ବ୍ରହ୍ମପୁର ଅଫିସ,୧୮ା୨ – ସାହାରା ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା କ୍ଷେତ୍ର କର୍ମଚାରୀ (ଏଜେଣ୍ଟ)ଙ୍କୁ ଜମାକାରୀଙ୍କ ମାଚ୍ୟୁରିଟି ଟଙ୍କା ପ୍ରଦାନକୁ ନେଇ ସୋମବାର ପୁଣି ଅସନ୍ତୋଷ ଦେଖାଦେଇଛି । ଟଙ୍କା ପ୍ରଦାନରେ ତାରତମ୍ୟକୁ ନେଇ ବ୍ରହ୍ମପୁର ଶାଖା କାର୍ଯ୍ୟାଳୟଠାରେ ସଂସ୍ଥା କର୍ତ୍ତୃପକ୍ଷ ଓ ଏଜେଣ୍ଟଙ୍କ ମଧ୍ୟରେ ମୁହଁ।ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୂର୍ବରୁ ମାସିକ ଇନ୍କମ ସ୍କିମ (ଏମଆଇଏସ) ଟଙ୍କା ପ୍ରଦାନରେ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ବେଳେ ଏବେ ମାଚ୍ୟୁରିଟି ଟଙ୍କା ପ୍ରଦାନରେ ମଧ୍ୟ ପାତରଅନ୍ତର କରାଯାଉଥିବା ଏଜେଣ୍ଟ ଅଭିଯୋଗ କରିଛନ୍ତି।
ଗତ ଜୁଲାଇ ୧୭ରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହୋଇଥିବା ଆଲୋଚନା ଓ ସାହାରା ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପ୍ରକାରେ ଜମାକାରୀଙ୍କ ମାଚ୍ୟୁରିଟି ଟଙ୍କା ପର୍ଯ୍ୟାୟକ୍ରମେ ପ୍ରଦାନ କରାଯାଉଛି । ଏଜେଣ୍ଟକୁ ଦିଆଯାଉଥିବା ଜମାକାରୀଙ୍କ ମାଚ୍ୟୁରିଟି ଟଙ୍କାର ଯଥେଷ୍ଟ ଅଧିକ ଟଙ୍କା କାର୍ଯ୍ୟାଳୟର ୪ ଜଣ ସିନିୟର ଏଜେଣ୍ଟଙ୍କୁ ସଂସ୍ଥା ପ୍ରଦାନ କରୁଥିଲା। ପରେ ସେମାନଙ୍କ ଟଙ୍କାର ପରିମାଣ ସଂସ୍ଥା ହ୍ରାସ କରିଥିଲା। ଏହା ପ୍ରତିବାଦରେ ଉକ୍ତ ୪ ସିନିୟର ଏଜେଣ୍ଟ ୮ ଦିନ ଧରି ଶାଖା କାର୍ଯ୍ୟାଳୟକୁ ବନ୍ଦ କରି ଦେଇଥିଲେ। ସୋମବାର ଅନ୍ୟ ଏଜେଣ୍ଟମାନେ କାର୍ଯ୍ୟାଳୟକୁ ଆସିବାରେ ସମ୍ପୃକ୍ତ ୪ ସିନିୟର ଏଜେଣ୍ଟ ସଂସ୍ଥା ସହ ସଲାସୁତୁରା କରି ଅଧିକ ମାଚ୍ୟୁରିଟି ଟଙ୍କା ହାତଉଥିବା ସାମ୍ନାକୁ ଆସିଥିଲା। ତେଣୁ ସମସ୍ତଙ୍କୁ ସମାନ ମାଚ୍ୟୁରିଟି ଟଙ୍କା ପ୍ରଦାନ କରିବାକୁ ଏଜେଣ୍ଟମାନେ ଦାବି କରିବା ସହ ହଟ୍ଟଗୋଳ କରିଥିଲେ । ଏହାକୁ ନେଇ ସଂସ୍ଥା କର୍ତ୍ତୃପକ୍ଷ-ଏଜେଣ୍ଟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିଲା । ଖବରପାଇ ପୋଲିସ ପହଞ୍ଚି ବୁଝାଶୁଝା କରିଥିଲା। ମଙ୍ଗଳବାର ସମସ୍ତ ଏଜେଣ୍ଟଙ୍କ ସହ ଆଲୋଚନା କରାଯାଇ ସମସ୍ତଙ୍କୁ ସମାନ ଭାବେ ଜମାକାରୀଙ୍କ ମାଚ୍ୟୁରିଟି ପ୍ରଦାନ କରିବା ଦିଗରେ ମୁଖ୍ୟ କାର୍ଯ୍ୟାଳୟକୁ ଅବଗତ କରାଯିବ ବୋଲି ଶାଖା ପରିଚାଳକ ବିଭୂତି ଭୂଷଣ ପଟ୍ଟନାୟକ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତ ଶାନ୍ତ ପଡିଥିଲା ।
ଭଞ୍ଜନଗର ବିଧାୟକଙ୍କ ବଡ଼ ସୂଚନା, ସମସ୍ତ ହାଇସ୍କୁଲରେ ଖୋଲିବ ଯୁକ୍ତ ୨
ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ୍ ରାସ୍ତାରେ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନର କାର୍ଯ୍ୟାଳୟ ଶନିବାର ରାତିରେ ଉଦ୍ଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…
ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍ ଚାମ୍ପିୟନ
ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…
ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…
ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…
ଦିଗପହଣ୍ଡିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଜନନାୟକ…
ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଜାତୀୟ ରାଜପଥ କଡ଼ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରୀ ମୁକ୍ତେଶ୍ଵର ଶୈବପୀଠ କଲ୍ୟାଣ…
ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍ ହୋଇ ଶବଦାହ କଲେ ଗ୍ରାମବାସୀ
ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…
ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…
ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…
‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’
ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…
ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…
ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…
Archives

