ଜନ୍ମାଷ୍ଟମୀକୁ ଧୋଇଦେଲା ବର୍ଷା: ରାମମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର,୨୪।୮(ବ୍ୟୁରୋ): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶୁକ୍ରବାର ଉତ୍ସବ ମୁଖର ହୋଇଉଠିଥିଲା ସମଗ୍ର ସହର। ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ କରିବାକୁ ପ୍ରାତଃରୁ ରାଜଧାନୀର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡି ଦେଖିବାକୁ ମିଳିଥିଲା। ହେଲେ ପୂର୍ବାହ୍ନରେ ବର୍ଷା ଜନ୍ମାଷ୍ଟମୀର ଉତ୍ସବକୁ ଫିକା କରି ଦେଇଥିଲା। ଏଭଳି ବର୍ଷିଲା ଯେ ଜନ୍ମାଷ୍ଟମୀ ପାଳନ ହେଉଥିବା ରାଜଧାନୀର ଦୁଇ ପ୍ରମୁଖ ମନ୍ଦିର ଇସ୍କନ ଏବଂ ରାମମନ୍ଦିର ଆଗରେ ଅଣ୍ଟାଏ ଉଚ୍ଚାର ପାଣି ଚାଲିଥିଲା। ପ୍ରବଳ ବର୍ଷାରେ ସମ୍ପୂର୍ଣ୍ଣ ରାଜଧାନୀ ବେହାଲ ହୋଇଥିବା ବେଳେ ଇସ୍କନରେ ପରିସ୍ଥିତ ଅସମ୍ଭାଳ ହୋଇପଡ଼ିଥିଲା। ଏପରିକି ପାଣିରେ ପଡ଼ି ଅଧିକାଂଶ ଭକ୍ତ ଆହତ ମଧ୍ୟ ହୋଇଥିଲେ। ଅନ୍ୟପକ୍ଷରେ ବର୍ଷାସତ୍ତ୍ୱେ ମଧ୍ୟ ରାମମନ୍ଦିର ଏବଂ ଇସ୍କନରେ ଦିନତମାମ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥିଲା। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲକ୍ଷାଧିକ ଭକ୍ତ ଠାକୁରଙ୍କ ଦର୍ଶନ କରିଥିଲେ। ଏପଟେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପ୍ରଶାସନ ଏବଂ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ପୂଜା ପାଠ, ଭଜନ, କୀର୍ତ୍ତନ ମଧ୍ୟରେ ଶ୍ରଦ୍ଧାଳୁଙ୍କ ଗହଣରେ ପ୍ରଭୁ ଶ୍ରୀକୃଷ୍ଣ ନିଜର ଜନ୍ମଦିନ ମନାଇଥିଲେ। ରାଜଧାନୀର ରାମ ମନ୍ଦିର, ଇସ୍କନ ମନ୍ଦିର, ବାୟାବାବା ମଠ ସମେତ ବିଭିନ୍ନ କୃଷ୍ଣ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁମାନେ ଜନ୍ମାଷ୍ଟମୀରେ ପ୍ରଭୁଙ୍କ ଦର୍ଶନ କରିଥିଲେ। ସନ୍ଧ୍ୟାରେ ଶ୍ରୀକୃଷ୍ଣଙ୍କ ଭଜନ ଓ କୀର୍ତ୍ତନରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା। ରାମ ମନ୍ଦିରରେ ସକାଳ ସାଢେ ୫ଟାରୁ ମଙ୍ଗଳ ଆଳତି ହୋଇ ମନ୍ଦିର ପହଡ ଫିଟିଥିଲା। ୭ଟାରେ ଶୃଙ୍ଗାର ଆଳତି ଓ ୧୧ଟାରେ ଭୋଗ ଆଳତି ହୋଇଥିଲା। ସନ୍ଧ୍ୟା ଧୂପ ସରିବା ପରେ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା। ପଞ୍ଚାମୃତ ସ୍ନାନ ସହ ନୂତନ ବସ୍ତ୍ର ପିନ୍ଧାଯାଇ ଠାକୁରଙ୍କୁ ଅଭିଷେକ କରାଯିବା ସହ ଝୁଲାରେ ଝୁଲାଯାଇଥିଲା। ପରେ ଯଶୋଦା ମାତା ଓ ନନ୍ଦରାଜାଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କୁ ଧନିଆ ଗୁଣ୍ଡରେ ପ୍ରସ୍ତୁତ ଏକ ସ୍ବତନ୍ତ୍ର ମିଠା ସହ ମାଖନ ମିଶ୍ରି ଏବଂ ପଞ୍ଚାମୃତ ବଣ୍ଟନ କରାଯାଇଥିଲା। ଆସନ୍ତାକାଲି ସନ୍ଧ୍ୟାରେ ଏଠାରେ ନନ୍ଦୋତ୍ସବ ପାଳନ କରାଯିବ ବୋଲି କମିଟିର ପରିଚାଳକ ମହାବୀର ପ୍ରସାଦ ଶର୍ମା କହିଛନ୍ତି।
ଫଳରେ ସଜ୍ଜିତ ଇସ୍କନ ମନ୍ଦିର
ଜନ୍ମାଷ୍ଟମୀ ଉପଲକ୍ଷେ ଫଳରେ ସଜ୍ଜିତ ହୋଇଥିଲା ଇସ୍କନ ମନ୍ଦିର। ଠାକୁରଙ୍କ ନିକଟରେ ବିଭିନ୍ନ ଫଳ ଲଗାଯାଇ ସାଜସଜ୍ଜା ହୋଇଥିଲା। ତେବେ ପୂର୍ବାହ୍ନ ୧୦ଟାରେ ପ୍ରବଳ ବର୍ଷା ଯୋଗୁ ଇସ୍କନ ସମ୍ମୁଖରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା। ଅଣ୍ଟାଏ ଉଚ୍ଚର ପାଣିରେ ପଶି ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ୫୩ ବର୍ଷରେ ପଦାର୍ପଣ କରିଥିବା ଇସ୍କନ ଜନ୍ମାଷ୍ଟମୀ ଉତ୍ସବ ଉପଲକ୍ଷେ ସକାଳ ସାଢେ ୭ଟାରେ ଦର୍ଶନ ଆଳତି, ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୁରୁପୂଜା ସହ ଠାକୁରଙ୍କ ରୀତିନୀତି କରାଯାଇଥିଲା। ଶ୍ରଦ୍ଧାଳୁମାନେ ଏଠାରେ ଦର୍ଶନ କରିବା ସହ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦୋଳିରେ ଝୁଲାଇବାର ଅବସର ପାଇଥିଲେ। ରାତି ୧୧ଟା ପର୍ଯ୍ୟନ୍ତ ଭଜନ କୀର୍ତ୍ତନ ଚାଲିଥିଲା। ବୈଷ୍ଣବ ମତରେ ଶନିବାର ଏଠାରେ କୃଷ୍ଣଜନ୍ମ ଉତ୍ସବ ପାଳନ ହେବ। ୩ଦିନ ଧରି ଏଠାରେ ଉତ୍ସବ ପାଳନ ହେବାକୁ ଥିବାବେଳେ ୨୫ ତାରିଖରେ ନନ୍ଦ ଉତ୍ସବ ପାଳନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

‘ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି’

ଭବାନୀପାଟଣା/କୋକସରା/ଗୋଲାମୁଣ୍ଡା/ କର୍ଲାମୁଣ୍ଡା,୨୮।୪(ଉତ୍ତମ କୁମାର ଦାଶ/ ଦୁଷ୍ମନ୍ତ ପଟ୍ଟଯୋଶୀ/ବଟକୃଷ୍ଣ ପଣ୍ଡା/ପ୍ରଦୀପ ସାହୁ): ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର କଳାହାଣ୍ଡି ଜିଲାର...

ପୁରୀ ସାହିଯାତରେ ପ୍ରଚାରକଲେ ନେତା

ପୁରୀ,୨୮ା୪(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରରେ ସାହିଯାତକୁ ନେଇ ପୁରୀ ସହର ଏବେ ଉତ୍ସବମୁଖର। ସାହି ଯାତରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସମରକଳା ନୃତ୍ୟ ଦେଖିବାକୁ ମଳୁଛି। ଶୁକ୍ରବାର ବାଲିସାହି ପକ୍ଷରୁ...

ସମସ୍ୟା ଘେରରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଟାଙ୍ଗୀ,୨୮ା୪(ରଘୁନାଥ ସାହୁ)ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୨୬ ପଞ୍ଚାୟତ, ଚିଲିକା ବ୍ଲକ ଅନ୍ତର୍ଗତ ୫ ପଞ୍ଚାୟତ ଓ ରଣପୁର ବ୍ଲକ ଅନ୍ତର୍ଗତ...

କଟକ: ଆସନ୍ତା କାଲି ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି

କଟକ,୨୮ା୪(କାର୍ତ୍ତିକ ସାହୁ)ଆସନ୍ତା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ନିର୍ବାଚନ ନିମନ୍ତେ...

ବଦଳୁଛି ଟ୍ରେଣ୍ଡ୍‌, ରୋଗ କିଣୁଛି ମଣିଷ

କଟକ,୨୮।୪(ଦିବାକର ସାହୁ)ମଣିଷ ଆଧୁନିକତାର ସ୍ରୋତରେ ଆଗେଇ ଚାଲିଛି। ସମୟ ସହ ତାଳ ଦେଇ ଦିନକୁ ଦିନ ଖାଦ୍ୟପେୟ, ଚାଲିଚଳଣିରେ ପରିବର୍ତ୍ତନ କରୁଛି। ପୂର୍ବରୁ କୌଣସି ଉତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri