ଜମି ଦେବାକୁ କହି ୯୨ ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୭:  ଜମି ବିକ୍ରି ନାଁରେ ୯୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭୁବନେଶ୍ୱରର ମେହେରପଲ୍ଲୀ ଓ ମେଣ୍ଢାଶାଳ ଅଞ୍ଚଳରେ ଜମି ଦେବାକୁ କହି ସେ ଜଣେ ବ୍ୟକ୍ତିଙ୍କଠାରୁ ୯୨ ଲକ୍ଷ ଟଙ୍କା ନେଇ ଠକେଇ କରିଥିବା ଅଭିଯୋଗ ହୋଇଛି।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ମେହେରପଲ୍ଲୀ ଅଞ୍ଚଳର ଏକ ସରକାରୀ ଅଧିଗ୍ରହଣ ହୋଇଥିବା ଜମିକୁ ନିଜର ବୋଲି ଦର୍ଶାଇ ବିକ୍ରି କରିବାକୁ ଚୁକ୍ତି କରିଥିଲେ। ଏହି ଜମି ପୂର୍ବରୁ ସରକାରଙ୍କ ଦ୍ୱାରା ଅଧିଗ୍ରହଣ କରାଯାଇଥିଲା ଏବଂ ସେଥିପାଇଁ ଅଭିଯୁକ୍ତ ସରକାରଙ୍କଠାରୁ କ୍ଷତିପୂରଣ ମଧ୍ୟ ପାଇଥିଲେ। ଏହା ସତ୍ତ୍ୱେ ସେ ସେହି ଜମିକୁ ନିଜର ବୋଲି କହି ବିକ୍ରି କରିବାକୁ ଉଦ୍ୟମ କରିଥିଲେ।

ଏହା ସହିତ ମେଣ୍ଢାଶାଳ ଅଞ୍ଚଳରେ ମଧ୍ୟ ଜମି ଦେବାକୁ ପ୍ରତିଶ୍ରୁତି ଦେଇ ଅଭିଯୋଗକାରୀଙ୍କଠାରୁ ମୋଟ ୯୨ ଲକ୍ଷ ଟଙ୍କା ଆଦାୟ କରିଥିଲେ। ପରେ ଜମି ହସ୍ତାନ୍ତର କରିନଥିବାରୁ ଏବଂ ଟଙ୍କା ଫେରସ୍ତ ନ କରିବାରୁ ପୀଡ଼ିତ ବ୍ୟକ୍ତି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଅଭିଯୋଗ ସତ୍ୟ ବୋଲି ଜଣାପଡ଼ିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଆହୁରି କେତେ ଲୋକ ଏଭଳି ଠକେଇର ଶିକାର ହୋଇଛନ୍ତି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଆନ୍ଧ୍ରରୁ ଚୋରି ଗଞ୍ଜାମରେ ଚାଲାଣ: ୫ ଦାମୀ ବାଇକ ସହ ଯୁବକ ଗିରଫ

ଛତ୍ରପୁର, ୨୪।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ୫ଟି ଦାମୀ ମୋଟରସାଇକେଲ ଚୋରି କରି ଗଞ୍ଜାମ ଜିଲାରେ ଚାଲାଣ କରୁଥିବା ଜଣେ ଯୁବକଙ୍କୁ…

ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ: କାଲିଠୁ ୨୭ ଯାଏଁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୨୪।୭ ବଙ୍ଗୋପସାଗରରେ ପାଣିପାଗ ପରିସ୍ଥିତି ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି।…

ଶ୍ରୀମନ୍ଦିର ଅଭିମୁଖେ ୩ ରଥ, ଘଣ୍ଟଘଣ୍ଟାରେ କମ୍ପୁଛି ଶ୍ରୀକ୍ଷେତ୍ର

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ଅଭିମୁଖେ ଗଡୁଛି ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ।…

Bahuda Yatra 2026: ତାଳଧ୍ବଜ ପରେ ଗଡ଼ିଲା ଦେବଦଳନ

ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ବଡ଼ଦାଣ୍ଡ ହୋଇପଡିଛି ଲୋକାରଣ୍ୟ। ମହାପ୍ରଭୁ ଜନ୍ମବେଦିରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି। ଏନେଇ ଭକ୍ତି ଭାବରେ ଭିଜୁଛି ସମଗ୍ର…

କ୍ୟାବିନେଟ ବୈଠକ ପରେ ଅଶ୍ୱିନୀ ବୈଷ୍ଣବଙ୍କ ସାମ୍ବାଦିକ ସମ୍ମିଳନୀ: କହିଲେ ଠକ ମାଫିଆଙ୍କ ବିରୋଧରେ କଠୋର ଆଇନ ପ୍ରଣୟନ କରାଯିବ

ନୂଆଦିଲ୍ଲୀ,୨୪।୭: କ୍ୟାବିନେଟ ବୈଠକ ପରେ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେପର ଲିକ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଏହି ବିପଦର ମୁକାବିଲା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri