋଟି ସ୍ଥାନରେ ରାସ୍ତାର ନବୀକରଣ, ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାଶ କଲେ ବିଧାୟକ ହିମାଂଶୁ ଶେଖର, ୪ କୋଟି ଟଙ୍କା ବ୍ୟୟ ଅଟକଳରେ…

ଧର୍ମଶାଳା,୨୬।୫(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ଧର୍ମଶାଳା ବିଧାୟକଙ୍କ ମାରାଥନ ଶିଳାନ୍ୟାଶ ଜାରିରହିଛି ।…

ଦୁର୍ଘଟଣାକୁ ଡାକୁଛି ବେପରୁଆ ‘ୟୁ-ଟର୍ନ’

କାଏମା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରେଲୱେ ଓଭରବ୍ରିଜ ନିକଟରେ ଥିବା କଟ ପଏଣ୍ଟରେ ଗାଡ଼ିଗୁଡ଼ିକ ନେଉଥିବା ବେପରୁଆ ‘ୟୁ-ଟର୍ନ’…

ଜିଲାପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା, ଦିନରାତି ଜଳୁଛି ଇଟାଭାଟି

ରସୁଲପୁର,୨୫ା୫(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଜଳୁଛି। ବାୟୁମଣ୍ଡଳ ତାପମାତ୍ରା ୪୨ଂ ଉପରେ ରହୁଥିବାବେଳେ ଅସାଧୁ ଇଟା ବ୍ୟବସାୟୀ ବେଧଡ଼କ ଇଟାଭାଟିରେ…

ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ…

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

ନିଲାମ ଆରମ୍ଭ ହେବା ପୂର୍ବରୁ ନିଲାମ ବାତିଲ:ଲୋକଙ୍କ ମଧ୍ୟରେ ଅସନ୍ତୋଷ ସହ ବଢିଲା ସନ୍ଦେହ

ଧର୍ମଶାଳା,୨୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ବଡ଼ କାଏମା ପଞ୍ଚାୟତରେ ଶୁକ୍ରବାର ହେବାକୁ ଥିବା ନିଲାମ ପ୍ରକ୍ରିୟା ଆରମ୍ଭ ହେବା କିଛି ସମୟ…

ଛିଡା ହୋଇଥିବା ଟ୍ରକ୍‌ ପଛରେ ପିଟିଲା ଟ୍ରାଭେଲର: ୧୦ରୁ ଅଧିକ ଯାତ୍ରୀ ଆହତ

କଳିଙ୍ଗନଗର ୨୨।୫(ଶୁଭାଶିଷ ରାଉତ ): ମା’ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ଯିବା ସମୟରେ ଅଘଟଣ। ଟ୍ରକ ପଛପଟୁ ପିଟିଲା ଟ୍ରାଭେଲର। ୧୦ରୁ ଅଧିକ ଯାତ୍ରୀ ଆହତ…

ମୃତ୍ୟୁର ୯ ଦିନ ପରେ ମାଟି ତଳୁ ଖୋଳି ବାହାର କରାଗଲା ଅଢ଼େଇ ବର୍ଷର ଶିଶୁର ଶବ, କାରଣ ଜାଣିଲେ ହୋଇଯିବେ ତାଜୁବ

ଧର୍ମଶାଳା,୧୮।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ନୋସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ ହେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri