Posted inଫୁରସତ

ଜାଗରରେ ଶିବଙ୍କୁ ଏସବୁ ଅର୍ପଣ କଲେ ମିଳିଥାଏ ଶୁଭଫଳ

ପ୍ରତିବର୍ଷ ଅମାବାସ୍ୟା ତିଥି ଚତୁର୍ଦ୍ଦଶୀରେ ପଡ଼ିଥାଏ ଜାଗର। ଏହା ଶିବଙ୍କ ପ୍ରିୟ ପୂଜା ହୋଇଥିବାରୁ ଏହାକୁ ଶିବରାତ୍ରି ମଧ୍ୟ କୁହାଯାଇଥାଏ। ଚଳିତବର୍ଷ ୨୧ ତାରିଖ ଅର୍ଥାତ୍‌ ଶୁକ୍ରବାର ପାଳନ କରାଯିବ ଶିବରାତ୍ରି। ଏହି ଶୁଭଦିନରେ ଭଗବାନ ଶିବଙ୍କର ଏପରି କିଛି ପ୍ରିୟ ସାମଗ୍ରୀ ରହିଛି, ଯାହାକୁ ଭକ୍ତମାନେ ଅର୍ପଣ କଲେ ଶୁଭଫଳ ଲାଭ କରିଥାନ୍ତି ବୋଲି ପୁରାଣଶାସ୍ତ୍ରରେ ବର୍ଣ୍ଣିତ ଅଛି। ଜାଣନ୍ତୁ ଏ ସମ୍ପର୍କରେ…

ଜଳ: ଶିବପୁରାଣରେ କୁହାଯାଇଛି, ଭଗବାନ ଶିବ ହେଉଛନ୍ତି ସ୍ବୟଂ ଜଳ। ଏହି କଥା ସମୁଦ୍ରମନ୍ଥନ ସହ ଜଡ଼ିତ ଅଛି। ବିଷପାନ କରିବା ପରେ ଶିବଙ୍କ କଣ୍ଠ ନୀଳ ପଡ଼ିଯାଇଥିଲା। ଫଳରେ ଜ୍ୱଳନ କମାଇବା ପାଇଁ ସ୍ବୟଂ ବିଷ୍ଣୁ ଶିବଙ୍କୁ ଶୀତଳ ଜଳ ପ୍ରଦାନ କରିଥିଲେ। ଏଥିପାଇଁ ଶିବଙ୍କୁ ଜଳଦାନ କରାଯାଇଥାଏ।

ବେଲପତ୍ର: ଭଗବାନ ଶିବଙ୍କ ତିନି ନେତ୍ରର ପ୍ରତୀକ ହେଉଛି ବେଲପତ୍ର। ତେଣୁ ଶିବଙ୍କର ଏହା ପ୍ରିୟ ହୋଇଥିବାରୁ ଶିବରାତ୍ରିରେ ବେଲପତ୍ର ଅର୍ପଣ କରାଯିବା ମଙ୍ଗଳମୟ।

ଅରଖଫୁଲ:
ଜାଗରରେ ଶିବଙ୍କୁ ଅରଖ ଫୁଲ ପ୍ରଦାନ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।

ଦୁର୍‌ଦୁରା ଫୁଲ:
ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ ହେଉଛି ଦୁର୍‌ଦୁରା ଫୁଲ। ଏହା ପଛରେ ଏକ ପୌରାଣିକ କାହାଣୀ ରହିଛି। କୈଳାସ ପର୍ବତ ଉପରେ ଶିବ ରହୁଥିବା ସମୟରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଔଷଧ ଭାବେ ଦୁର୍‌ଦୁରାକୁ ବ୍ୟବହାର କରୁଥିଲେ। ତେଣୁ ଦୁର୍‌ଦୁରା ଶିବଙ୍କର ପ୍ରିୟ।

ଗଞ୍ଜେଇ:
ଶିବ ସର୍ବଦା ଧ୍ୟାନମଗ୍ନ ରହିଥାନ୍ତି। ତେଣୁ ଏହି ଧ୍ୟାନ ପାଇଁ ଗଞ୍ଜେଇ ସାହାଯ୍ୟ କରିଥାଏ। ଏହାକୁ ଖାଇ ଶିବ ସବୁବେଳେ ଖୁସିରେ ରହୁଥିଲେ।
ଏତଦ୍‌ବ୍ୟତୀତ ଜାଗରରେ ଶିବଙ୍କୁ କ୍ଷୀର, କର୍ପୂର, ଚନ୍ଦନ, ରୁଦ୍ରାକ୍ଷ ଆଦି ପ୍ରଦାନ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri