ଜାଲିଆତି କରି ଘରୋଇ ହସ୍ପିଟାଲ କର୍ମଚାରୀ ଗିରଫ

ଭୁବନେଶ୍ୱର,୩୧।୮: ଜାଲ କାଗଜପତ୍ର କରି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)ରୁ ଅର୍ଥ ଆତ୍ମସାତ୍‌ ଉଦ୍ୟମ କରିଥିବା ଅଭିଯୋଗରେ କମିଶନରେଟ୍‌ ପୋଲିସ ସୋମବାର ଏକ ଘରୋଇ ହସ୍ପିଟାଲର କର୍ମଚାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ବୁଦ୍ଧିବାର ଅଞ୍ଚଳର ଦିଲୀପ କୁମାର ବେହେରା(୩୮)।
ଦିଲୀପ ରାଜଧାନୀର ଭରତପୁର ଥାନା ଅଧୀନରେ ଥିବା ଏକ ଘରୋଇ ହସ୍ପିଟାଲର ଏମ୍‌ଆର୍‌ଡି ସେକ୍ସନର ସହକାରୀ ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ। କିଛି ଦିନ ତଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜଣେ ଅଧିକାରୀ ଜାଲିଆତି ସଂକ୍ରାନ୍ତରେ ଭରତପୁର ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଦିଲୀପ ଓ ଏହି ରାକେଟ୍‌ରେ ସମ୍ପୃକ୍ତ ଆଉ କେତେ ଜଣ ବ୍ୟକ୍ତି ଘରୋଇ ହସ୍ପିଟାଲରେ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା କଥା କହି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ରୋଗୀଙ୍କୁ ଆଣି ରାଜଧାନୀରେ ପହଞ୍ଚାଇଥାଆନ୍ତି। ଦିଲୀପ ସେହି ରୋଗୀଙ୍କ ଅସଲ ଡାକ୍ତରୀ କାଗଜପତ୍ର ଓ ଅନ୍ୟାନ୍ୟ ପରିଚୟପତ୍ର ସଂଗ୍ରହ କରିଥାଆନ୍ତି। ପରେ ପ୍ରକୃତ ରୋଗୀଙ୍କ ନାମ ଓ ଠିକଣା ବଦଳାଇ ସେଥିରୁ ନକଲି କାଗଜପତ୍ର ପ୍ରସ୍ତୁତ କରନ୍ତି। ପରବର୍ତ୍ତୀ ସମୟରେ ସିଏମ୍‌ଆର୍‌ଏଫ୍‌ରୁ ମିଳୁଥିବା ଅର୍ଥର କିଛି ଅଂଶ ରୋଗୀଙ୍କୁ ଦେବା ପରେ ଅବଶିଷ୍ଟ ଏହି ଦଲାଲମାନେ ଭାଗ କରି ନେଇଥାଆନ୍ତି। ନିକଟରେ ଦିଲୀପ ତିନିଜଣ ରୋଗୀ ରବୀନ୍ଦ୍ର କୁମାର ବରାଡ଼, ପାର୍ବତୀ ସାହୁ ଓ ଦାମ ମୁଦୁଲିଙ୍କଠାରୁ ଡାକ୍ତରୀ କାଗଜପତ୍ର ସଂଗ୍ରହ କରି ସେମାନଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରବର୍ତ୍ତୀ ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୫ ଲକ୍ଷ ୪୩ ହଜାର ଟଙ୍କାର ଆର୍ଥିକ ସହାୟତା ପାଇବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସେହି ନକଲି କାଗଜପତ୍ର ଦାଖଲ କରିଥିଲେ। ତେବେ ହସ୍ପିଟାଲ କର୍ତ୍ତୃପକ୍ଷ କାଗଜପତ୍ର ଜାଲିଆତି ଥିବା ଦର୍ଶାଇ ସମ୍ପୃକ୍ତ ବିଭାଗକୁ ଜଣାଇଥିଲେ। ସୋମବାର ପୋଲିସ ଦିଲୀପଙ୍କ ନାମରେ ଏକ ମାମଲା (୨୮୬/୨୧) ରୁଜୁ କରି ଗିରଫ କରିଥିଲା। ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରାକେଟରେ ସମ୍ପୃକ୍ତ ଦିଲୀପଙ୍କ ଅନ୍ୟ ସହଯୋଗୀମାନଙ୍କୁ ଗିରଫ କରିବା ଲାଗି ପୋଲିସ ତନାଘନା ଚଳାଇଛି। ତେବେ ଏହି ଘଟଣାରେ ଅନ୍ୟ ପ୍ରମୁଖ ହସ୍ପିଟାଲର କର୍ମଚାରୀମାନେ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ପୋଲିସ ଖୋଳତାଡ଼ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri