Posted inଜାତୀୟ

କ୍ୟାବିନେଟ ମିଟିଂ ପରେ ଧର୍ମେନ୍ଦ୍ରଙ୍କୁ ନେଇ ଆସିଲା ବଡ଼ ଖବର, ଇସ୍ତଫା…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା ସବୁଠାରୁ ସହଜ ନିଷ୍ପତ୍ତି। ଇସ୍ତଫା ଦେଇ ଦାୟିତ୍ୱରୁ ଖସିଯିବା ବହୁତ ସହଜ। NDTV ରିପୋର୍ଟ ଅନୁଯାୟୀ ଜନସାଧାରଣ ସରକାରଙ୍କୁ ଜନାଦେଶ ଦେଇଛନ୍ତି ଏବଂ ସରକାର ଏହାକୁ ପୂରଣ କରିବେ। ସରକାର NTA ରେ ଥିବା ସମସ୍ୟାଗୁଡ଼ିକର ତାଲିକା ପ୍ରସ୍ତୁତ କରୁଛନ୍ତି ଏବଂ ଏହି ମୁଦ୍ଦାଗୁଡ଼ିକର ଶୀଘ୍ର ସମାଧାନ କରାଯିବ।

NDTV ରିପୋର୍ଟ ଅନୁଯାୟୀ, ସରକାର ପ୍ରଶ୍ନପତ୍ର ଲିକ୍‌ରେ ସଂପୃକ୍ତ ଅନେକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛନ୍ତି। ଏବେ ଆହୁରି ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରାଯାଉଛି। ସରକାରଙ୍କ ସହ ଦଳ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇଛି।

 ଗତକାଲି ରାତିରେ PM ମୋଦୀଙ୍କ ଭିଡିଓ ଆସିବା ପରେ ସୋନମ୍ ୱାଙ୍ଗଚୁକ୍ ନିଜର ଅନଶନ ଭାଙ୍ଗିଥିଲେ। PM ମୋଦୀ ଦେଶବାସୀଙ୍କୁ କଠୋର କାର୍ଯ୍ୟାନୁଷ୍ଠାନର ଆଶ୍ୱାସନା ଦେଇଥିଲେ। ମାତ୍ର କକରୋଚ ଜନତା ପାର୍ଟି (CJP) ଏବେ ବି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛି।

ବର୍ତ୍ତମାନ ମଧ୍ୟ ଜନ୍ତର-ମନ୍ତରରେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ଉପସ୍ଥିତ ଅଛନ୍ତି। କକରୋଚ ଜନତା ପାର୍ଟି  ଶୁକ୍ରବାର ଦିନ କେନ୍ଦ୍ରମନ୍ତ୍ରୀମାନଙ୍କୁ କହିଛି ଯେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ‘‘କୌଣସି ଆପୋଷ ବୁଝାମଣା ହୋଇପାରିବ ନାହିଁ।‘‘ ଜୁଲାଇ ୨୦ ରେ ‘‘ନିଷ୍ଠୁର ଭାବେ ପିଟାଯାଇଥିବା‘‘ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ନିକଟରେ ସରକାର ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି CJP ଦାବି କରିଛି। CJP ପ୍ରବକ୍ତା ସୌରଭ ଦାସ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କ ସହ ଅନୁଷ୍ଠିତ ବୈଠକରେ ମେ’ ୩ ରେ ହୋଇଥିବା ‘‘NEET ପରୀକ୍ଷା ବାତିଲ ହେବା ପରେ ଆତ୍ମହତ୍ୟା କରିଥିବା‘‘ ଛାତ୍ରଛାତ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି।

CJP ର ଦୁଇଜଣ ପ୍ରତିନିଧି  ବିଠଲଭାଇ ପଟେଲ ହାଉସ୍‌ରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କ ସହ ପ୍ରାୟ ଦୁଇ ଘଣ୍ଟା ଧରି ବୈଠକ କରିଥିଲେ, ଯାହାର ଲକ୍ଷ୍ୟ ଥିଲା NEET ପେପର ଲିକ୍ ଏବଂ ପରୀକ୍ଷା ବ୍ୟବସ୍ଥାରେ ଅନ୍ୟାନ୍ୟ ଅନିୟମିତତାକୁ ନେଇ ଜାରି ରହିଥିବା ପ୍ରତିବାଦର କୌଣସି ଶାନ୍ତିପୂର୍ଣ୍ଣ ସମାଧାନ ବାହାର କରିବା। ନଡ୍ଡା କହିଛନ୍ତି ଯେ ମନ୍ତ୍ରୀମାନେ CJP ପ୍ରତିନିଧିଙ୍କ ଦାବି ଶୁଣିଛନ୍ତି ଏବଂ ସରକାର ଏହି ବିଷୟରେ ପରେ ଜବାବ ଦେବେ। ସେ କହିଛନ୍ତି, “ଆମେ ରବିବାର (କିମ୍ବା ଶନିବାର) ପୁଣି ବୈଠକ କରିବୁ।”


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପାଟପୁର ପୋଲିସ, ଜେଲ୍ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି । ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ରବିବାର…

ବୈଭବଙ୍କୁ ୩ ନମ୍ବରରେ ଖେଳାଇବା ନେଇ ଅଶ୍ୱିନଙ୍କ ପ୍ରଶ୍ନ, କହିଲେ ପାଣି ବାହାରେ ମାଛ…

ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଥିଲା। ଈଶାନ କିଶନ…

୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଲା, ୬ମାସ ପରେ ଫେରାର ବନ ସହାୟକ ବାବୁଲୁ ଗିରଫ

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ): ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ କାର୍ଯ୍ୟାଳୟର…

ଜଟଣୀରେ RBI ଡାଟା ସେଣ୍ଟର ଉଦଘାଟନ କରି ବଡ଼ କଥା କହିଲେ ମୋଦି, ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବଢ଼ିବ….

ଖୋର୍ଦ୍ଧା,୨୫।୧୦(ପ୍ରଭାତ ପାଣିଗ୍ରାହୀ): ଜଟଣୀ ଇନ୍‌ଫୋଭାଲି-୨ରେ RBI ଡାଟା ସେଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?