ଜାପାନିଜ ଏନସେଫାଲାଇଟିସ୍‌ ଟିକାକରଣରେ ଅବ୍ୟବସ୍ଥା: ଜଣେ ଶିଶୁଙ୍କୁ ୪ ଦିନରେ ୨ଥର ଟିକା

ଜଗତ୍‌ସିଂହପୁର ଅଫିସ, ୨୩ା୧୧: ୧ରୁ ୧୫ ବର୍ଷର ଶିଶୁଙ୍କୁ କ୍ୟୁଲେକ୍ସ ମସା କାମୁଡାରେ ସୃଷ୍ଟ ମାରାତ୍ମକ ସଂକ୍ରମଣ ରୋଗରୁ ମୁକ୍ତି ପାଇଁ ଜାପାନିଜ ଏନସେଫାଲାଇଟିସ୍‌ ଟିକା ଦିଆଯାଉଛି। ଏହି ଅଭିଯାନ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି। କୌଣସି ପିଲାଙ୍କୁ ଯେପରି ୨ ଥର ଟିକା ଦିଆ ନ ଯିବ ସେନେଇ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ, ଏଏନ୍‌ଏମ୍‌ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ୱେ ଜଗତ୍‌ସିଂହପୁର ଜିଲାରେ ଏଥିରେ ବ୍ୟତିକ୍ରମ ହୋଇଥିବା ଲକ୍ଷ୍ୟ କରାଯାଇଛି। ଜଣେ ୮ ବର୍ଷର ଶିଶୁଙ୍କୁ ୪ ଦିନ ଭିତରେ ୨ ଥର ଟିକା ଦିଆଯାଇଛି। ଏହାପରେ ଶିଶୁକୁ ବାଲିକୁଦା ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ନିକଟସ୍ଥ କ୍ଲିନକରେ ଥିବା ଶିଶୁରୋଗ ବିଶେଷଜ୍ଞ ଡା. ଅଜୟ ସ୍ବାଇଁଙ୍କ ପାଖକୁ ଯାଇ ନିରାଶ ହେବାକୁ ପଡ଼ିଥିଲା। ଡା. ସ୍ବାଇଁ ଏକ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରାଇ ଶେଷରେ ଚିକିତ୍ସା କରିବା ପରିବର୍ତ୍ତେ ଫେରାଇ ଦେଇଥିଲେ। କହିଥିଲେ, ଯେଉଁଠି ଟିକା ଦିଆଯାଇ ଥିଲା ସେଠିକୁ ଶିଶୁକୁ ନେଇଯାଅ। ଡା. ସ୍ବାଇଁଙ୍କ ଏହି କଥା ଶିଶୁଙ୍କ ପିତାଙ୍କୁ ଆଘାତ ଦେଇଥିଲା। ତଥାପି ଅନନ୍ୟୋପାୟ ହୋଇ ଶିଶୁଙ୍କୁ ଧରି ତାଙ୍କ ପିତା ଟିକାଦାନ କେନ୍ଦ୍ରକୁ ଯାଇଥିଲେ। ସେଠାରେ ମଧ୍ୟ ନିରାଶ ହୋଇଥିଲେ। ଏହି ଘଟଣା ଘଟିଛି ଜଗତ୍‌ସିଂହପୁର ବ୍ଲକ ଶାଳଜଙ୍ଗ(ହଂସରାମ ପାଟଣା) ସାରଦା ଚରଣ ସେଠୀଙ୍କ ୮ବର୍ଷର ପୁଅ ସୌମ୍ୟରଞ୍ଜନ କ୍ଷେତ୍ରରେ। ତେବେ ଏଡିଏମ୍‌ଓ (ପିଏଚ୍‌) ଡା. ବସନ୍ତ ବାରିକଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ, ପିଲାଟିର କିଛି ଅସୁବିଧା ହେବନାହିଁ। କିନ୍ତୁ ଏତେ କମ ଦିନ ଭିତରେ ୨ ଥର ଟିକା ଦିଆଯିବା ଠିକ ନୁହେଁ। ଏଥିସହ ଡା. ସ୍ବାଇଁ ଶିଶୁର ବାପାଙ୍କୁ କାହିଁକି ନିରାଶ କରିଛନ୍ତି ତା ଉପରେ ପଚାରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି।
ଘଟଣା ଥିଲା ଏହିପରି। ସୌମ୍ୟରଞ୍ଜନ ଗାଁ ବିଦ୍ୟାଳୟ ଅର୍ଥାତ୍‌ ଗୋପବନ୍ଧୁ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପଢନ୍ତି। ୧୮ ତାରିଖରେ ସେ ଗାଁ ବିଦ୍ୟାଳୟରେ ଜାପାନିଜ ଏନସେଫାଲାଇଟିସ୍‌ ଟିକା ନେଇଥିଲେ। ପରେ ମା,ବାପାଙ୍କ ସହ ସୌମ୍ୟରଞ୍ଜନ ମାମୁଘର ଅର୍ଥାତ୍‌ ବାଲିକୁଦା ବ୍ଲକ ବଡଗାଁର ପ୍ରହଲ୍ଲାଦ ସେଠୀଙ୍କ ଘରକୁ ଯାଇଥିଲେ। ସୌମ୍ୟରଞ୍ଜନ ଓ ତାଙ୍କ ମାଙ୍କୁ ଛାଡିଦେଇ ସାରଦା ଘରକୁ ଫେରିଥିଲେ। ସେବେଠାରୁ ସୌମ୍ୟରଞ୍ଜନ ଓ ତାଙ୍କ ମା’ ବଡ଼ଗାଁରେ ଅଛନ୍ତି। ତେବେ ଶୁକ୍ରବାର ଗଡ଼ରୋଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଜାପାନିଜ ଏନସେଫାଲାଇଟିସ୍‌ ଟିକା ଦିଆଯାଉଥିଲା। ସୌମ୍ୟରଞ୍ଜନଙ୍କ ମାଇଁଙ୍କ ଝିଅ ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଢନ୍ତି। ଟିକା ଦିଆଯାଉଥିବାରୁ ମାଇଁ ଏହି ଝିଅ ଓ ସୌମ୍ୟରଞ୍ଜନଙ୍କୁ ଧରି ବିଦ୍ୟାଳୟ ଯାଇଥିଲେ। ମାମୁଁଙ୍କ ଝିଅ ଟିକା ନେଲା ପରେ ଉପସ୍ଥିତ ଏଏନ୍‌ଏମ୍‌ ସୌମ୍ୟରଞ୍ଜନଙ୍କୁ ଟିକା ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। କାଳେ ସୌମ୍ୟରଞ୍ଜନ ତାଙ୍କ ଗାଁରେ ଟିକା ନେଇଥିବେ ସେ କଥା ତାଙ୍କ ମାଇଁ ଜାଣି ନ ଥିବାରୁ ପ୍ରଥମେ ରାଜି ହୋଇ ନ ଥିଲେ। କିନ୍ତୁ ଆଙ୍ଗୁଳିରେ କଳା ଦାଗ ନ ଥିବାରୁ ସୌମ୍ୟରଞ୍ଜନ ଟିକା ନେଇ ନ ଥିବା କହି ଏଏନ୍‌ଏମ୍‌ ଦିଦି ତାଙ୍କୁ ଟିକା ଦେଇଥିଲେ। ଘରେ ପହଞ୍ଚତ୍ଲା ପରେ ସୌମ୍ୟରଞ୍ଜନଙ୍କ ମା’ ଏକଥା ଜାଣି ବିଚଳିତ ହୋଇ ପଡିଥିଲେ। ସଙ୍ଗେସଙ୍ଗେ ସାରଦାଙ୍କୁ ଫୋନ୍‌ କରି ସବୁକଥା କହିଥିଲେ। ଏହା ଶୁଣି ପୁଅର କାଳେ କଣ ହେବ ଭାବି ସାରଦା ଶ୍ୱଶୁର ଘରେ ପହଞ୍ଚତ୍ଥିଲେ। ପରେ ପୁଅକୁ ଧରି ବାଲିକୁଦା ସ୍ବାସ୍ଥ୍ୟକେନ୍ଦ୍ର ଯାଇଥିଲେ। ସେଠାରେ କୌଣସି ଡାକ୍ତର ନ ଥିଲେ। ତେଣୁ ନିକଟସ୍ଥ କ୍ଲିନକରେ ଥିବା ଶିଶୁରୋଗ ବିଶେଷଜ୍ଞ ସ୍ବାଇଁଙ୍କ ନିକଟରେ ସବୁକଥା କହିଥିଲେ। କିନ୍ତୁ ଡା. ସ୍ବାଇଁ ତାଙ୍କୁ ଆଶ୍ୱାସନା ଦେବା ପରିବର୍ତ୍ତେ ନିରାଶ କରିଥିଲେ। ଫଳରେ ସାରଦା ଗଡରୋଡଙ୍ଗ ପ୍ରାଥମିକ ବିଦ୍ୟାଳୟ ଯାଇ ଟିକା ଦେଇଥିବା ଏଏନ୍‌ଏମ୍‌ ଦିଦିଙ୍କୁ ଭେଟି ସହାୟତା ମାଗିଥିଲେ। ସମ୍ପୃକ୍ତ ଏଏନ୍‌ଏମ୍‌ ଦିଦି ତାଙ୍କୁ ମଧ୍ୟ ଦୁର୍ବବ୍ୟହାର କରିଥିବା ସାରଦା ଅଭିଯୋଗ କରିଛନ୍ତି। ଏହାପରେ ପୁଅକୁ ଧରି ସାରଦା ଶ୍ୱଶୁର ଘରକୁ ଫେରିଥିଲେ। ସୌମ୍ୟରଞ୍ଜନ ଅଧିକ ସମୟ ଶୋଇଥିଲେ ସୁଦ୍ଧା ସେଭଳି କିଛି ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ ପାଇ ନ ଥିବା ଜଣାଯାଇଛି।
କିଛି ଦିନ ପୂର୍ବରୁ ସ୍ଥାନୀୟ କଣ୍ଟାବଲ୍ଲଭପୁରର ଜଣେ ୩ୟ ଶ୍ରେଣୀର ଛାତ୍ର, ବାଲିକୁଦା ବ୍ଲକ ରାହାଣର ୭ମ ଶ୍ରେଣୀ ଛାତ୍ରୀ ଓ ଓସକଣାର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଏହି ଟିକା ନେଲା ପରେ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କୁ ପୃଥକ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏ ସମ୍ପର୍କରେ ଡା. ବାରିକ କହିଥିଲେ, କେତେକ ପିଲାଙ୍କୁ ଇଞ୍ଜେକ୍ସନ ଦେଲେ ଅସହ୍ୟତା(ଆଲର୍ଜି) ପ୍ରକାଶ ପାଏ। ଏଭଳି ହେବାର ସମ୍ଭାବନା ଥିବାରୁ ଟିକାକରଣ କେନ୍ଦ୍ରକୁ ଆଣ୍ଟି ଆଲର୍ଜି ଦିଆଯାଇଥାଏ। ଆବଶ୍ୟକ ପଡିଲେ ପିଲାଙ୍କୁ ଏହି ଟିକା ଦିଆଯାଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯିବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି। ତେଣୁ କେହି ଭୟ କରିବା ଉଚିତ ନୁହେଁ। ଏ ସମ୍ପର୍କରେ ଡା. ସ୍ବାଇଁଙ୍କୁ ପଚାରିବାରୁ ସେ କୌଣସି ନିରାଶ କରି ନ ଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri