‘ମୋ ବସ୍‌’ ଯାତ୍ରୀ ସଂଖ୍ୟା ଲକ୍ଷେ ଛୁଇଁଲା

ଭୁବନେଶ୍ୱର,୧୬।୧୦(ବ୍ୟୁରେ): ଗୋଟିଏ ଦିନରେ ‘ମୋ ବସ୍‌’ ଯାତ୍ରୀ ସଂଖ୍ୟା ଏକ ଲକ୍ଷ ଛୁଇଁଲା। ସୋମବାର ‘ମୋ ବସ୍‌’ରେ ୧୦୧୮୮୧ ଜଣ ଯାତ୍ରୀ ଯାତ୍ରା କରିଥିଲେ। ଯାହା ‘ମୋ ବସ୍‌’ ଆରମ୍ଭ ହେବା ଦିନଠାରୁ ସର୍ବକାଳୀନ ରେକର୍ଡ। ଏହା ଦ୍ୱାରା ‘ମୋ ବସ୍‌’ ସହର ଭିତରେ ମୁଖ୍ୟ ଯୋଗାଯୋଗ ମାଧ୍ୟମ ବନିଛି ବୋଲି ପରିଚାଳନା ସଂସ୍ଥା କ୍ରୁଟ ପକ୍ଷରୁ କୁହାଯାଇଛି। ଦୈନିକ ‘ମୋ ବସ୍‌’ରେ ୭୦ ହଜାରରୁ ୮୦ ହଜାର ଯାତ୍ରୀ ଯାତ୍ରା କରିଥାନ୍ତି। ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଅପ୍ରତ୍ୟାଶିତ ଭାବେ ଏହି ସଂଖ୍ୟାରେ ବୃଦ୍ଧି ପାଇ ସେପ୍ଟେମ୍ବର ମାସରେ ୯୪ ହଜାର ଓ ୯୭ ହଜାରରେ ପହଞ୍ଚତ୍ଥିଲା। ଦୈନିକ ବୃଦ୍ଧି ପାଉଥିବା ଯାତ୍ରୀ ସଂଖ୍ୟାକୁ ନେଇ ଖୁସି ଜାହରି କରିଛି କ୍ରୁଟ୍‌। ଫନି ବାତ୍ୟା ପରେ ମେ ମାସରେ ଯାତ୍ରୀଙ୍କ ସଂଖ୍ୟା ବହୁତ କମିଥିଲା। ଦୈନିକ ୩୦ରୁ ୩୫ ହଜାର ଯାତ୍ରୀ ଗମନାଗମନ କରୁଥିଲେ। ଫଳରେ ରାଜସ୍ବ ମଧ୍ୟ କମି ୫ ଲକ୍ଷରେ ପହଞ୍ଚତ୍ଥିଲା। ୩ ମାସର ଅବିରତ ପରିଶ୍ରମ ଆମକୁ ଏହି ସୁଫଳ ଦେଇଛି ବୋଲି ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି। ଲକ୍ଷ୍ୟ ଧାର୍ଯ୍ୟ ସମୟର ଦୁଇ ମାସ ଆଗରୁ ସ୍ବପ୍ନ ସତ ହୋଇଛି ବୋଲି ଦୀପ୍ତି କହିଛନ୍ତି। ଡିସେମ୍ବର ସୁଦ୍ଧା ‘ମୋ ବସ୍‌’ରେ ଭୁବନେଶ୍ୱର, ଖୋର୍ଦ୍ଧା କଟକ ଭିତରେ ଏକ ଲକ୍ଷ ଯାତ୍ରୀ ଛୁଇଁବାକୁ ଏକ ଟାର୍ଗେଟ ସ୍ଥିର କରାଯାଇଥିଲା। ହେଲେ ‘ମୋ ବସ୍‌’ ସେବାର ବର୍ଷେ ପୂରିବା ପୂର୍ବରୁ ଲକ୍ଷ ହାସଲ ହୋଇଛି ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ୨୦୦ଟି ବସ୍‌ ଚାଲୁଥିବା ବେଳେ ଆଗକୁ ଆହୁରି ୫୦ଟି ପୁରୁଣା ବସ୍‌ ଏଥିରେ ସାମିଲ ହେବ। ୩୦ଟି କଟକ, ବାଲେଶ୍ୱର ୧୦ ଓ ଭୁବନେଶ୍ୱରରେ ୧୦ଟି ବସ୍‌ ଚାଲିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?