Posted inଖେଳ

ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଉଦ୍‌ଘାଟିତ

ଭୁବନେଶ୍ୱର, ୧୮।୧୨(କ୍ରୀଡ଼ା ପ୍ରତିନିଧି)-ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ୩୩ତମ ସଂସ୍କରଣ ମଙ୍ଗଳବାର ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ବ୍ୟାଡ୍‌ମିଣ୍ଟନ ଆସସୋସିଏଶନ ଅଫ୍‌ ଇଣ୍ଡିଆ(ବିଆଇଏ)ର ଉପାଧ୍ୟକ୍ଷ ଓ.ଡି. ଶର୍ମା, ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନର ସଭାପତି ରୋହିତ ପୁଜାରୀ, ଟୁର୍ନାମେଣ୍ଟ କନ୍‌ଭେନର ରାଜେଶ ପାଟିଲ, ଓଡ଼ିଶାର ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ସମ୍ପ୍ରତି ଗୋପୀଚାନ୍ଦ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଋତୁପର୍ଣ୍ଣା ନିଜର ଅଭିଜ୍ଞତା ବାଣ୍ଟିବା ସହ ଯୁବ ପୀଢ଼ିର ବ୍ୟାଡ୍‌ମିଣ୍ଟନ ପ୍ରତିଭାଙ୍କୁ ଉତ୍ସାହିତ କରିଥିଲେ।
ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗରେ ହେଉଥିବା ୬ ଦିନ ବିଶିଷ୍ଟ ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପାଖାପାଖି ୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତା ଉଭୟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମ ଏବଂ ସହିଦ ନଗରସ୍ଥିତ ଇନ୍‌ଡୋର ହଲ୍‌ରେ ଚାଲିଛି। ପ୍ରଥମ ଦିବସରେ ୧୫ ଓ ୧୭ ବର୍ଷରୁ କମ୍‌ ଡବଲ୍ସ ବିଭାଗରେ ମ୍ୟାଚମାନ ଆୟୋଜିତ ହୋଇଥିଲା। ପରେ ଉଭୟ ବାଳିକା ଓ ବାଳକ ବର୍ଗରେ ସିଙ୍ଗଲ୍ସ ଇଭେଣ୍ଟ ଖେଳାଯାଇଥିଲା। ପ୍ରଥମଥରପାଇଁ ଭୁବନେଶ୍ୱରରେ ଏକ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଆୟୋଜନ ହେଉଥିବାରୁ ଦର୍ଶକଙ୍କ ମହଲରେ ମଧ୍ୟ ଉତ୍ସାହ ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ବିଜୟ ହାସଲ କଲା ସନ୍‌ରାଇଜର୍ସ: ପ୍ରଥମ ଦଳ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ ଦୌଡରୁ ବିଦା

ହାଇଦ୍ରାବାଦ, ୮।୫: ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ପ୍ରଥମ ଦଳ ହୋଇଛି ଯିଏ ଆଇପିଏଲ୍ ୨୦୨୪ ରୁ ବାଦ୍ ପଡିଛି। ପରବର୍ତ୍ତୀ ମ୍ୟାଚ୍ ଖେଳିବା ପୂର୍ବରୁ ଏହା...

୧୦ ଉଇକେଟରେ ଜିତିଲା ସନ୍‌ରାଇଜର୍ସ: ଟ୍ରାଭିସ ହେଡ୍‌ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ

ହାଇଦ୍ରାବାଦ, ୮।୫: ଟାର୍ଗେଟ ଥିଲା ୧୬୬ ରନ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଯେପରି ବ୍ୟାଟିଂ କରିଥିଲା ପିଚ୍‌ ସ୍ଲୋ ଥିବା ପ୍ରତୀୟମାନ ହେଉଥିଲା। ମାତ୍ର ସିଂହ...

ବିରାଟ କୋହଲିଙ୍କ ଯୋଗୁ ହାରିଯାଇଥିଲେ ବିଶ୍ୱକପ୍‌ ଫାଇନାଲ? ବହୁତ ବଡ଼ କଥା କହିଦେଲେ ସେହ୍ବାଗ…

ନୂଆଦିଲ୍ଲୀ,୮।୫: ଭାରତୀୟ ଟିମ୍‌ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଗୋଟିଏ ବି ମ୍ୟାଚ୍‌ ନ ହାରି ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ହାରିବା...

କଳିଙ୍ଗ ଷ୍ଟାଡିୟମରେ ୧୨ରୁ ଫେଡେରେଶନ କପ୍‌: ଆକର୍ଷଣରେ ନୀରଜ ଚୋପ୍ରା, କିଶୋର ଜେନା

ଭୁବନେଶ୍ୱର, ୮।୫ (ତପନ ସ୍ବାଇଁ): କିଛି ଦିନର ବ୍ୟବଧାନ ପରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ତାରକା ଆଥ୍‌ଲେଟଙ୍କ ମହାମେଳା। ଚଳିତ ମାସ ୧୨ରୁ ୧୫...

ବଡ଼ ଅଡୁଆରେ ଫସିଛନ୍ତି ଯଶସ୍ବୀ, ଏବେ ଟି୨୦ ବିଶ୍ୱକପ୍‌ରେ କ’ଣ ହେବ?

ନୂଆଦିଲ୍ଲୀ,୮।୫: ଯଶସ୍ବୀ ଜୟସ୍ବାଲ ଗତ ଏକ ବର୍ଷ ମଧ୍ୟରେ ସମସ୍ତ ଫର୍ମାଟରେ ଜବରଦସ୍ତ ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି। ହେଲେ ଆଇପିଏଲ୍‌ରେ ସେ ସେତେଟା ଭଲ...

VIDEO: ଆର୍‌ସିବିର ମଜା ଉଡାଇଲା ପଞ୍ଜାବ କିଙ୍ଗ୍ସ, ଧର୍ମଶାଳା ମ୍ୟାଚ୍‌କୁ ନେଇ ବଢ଼ିଲା ଉତ୍କଣ୍ଠା

ନୂଆଦିଲ୍ଲୀ,୮।୫: ଆଇପିଏଲ୍‌ ୨୦୨୪ର ଲିଗ୍‌ ପର୍ଯ୍ୟାୟ ଏବେ ଶେଷ ସୋପାନରେ। ଦୁଇ ସପ୍ତାହ ପରେ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ମୁକାବିଲା ଖେଳାଯିବ। ଏଯାବତ ଗୋଟିଏ ବି...

ଟି୨୦ ବିଶ୍ୱକପ୍‌କୁ ମାଗଣାରେ ଦେଖିପାରିବେ ଦର୍ଶକ, ଡିଜ୍‌ନୀ କଲା ବଡ଼ ଘୋଷଣା…

ନୂଆଦିଲ୍ଲୀ,୮।୫: ଆଗାମୀ ଟି୨୦ ବିଶ୍ୱକପ୍‌ ନେଇ ବଡ଼ ଘୋଷଣା କରିଛି ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର। ବ୍ୟବହାରକାରୀମାନେ ଏହି ମୋବାଇଲ ଆପ୍‌ରେ ମାଗଣାରେ ବିଶ୍ୱକପ୍‌କୁ ଉପଭୋଗ କରିପାରିବେ।...

ବଳାତ୍କାର ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୫: ଭାରତୀୟ ମୂଳ କ୍ରିକେଟର ନିଖିଲ ଚୌଧୁରୀ ଅଷ୍ଟ୍ରେଲିଆରେ ଖେଳନ୍ତି ଏବଂ ବିଗ ବାସ ଲିଗ (ବିବିଏଲ)ରେ ଏକ ଜଣାଶୁଣା ନାମ। ୨୮ ବର୍ଷୀୟ ନିଖିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri