ଜିରୋ ଆଓ୍ବାର ପାଳନ ପ୍ରସ୍ତୁତି ଜୋର୍‌ଦାର: ବଲିଉଡ ଗାୟକଙ୍କ ସହ ରସିଆନ୍‌ ବେଲି ଡ୍ୟାନ୍ସ

କଟକ ଅଫିସ, ୩୦।୧୨- ବୁଧବାର ନୂଆବର୍ଷ। ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷକୁ ଧୁମ୍‌ଧାମ୍‌ରେ ସ୍ବାଗତ କରିବେ ସହରବାସୀ। ଏଥିପାଇଁ କଟକର ବିଭିନ୍ନ କ୍ଲବରେ ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ କ୍ଲବ୍‌ରେ ବଲିଉଡ ଗାୟକଙ୍କ ସଙ୍ଗୀତ ସହ ରସିଆନ ବେଲି ଡ୍ୟାନ୍ସ, ବଲିଉଡ ଡ୍ୟାନ୍ସ ଓ ଡିଜେ ତାଳେ ତାଳେ ଝୁମିବେ ସହରବାସୀ। ବିଶେଷକରି କଟକ କ୍ଲବ, ଓସିଏ କ୍ଲବ, ୟୁନିୟନ୍‌ କ୍ଲବରେ ଜିରୋ ଆଓ୍ବାର ବେଶ୍‌ ଧୁମଧାମରେ ପାଳନ ହୋଇଥାଏ। ଚଳିତବର୍ଷ ଏହି କ୍ଲବଗୁଡିକରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯିବ।
କଟକ କ୍ଲବରେ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ୩୦୦୦ରୁ ୩୫୦୦ ଦର୍ଶକ ସମାଗମ ହେବେ ବୋଲି କ୍ଲବ ସମ୍ପାଦକ ଡ. ଦେବାନନ୍ଦ ମହାପାତ୍ର କହିଛନ୍ତି। ଏହି କ୍ଲବକୁ ବଲିଉଡ ଗାୟିକା ଅରପିତା ସରକାର ଓ ଗାୟକ ଅଭିଶେକ ସିହ୍ନା ଚୌଧୁରୀ ଆସିବେ ବୋଲି ଦେବାନନ୍ଦ କହିଛନ୍ତି। ଏଥିସହିତ ଦର୍ଶକମାନଙ୍କ ମଧ୍ୟରେ ବେଷ୍ଟ କପଲ୍‌, ଜେଣ୍ଟଲ ମ୍ୟାନ୍‌, ବେଷ୍ଟ ଡ୍ରେସ୍‌ଡ କପଲ ଆଦି ପ୍ରତିଯୋଗିତା କରାଯିବା ସହ ବିଜେତାଙ୍କୁ ପୁରସ୍କୃତ କରାଯିବ।
ଓସିଏ କ୍ଲବରେ ଜିରୋ ଆଓ୍ବାର ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଆସନ୍ତା ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ ବଲିଉଡ ପ୍ରଚ୍ଛଦପଟ୍ଟ ଗାୟକ ହେମନ୍ତ ବ୍ରିଜ୍‌ବାସୀ, ରୂପା ବସୁ, ତ୍ରିଶୀତା ପ୍ରମୁଖ ସଙ୍ଗୀତ ପରିବେଷଣ କରିବେ। ଅନ୍ୟପକ୍ଷରେ ରସିଆରୁ ଆସିଥିବା ଏକ ଡ୍ୟାନ୍ସ ଗ୍ରୁପ ଏଠାରେ ବେଲି ଡ୍ୟାନ୍ସ ପରିବେଷଣ କରିବା ସହ ରକ୍‌ଷ୍ଟାର ୟଶ୍‌ରାଜ ଜୋଶୀ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବେ। ନୂଆବର୍ଷ ପରିପ୍ରେକ୍ଷୀରେ କ୍ଲବ ପକ୍ଷରୁ ବିଭିନ୍ନ ପ୍ରକାରର ଖାଦ୍ୟର ବ୍ୟବସ୍ଥା ହୋଇଥିବା କ୍ଲବ ମ୍ୟାନେଜର ସୁବ୍ରତ ସାମଲ କହିଛନ୍ତି।
ଜିରୋ ଆଓ୍ବାର ପାଳନ ପାଇଁ ମିଶନ୍‌ରୋଡସ୍ଥିତ ୟୁନିୟନ କ୍ଲବ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଲାଣି। ଚଳିତବର୍ଷ ମୁମ୍ବାଇର ମେଲୋଡି ସିଙ୍ଗର ଆଲୋକନନ୍ଦା ଓ ଦିପାୟନ ବାନାର୍ଜୀଙ୍କ ଏଠାରେ ସଙ୍ଗୀତ ପରିବେଷଣ କରିବେ। ସେହିପରି ଆସ୍ରଫ ଡ୍ୟାନ୍ସ ଗ୍ରୁପ, ମୁଭର୍ସ-ଡାର୍ଜେଲର ଡ୍ୟାନ୍ସ ଗ୍ରୁପ ଓ ଆଇଟମ ଡ୍ୟାନ୍ସରଙ୍କ ନୃତ୍ୟର ଝଲକ ମଧ୍ୟ ଏଠାରେ ଦେଖିବାକୁ ମିଳିବ। ଏଥିସହିତ କ୍ଲବର ସଦସ୍ୟମାନଙ୍କ ପାଇଁ ସ୍ବତନ୍ତ୍ର ଆକର୍ଷଣ ରହିଛି। ସେମାନଙ୍କ ପାଇଁ ବେଷ୍ଟ ଡ୍ୟାନ୍ସିଂ କପଲ, ବେଷ୍ଟ ଡ୍ରେସଡ ଜେଣ୍ଟଲମ୍ୟାନ, ବେଷ୍ଟ ଡ୍ରେସଡ ଲେଡି ଓ ବେଷ୍ଟ ବଏ ଆଣ୍ଡ ଗାର୍ଲ ପାଇଁ ଉପହାରମାନ ରହିଛି ବୋଲି କ୍ଲବର ସମ୍ପାଦକ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri