ଜାତୀୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ

ବାରିପଦା ଅଫିସ,୨୩।୮- ମୟୂରଭଞ୍ଜ ଜିଲାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ହସ୍ତଶିଳ୍ପ ତଥା କ୍ରୀଡ଼ା ଆଦିର ସଂରକ୍ଷଣ ଏବଂ ବିକାଶ ସକାଶେ ମୟୂରଭଞ୍ଜ ଫାଉଣ୍ଡେଶନ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ଜିଲା ପ୍ରଶାସନ, ମାରୱାଡି ଯୁବା ମଞ୍ଚ ଓ ଫାଉଣ୍ଡେଶନ ଫର୍‌ କଣ୍ଟେମ୍ପରାରି ଆର୍ଟ ସହଯୋଗରେ ଗୁରୁବାର ବାରିପଦା ବେଲଗଡିଆ ସ୍ଥିତ ରାଜପ୍ରାସାଦ ପରିସରରେ ଏକ ଜାତୀୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଆରମ୍ଭ ହୋଇଛି। ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ମୟୂରଭଞ୍ଜ ଫାଉଣ୍ଡେଶନର ଅଧ୍ୟକ୍ଷା ତଥା ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଶକ୍ତି ଦେବୀ, ପ୍ରମିଳା ଦେବୀ, ପୂର୍ଣ୍ଣିମା ଦେବୀ, ଚିତ୍ରକଳା ପ୍ରଦର୍ଶନୀ କାର୍ଯ୍ୟକ୍ରମର ଆବାହକ ହେମନ୍ତ ଶାହା, କାର୍ଯ୍ୟକ୍ରମ ସଂଯୋଜକ ବିଭୁଦତ୍ତ ଦାସ ଓ କଲ୍ୟାଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆର୍ଯ୍ୟକବି ପଣ୍ଡିତ ଡ.ପ୍ରମୋଦ କୁମାର ମିଶ୍ରଙ୍କ ଲିଖିତ ମୟୂରଭଞ୍ଜ ଜିଲାର ଇତିହାସ ଉପରେ ରଚିତ ପୁସ୍ତକକୁ ରାଜମାତା ଲୋକାର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲା ତଥା ଜିଲା ବାହାର ଏବଂ ରାଜ୍ୟ ବାହାରର ବହୁ ବରିଷ୍ଠ ଚିତ୍ରଶିଳ୍ପୀଙ୍କ କଳାକୃତି ପ୍ରଦର୍ଶିତ ହୋଇଛି। ଜିଲାର ଟସର,ହସ୍ତତନ୍ତ ସାମଗ୍ରୀ ଏବଂ ହସ୍ତଶିଳ୍ପରୁ ପ୍ରସ୍ତୁତ ବିଭିନ୍ନ କଳାକୃତି ଷ୍ଟଲଗୁଡିକରେ ପ୍ରଦର୍ଶିିତ ହେଉଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରତିଦିନ ସକାଳ ୧୦ରୁ ଦିନ ୧ ଟା ୩୦ ଓ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଚିତ୍ରକଳା ପ୍ରଦର୍ଶିତ ହେବ। ରାଜ୍ୟପାଳଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri