ଜଜାଙ୍ଗ ଖଣିରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ: ଡକାୟତି ଉଦ୍ୟମ, ୪ ଗିରଫ

ଯୋଡ଼ା, ୧୯।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ଖଣିର ରେଳ ସାଇଡିଂରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଡକାୟତି ଉଦ୍ୟମ ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁରୁବାର ବିଳମ୍ବିତ ରାତିରେ ଉକ୍ତ ରେଳସାଇଡିଂରେ କାର୍ଯ୍ୟରତ ସୁରକ୍ଷାକର୍ମୀ ପ୍ରେମନାଥ ପ୍ରଧାନଙ୍କୁ କେତେକ ଦୁର୍ବୃତ୍ତ ଆସି ଅତର୍କିତ ଆକ୍ରମଣ କରି ୩ଟି ମୋବାଇଲ ଚୋରି କରିବା ସହିତ ଖଣିରେ ଥିବା ପେଲୋଡ଼ର ଯନ୍ତ୍ରାଂଶ ଚୋରି ଉଦ୍ୟମ କରିଥିଲେ ା ଏ ନେଇ କମ୍ପାନୀ ପକ୍ଷରୁ ବାମେବାରୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଜଜାଙ୍ଗ ପ୍ରେମନଗର ଅଞ୍ଚଳର ସୋମା ମୁଣ୍ଡା, ସୁନୀଲ ଲୋହାର, ପାଣ୍ଡିଆ ଗ୍ରାମର ବିଶୁ ନାଏକ ଓ ଲଙ୍ଗାଲଟା ଅଞ୍ଚଳର ବ୍ରଜକିଶୋର ମୁଣ୍ଡାଙ୍କୁ ଗିରଫ କରି ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚୋରି ହୋଇଥିବା ୩ ମୋବାଇଲ ମଧ୍ୟରୁ ୨ଟି ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri