ଜଳ ନିଷ୍କାସନ ପଥ ଅବରୋଧ:ରାଣୀପଡ଼ା- ବିରିଡିହି ରାସ୍ତାରେ ଛୁଟୁଛି ପାଣି ସୁଅ

ଖଣ୍ଡପଡା,୨୩।୮(ସ୍ବ.ପ୍ର.)-ଗ୍ରାମର ଉଦ୍‌ବୃତ୍ତ ପାଣି ତଥା ବର୍ଷାଜଳ ନିଷ୍କାସନ ହେଉଥିବା ପଥକୁ ଜଣେ ବ୍ୟକ୍ତି ଅବରୋଧ କରିଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ ବିରିଡିହି-ରାଣୀପଡା ରାସ୍ତାରେ ପାଣି ସୁଅ ଛୁଟୁଛି। ଫଳରେ ଯାତାୟାତରେ ଘୋର ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି ା
ଯେ, ଖଣ୍ଡପଡା ବ୍ଲକ ଅନ୍ତର୍ଗତ ରାଣୀପଡା ପଞ୍ଚାୟତର ବିରିଡିହି ଗ୍ରାମରୁ ରାଣୀପଡା ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ୩ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି ା ଲୋକେ ବାଧ୍ୟ ହୋଇ ପାଣି ମଧ୍ୟରେ ପଶି ଯିବା ଆସିବା କରୁଥିବାରୁ ଏ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ଉକ୍ତ ରାସ୍ତାରେ ଜଳ ନିଷ୍କାସନ ବ୍ୟବସ୍ଥା ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଉକ୍ତ ପଥ ଅବରୋଧ କରିଥିବା ଯୋଗୁ ଜଳ ନିଷ୍କାସନ ହୋଇ ନ ପାରି ମୁଖ୍ୟ ରାସ୍ତା ଉପରେ ପ୍ରବାହିତ ହେଉଥିବା ଅଭିଯୋଗ ହେଉଛି ା ସ୍ଥାନୀୟ ବାସିନ୍ଦା ଏ ସମ୍ପର୍କରେ ରାଣୀପଡା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି ା
ସୂଚନାଯୋଗ୍ୟ, ୩ ବର୍ଷ ତଳେ ଖଣ୍ଡପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଉକ୍ତ ରାସ୍ତାର ଉନ୍ନତୀକରଣ କରାଯାଇଥିଲା ା ମାତ୍ର ସ୍ଥାନୀୟ ଅଞ୍ଚଳର ଜଣେ ଜବର ଦଖଲକାରୀଙ୍କ ଯୋଗୁ ଉକ୍ତ ରାସ୍ତା ଉପରେ ବର୍ଷାଜଳ ଜମିରହୁଛି ା ଫଳରେ ଜରୁରିକାଳୀନ ପରିସ୍ଥିତିରେ ୧୦୮, ୧୦୨ଆମ୍ବୁଲାନ୍ସ, ମହାପ୍ରୟାଣ ଗାଡି ଚାଳକ ଉକ୍ତ ଗାଁକୁ ଯିବାକୁ ଅମଙ୍ଗ ହେଉଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ା ତେଣୁ ଜଳନିଷ୍କାସନ ସମସ୍ୟାର ସମାଧାନ ଦିଗରେ ବ୍ଲ୍ଳକ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

ବଡ଼ଧରଣର ବ୍ରାଉନ ସୁଗାର ନେଟ୍‌ୱର୍କ ଠାବ: ବେପାରୀଙ୍କ ଟାର୍ଗେଟରେ ଥିଲେ ଛାତ୍ରୀଛାତ୍ର

ରାଉରକେଲା,୨୪।୫(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ଅନ୍ତର୍ଗତ ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ମୀନାପଡ଼ା ଅଞ୍ଚଳରେ  ଚଢାଉ କରି ଏକ ବଡ଼ଧରଣର ବ୍ରାଉନସୁଗାର ନେଟୱର୍କ ଠାବ କରାଯାଇଛି। ଏହି…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ଘୁମୁସର ବିକାଶ ପରିଷଦ ବୈଠକ, ଜିଲା ଅନ୍ଦୋଳନକୁ ତ୍ୱରାନ୍ୱିତ କରିବା….

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ବରିଷ୍ଠ ଆଇନଜୀବୀ ସୋମନାଥ ନାୟକଙ୍କ ବାସଭବନରେ ରବିବାର ଘୁମୁସର ବିକାଶ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri