ଜବରଦଖଲ ଉଚ୍ଛେଦ ପାଇଁ ସର୍ଭେ ଆରମ୍ଭ

ପୁରୁଣା ଭୁବନେଶ୍ୱର,୧୬।୧୦ (ଡି.ଏନ.ଏ.):ପୁରୀ ଶ୍ରୀମନ୍ଦିର ଭଳି ଏକାମ୍ର କ୍ଷେତ୍ର ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ହଟାଯିବ। ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନାମାନ ହେବ। ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ। ଏହି ଐତିହ୍ୟ କ୍ଷେତ୍ରକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେବାକୁ ପ୍ରଥମେ ମନ୍ଦିର ଚତୁଃପାର୍ଶ୍ୱରୁ ଏବଂ ଠାକୁରଙ୍କ ବିଭିନ୍ନ ଅଞ୍ଚଳରେ ଥିବା ଜମି ଜବରଦଖଲ ଉଚ୍ଛେଦ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଉଦ୍ୟମ ମଙ୍ଗଳବାର ଆରମ୍ଭ ହୋଇଛି, ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ, ପୂର୍ବାହ୍ନ ୧୦ଟାରେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ଅଧିକାରୀ ପ୍ରଦୀପ କୁମାର ସାହୁ ଏବଂ ଅନ୍ୟ ଅଧିକାରୀ, ବିଏମ୍‌ସି, ବିଡ଼ିଏ, ଜିଏର ପ୍ରମୁଖ ଅଧିକାରୀମାନେ ମନ୍ଦିର ସମ୍ମୁଖରୁ ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଗ୍ୟାରେଜ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ୱ ମାପଚୁପ କରିଥିଲେ। ବେଆଇନ ଭାବେ ଏହି ଅଞ୍ଚଳରେ ଗଢି ଉଠିଥିବା ଘର ଓ ବ୍ୟବସାୟ ପ୍ରତିଷ୍ଠାନର ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ଚିହ୍ନ ଦେଇଥିଲେ। କେଉଁଠି ଶ୍ରୀଲିଙ୍ଗରାଜଙ୍କ ଜମିରେ ତ କେଉଁଠି ସରକାରୀ ଜମିରେ ଏହି ବେଆଇନ ନିର୍ମାଣ ହୋଇଥିବା ଜଣାପଡିଥିଲା। ପରେ ମନ୍ଦିର ଚତୁଃପାର୍ଶ୍ୱ କୋଟିତୀର୍ଥ ଲେନ, ବିନ୍ଦୁସାଗର ଚତୁଃପାର୍ଶ୍ୱରେ ଥିବା ଜବରଦଖଲକୁ ଚିହ୍ନଟ କରାଯାଇଥିଲା।

ଜବରଦଖଲ ଉଚ୍ଛେଦ ହେଲେ ପର୍ଯ୍ୟଟକ ଆକୃଷ୍ଟ ହେବେ
ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଭଲ କଥା। ଏଥିରେ ପାତରଅନ୍ତର କରା ନ ଯାଉ। ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ସହ କୋଟିତୀର୍ଥ ଲେନ୍‌ର ଉଭୟପାର୍ଶ୍ୱରେ ଥିବା ବେଆଇନ ନିର୍ମାଣ ଓ ଜବରଦଖଲ ଉଚ୍ଛେଦ କରିବା ଦରକାର। ଏହାଦ୍ୱାରା ପୁରୀ ଭଳି ଏହି ସ୍ଥାନର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ।
-ଦିଲୀପ କୁମାର ମହାପାତ୍ର, ସ୍ଥାନୀୟ ବାସିନ୍ଦା
ଉଚ୍ଛେଦ ପ୍ରକ୍ରିୟା ପଦକ୍ଷେପ ସ୍ବାଗତଯୋଗ୍ୟ
ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ୮୦୦ ବେଆଇନ ଘର ଓ ୩୦୦ ଦୋକାନ ରହିଛି। ଜବରଦଖଲରେ ଜନପ୍ରତିନିଧି, ପ୍ରଭାବଶାଳୀ ବ୍ୟକ୍ତି, ଗଣମାଧ୍ୟମ ବ୍ୟକ୍ତି ଯିଏ ବି ଥାନ୍ତୁ, ସମସ୍ତଙ୍କ ପାଇଁ ନିୟମ ସମାନ ରହୁ। ପୁରୀ ଶ୍ରୀମନ୍ଦିର ଭଳି ଏଠାରେ ସ୍ବତନ୍ତ୍ର ଆଇନ ରହୁନାହିଁ। ଉଚ୍ଛେଦ ପ୍ରକ୍ରିୟା ସ୍ବାଗତଯୋଗ୍ୟ। ଏହାଦ୍ୱାରା ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ।
-ଗୋପାଳ ଚନ୍ଦ୍ର ବଟୁ, ସ୍ଥାନୀୟ ବାସିନ୍ଦା
ମନ୍ଦିର ଚତୁଃପାର୍ଶ୍ୱ ସଫାସୁତରା ରହିବା ଦରକାର
ବହୁତ ଜାଗା ବୁଲିଛୁ। ତେଣୁ ଶ୍ରୀଲିଙ୍ଗରାଜ ମନ୍ଦିର ମଧ୍ୟ ବୁଲି ଆସିଥିଲୁ। ଜବରଦଖଲ ଉଚ୍ଛେଦ ହଟାଇ ମନ୍ଦିର ଚତୁଃପାର୍ଶ୍ୱ ସଫା ସୁତରା ରହିବା ଦରକାର। ଐତିହ୍ୟସ୍ଥଳର ଏଣେତେଣେ ଅପରିସ୍କାର ଯୋଗୁ ପର୍ଯ୍ୟଟକମାନେ ପରିସ୍ରା କରୁଛନ୍ତି, ଯାହା ସୌନ୍ଦର୍ଯ୍ୟକରଣରେ ପ୍ରତିକୂଳ ଅବସ୍ଥା ସୃଷ୍ଟି କରୁଛି। ସରକାରଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ।
-ମଦନ ଗୁପ୍ତା, ପର୍ଯ୍ୟଟକ, କଲିକତା
ଜବରଦଖଲକାରୀ ସରକାରଙ୍କୁ ସହଯୋଗ କରନ୍ତୁ
ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ଉନ୍ନତୀକରଣ ସହ ପଣ୍ଡା, ପଢିହାରୀମାନଙ୍କ ଧର୍ମ ସଂସ୍କୃତିର ଜ୍ଞାନ ବଢାଇବା ଦିଗରେ କାର୍ଯ୍ୟ କରାଯିବା ଦରକାର। ଏହାଦ୍ୱାରା ପର୍ଯ୍ୟଟନସ୍ଥଳର ମହାତ୍ମ୍ୟ ପ୍ରକୃତ ମାତ୍ରାରେ ପ୍ରତିପାଦିତ ହେବ। ଜବରଦଖଲ ଉଚ୍ଛେଦ ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ପରୋକ୍ଷରେ ଉନ୍ନତ ହେବ। ସେଥିଲାଗି ଜବରଦଖଲରେ ଥିବା ବ୍ୟକ୍ତି ସରକାରଙ୍କୁ ସହଯୋଗ କରନ୍ତୁ।
-ଲିଙ୍ଗରାଜ ସେଠୀ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଗବେଷକ
ଐତିହ୍ୟସ୍ଥଳର ବିକାଶ ହେବ
ଅତୀତରେ ଠାକୁରଙ୍କ ନୀତିକାନ୍ତି ସହ ପ୍ରତ୍ୟକ୍ଷ ଭାବେ ଜଡିତ ଜାଗାଗୁଡିକ ଜବରଦଖଲକୁ ନେଇ ପ୍ରତିବାଦ କରିଛୁ। ବିଳମ୍ବରେ ହେଲେ ମଧ୍ୟ ସମସ୍ତ ବିଭାଗର ଉଦ୍ୟମକୁ ପ୍ରଶଂସା କରିବା ଦରକାର। ତେଣୁ ସମସ୍ତେ ଏହି କାର୍ଯ୍ୟରେ ସହଯୋଗ କଲେ ଐତିହ୍ୟ ସ୍ଥଳର ବିକାଶ ହେବ।
-ଭୀଷ୍ମ ନାରାୟଣ ନାୟକ, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri