Posted inଜାତୀୟ

ଜାମିଆରେ ଫୁଟିଲା ଗୁଳି

ନୂଆଦିଲ୍ଲୀ, ୪ା୨(ପି.ଟି.): ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ ଜାରି ରହିଥିବା ବେଳେ ରବିବାର ରାତିରେ ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ନିକଟରେ ପୁଣି ଗୁଳିକାଣ୍ଡ ଘଟିଛି। ଦୁଇ ଅଜ୍ଞାତ ବ୍ୟକ୍ତି ଏହି ଗୁଳି ଫୁଟାଇ ଫେରାର୍‌ ହୋଇଯାଇଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ସପ୍ତାହକ ମଧ୍ୟରେ ଦିଲ୍ଲୀରେ ୩ ଥର ଗୁଳି ଫୁଟିବାକୁ ନେଇ ଉତ୍ତେଜନା ଦେଖାଦେଇଛି। ଜାମିଆ ଛାତ୍ରୀଛାତ୍ର ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଏମାନେ ସୋମବାର ଦାବି କରିଛନ୍ତି। ସରକାରୀ ଗୁଣ୍ଡାମାନେ ସିଏଏ ବିରୋଧୀ ବିକ୍ଷୋଭ ବେଳେ ଏଭଳି କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ବିକ୍ଷୋଭକାରୀ ଏଠାରେ ସୁରକ୍ଷିତ ନୁହନ୍ତି ବୋଲି ଜାମିଆ କୋଅର୍ଡିନେଶନ କମିଟି (ଜେସିସି) ପକ୍ଷରୁ କୁହାଯାଇଛି। ସିଏଏ ଓ ଏନ୍‌ଆର୍‌ସି ବିରୋଧରେ ବିକ୍ଷୋଭ ଜାରି ରହିବ ବୋଲି ଜେସିସି କହିଛି। ପ୍ରକାଶଥାଉ କି, ଶାହିନବାଗ୍‌ରେ ଗତ ଦୁଇଦିନ ତଳେ ଗୁଳି ଫୁଟିଥିଲା। ଡାଲୁପୁରାର କପିଲ ଗୁଜ୍ଜର ନାମକ ଜଣେ ବ୍ୟକ୍ତିଙ୍କୁ ଏଥିଲାଗି ଗିରଫ କରାଯାଇଥିଲା। ୪ ଦିନ ପୂର୍ବରୁ ସିଏଏ ବିରୋଧୀ ବିକ୍ଷୋଭ ବେଳେ ଦିଲ୍ଲୀରେ ଗୁଳିମାଡ଼ କରାଯାଇଥିଲା। ଏଥିରେ ଜଣେ ଜାମିଆ ଛାତ୍ର ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନର ହବ୍‌ ପାଲଟିଛି ଭଟଲି ଛକ, ରାସ୍ତାକୁ ଓହ୍ଲାଇଲେ ଲୋକେ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ନିଶା କାରବାର ସାଧାରଣରେ ପରିଣତ ହୋଇଯାଇଛି । ଲୁଚାଛପା ଚାଲିଥିବା ଏହି କାରବାର ଉପରେ ବିଭିନ୍ନ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି…

ନାଳ ସୁଅରେ ଭାସି ଚାଲିଗଲା ଚାଷୀଙ୍କ ଜୀବନ, କ୍ଷତିପୂରଣ ଦାବି ତେଜିଲା

ବାସୁଦେବପୁର,୩।୮(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତ ଦୁବ ନାଳରୁ ସୋମବାର ଜଣେ ଚାଷଙ୍କ ମୃତଦେହ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ମୃତ…

ଲିଭର ଖରାପ ହେବାର ଦଶ ଦିନ ପୂର୍ବରୁ ଦେଖାଦିଏ ଏହି ଲକ୍ଷଣ…

ମିଳିତ ଭାବେ ଏକପ୍ରକାର ସଂକ୍ରାମକ ରୋଗକୁ ହେପାଟାଇଟିସ୍‌ କୁହାଯାଏ। ସାଧାରଣ ଅର୍ଥରେ ବୁଝିବାକୁ ଗଲେ ଏହା ଲିଭର ସମ୍ବନ୍ଧୀୟ ଏକ ରୋଗ। ହେପାଟାଇଟିସ୍‌କୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ…

ଦାରିଙ୍ଗବାଡ଼ି ଲୁଟ୍ ଘଟଣାରେ ପୋଲିସର ତଦନ୍ତ ଜୋରଦାର, ପହଞ୍ଚିଲେ ବାଲିଗୁଡା ଏସଡିପିଓ

ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରରେ ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍…

ମହିଳା ରେସଲର ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୩।୮: କୈସରଗଞ୍ଜ (ଉତ୍ତର ପ୍ରଦେଶ)ର ପୂର୍ବତନ ଏମପି ଏବଂ ଭାରତୀୟ ଜନତା ପାର୍ଟିର ନେତା ବ୍ରିଜଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି…

ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୁବ ଓ ଛାତ୍ର ସମାଜ ବିରୋଧୀ ବୋଲି ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ବିନୋଦ ଜାଖର କହିଛନ୍ତି।…

ମା’-ବାପା ବିବାଦ: ବାପାଙ୍କୁ ଜାବୁଡ଼ି ଧରି କାନ୍ଦିଲା କୁନି ଝିଅ, କାହା ଆଖିରେ ରହିଲାନି ଲୁହ, ଆଉ ତା’ ପରେ…

ନୀଳଗିରି,୩ା୮(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାଖାପାଖି ୩ ବର୍ଷ ହେବ ମା’ କୁନି ଝିଅ ଓ…

ବନ୍ୟା କ୍ଷୟକ୍ଷତି, କାହାକୁ କେତେ ଟଙ୍କା ମିଳିବ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୩ା୮: ବନ୍ୟା ପାଣି କମିଯାଇଥିଲେ ସୁଦ୍ଧା ବଢ଼ିଯାଇଛି ଦୁର୍ଦ୍ଦଶା । ବନ୍ୟାରେ ସାତ ଜିଲା ପ୍ରଭାବିତ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ରେକର୍ଡ କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri