ଜଗନ୍ନାଥଙ୍କ ଅର୍ଥ ଫେରାଇବାକୁ ନେଇ ଦୋଷ ଲଦାଲଦି

ଭୁବନେଶ୍ୱର,୯।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କ ଖରାପ ସ୍ଥିତିଦେଇ ଗତି କରୁଥିବାବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଅର୍ଥ ସେଥିରେ ରହିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ବ୍ୟାଙ୍କରେ ମହାପ୍ରଭୁଙ୍କ ପ୍ରାୟ ୫୪୫ କୋଟି ଟଙ୍କା ରଖାଯାଇଛି। ବର୍ତ୍ତମାନ ଉକ୍ତ ବ୍ୟାଙ୍କରୁ ୩୦ଦିନରେ ମୋଟ ୫୦ହଜାର ଟଙ୍କା ଉଠାଯାଇପାରିବ ବୋଲି ଖବର ଆସିବାପରେ ମହାପ୍ରଭୁଙ୍କ ଅର୍ଥକୁ ନେଇ ସମସ୍ତେ ସରକାରଙ୍କୁ ଆଙ୍ଗୁଳି ଉଠାଇଛନ୍ତି। ଏହି ୫୪୫ କୋଟି ଟଙ୍କା ଏକ ଘରୋଇ ବ୍ୟାଙ୍କରେ ସମସ୍ତଙ୍କ ଅଗୋଚରରେ ଜମା ରଖିବା ପଛରେ ମନ୍ଦ ଉଦ୍ଦେଶ୍ୟ ଥିବା ସ୍ପଷ୍ଟ ହେଉଛି ବୋଲି ଭାଜପା ଅଭିଯୋଗ କରିଛି। ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ଘଟଣାରେ ସରକାରଙ୍କୁ ଘେରିଥିବା ବେଳେ ବିଜେଡି ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇ ଏ ବିଷୟରେ କେନ୍ଦ୍ରରେ ଶାସନ ଦାୟିତ୍ୱରେ ଥିବା ତାଙ୍କ ସରକାରକୁ ପଚାରନ୍ତୁ ବୋଲି କୁହାଯାଇଛି। ଅନ୍ୟପଟେ ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି ଯେ, ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ଥିବା ଆର୍‌ବିଆଇ ଜଣାଇଛି। ଶ୍ରୀମନ୍ଦିର ପ୍ରଶାସନ ଏବଂ ଅର୍ଥ ବିଭାଗ ଅଧିକାରୀ ଆର୍‌ବିଆଇ ସହ ଏ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ସେପଟୁ ଆଶ୍ୱସ୍ତ କରାଯାଇଥିବା ସେ କହିଛନ୍ତି। ସେହିପରି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ରବିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ୟେସ୍‌ ବ୍ୟାଙ୍କରେ ଜମା ଥିବା ଅର୍ଥ ଉଠାଣ ପାଇଁ ଆର୍‌ବିଆଇକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି ଯେ, ଏସଏଲବିସିଙ୍କ ଗାଇଡଲାଇନ ଆଧାରରେ ତତ୍କାଳୀନ ଅତିରିକ୍ତ ଶାସନ ସଚିବ ସରକାରଙ୍କ ଅର୍ଥ କେଉଁ ବ୍ୟାଙ୍କରେ ଜମା ରହିବ, ତାର ଏକ ତାଲିକା ୨୦୧୭ରେ ଦେଇଥିଲେ। ଏହି ତାଲିକାରେ ୨୨ଟି ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ବୃହତ୍‌ ବ୍ୟାଙ୍କ ଏବଂ ୩ଟି ସମବାୟ ବ୍ୟାଙ୍କର ନାମ ଉଲ୍ଲେଖ ରହିଥିଲା। ଏହି ତାଲିକାରେ ପ୍ରଭୁ ଜଗନ୍ନାଥଙ୍କ ଦାନ ଅର୍ଥରାଶି ଜମା ଥିବା ୟେସ୍‌ ବ୍ୟାଙ୍କର ନାମ ଯୋଗ୍ୟତା ତାଲିକାରେ ନ ଥିଲା। ୟେସ୍‌ ବ୍ୟାଙ୍କ ଦେବାଳିଆ ସ୍ଥିତି ସମ୍ପର୍କରେ ଜାଣି ତିରୁପତି ମନ୍ଦିର ଟ୍ରଷ୍ଟ ନିଜ ୧୩୦୦ କୋଟି ଟଙ୍କା ଜମା ରାଶି ଉଠାଇ ନେଇଥିବାବେଳେ ଜଗନ୍ନାଥ ମନ୍ଦିର ପ୍ରଶାସନ କିପରି ଚିନ୍ତାମୁକ୍ତ ଏବଂ ନୀରବଦ୍ରଷ୍ଟା ସାଜିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାପରେ ୨୦୧୯ ଜୁଲାଇରେ ୟେସ୍‌ ବ୍ୟାଙ୍କକୁ ସରକାର ଯୋଗ୍ୟତା ତାଲିକାରେ ସାମିଲ କଲେ। ଏତେବଡ଼ ଭୁଲ୍‌ ପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ଭାଜପା ପ୍ରଶ୍ନ କରିବା ସହ ଏନେଇ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ହରିଚନ୍ଦନ ଦାବି କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ପ୍ରଥମ କଥା ହେଉଛି ଏହି ଅର୍ଥ କୌଣସି ଘରୋଇ ବ୍ୟାଙ୍କରେ ରଖାଯାଇପାରିବ ନାହିଁ। ଘରୋଇ ବ୍ୟାଙ୍କକୁ ଏତେ ଟଙ୍କା ଗଲା କିପରି। ଏ ବିଷୟରେ ଯଦି ଆଇନ ବିଭାଗ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଜାଣିଥାଆନ୍ତି ତେବେ ସେମାନେ ହିଁ ଏଥିପାଇଁ ଦାୟୀ। ସୌନ୍ଦର୍ଯ୍ୟକରଣ ନାଁରେ ଜଗନ୍ନାଥଙ୍କ ସମ୍ପତ୍ତିକୁ ଲୁଟିବା ପାଇଁ ଏମାନେ ଚେଷ୍ଟା କରୁଛନ୍ତି ବୋଲି ନିରଞ୍ଜନ କହିଛନ୍ତି। ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ତାଲିକାରେ ଏହି ବ୍ୟାଙ୍କ ରହିଛି। ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାଙ୍କ କାର୍ଯ୍ୟ କରିଥାଏ। ସେହି ଅନୁସାରେ ଏହା ସିଡ୍ୟୁଲ ବ୍ୟାଙ୍କ ହୋଇଥିବାବେଳେ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ସାର୍ବଭୌମତ୍ୱ ଗ୍ୟାରେଣ୍ଟିକୁ ଉପଭୋଗ କରୁଛି। ଭାଜପା ମୁଖପାତ୍ର ଏହା ଭଲଭାବେ ଜାଣିଥିଲେ ମଧ୍ୟ ମିଥ୍ୟା ଏବଂ ଅବାସ୍ତବ ମନ୍ତବ୍ୟ ଦେଇ ନିୟମିତ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ୟେସ ବ୍ୟାଙ୍କର ଜମା ଅର୍ଥର ସୁରକ୍ଷା ଓ ନିରାପତ୍ତା କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ଜଗନ୍ନାଥଙ୍କ ଅର୍ଥ ଏବଂ ସାଧାରଣ ଲୋକଙ୍କ ଅର୍ଥକୁ କେନ୍ଦ୍ରରେ କ୍ଷମତାରେ ଥିବା ସରକାର ସୁରକ୍ଷା ଦେଇପାରି ନାହାନ୍ତି। ଏଠି ମିଛ କହିବା ପରିବର୍ତ୍ତେ ଭାଜପା ଲୋକଙ୍କୁ ଧରି ଦିଲ୍ଲୀ ଯାଇ ସେଠାରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ଜଗନ୍ନାଥଙ୍କ ଅର୍ଥ କିଭଳି ସୁରକ୍ଷିତ ଭାବେ ଫେରିବ ତାହା ଉପରେ ପଦକ୍ଷେପ ନେଉ ବୋଲି ଲେନିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କଲା ଆସିକା ପୌରପରିଷଦ, ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରି…

ଛତ୍ରପୁର,୧୧ା୧୧(ଦିଲ୍ଲୀପ ସାମଲ): ସ୍ବଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜାତୀୟ ସ୍ତରରେ ଗଞ୍ଜାମ ଜିଲାର ଗୌରବ ବୃଦ୍ଧି କରିଛି ଆସିକା ପୌରପରିଷଦ। ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର…

ଚାଲିଥିଲା ଡକାୟତି ଯୋଜନା: ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଧରି…

ଅତାବିରା,୧୧ା୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାର ଏକ ଢାବା ନିକଟରେ ମଙ୍ଗଳବାର ଡକାୟତି ଯୋଜନା କରୁଥିବାବେଳେ ୩ ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ,…

ଇସ୍ରାଏଲ୍‌ ସଂସଦରେ ମୁହାଁମୁହିଁ ନେତନ୍ୟାହୁଙ୍କ ପତ୍ନୀ-ପୂର୍ବତନ PM, ଭିଡିଓ ଭାଇରାଲ୍

ଜେରୁଜେଲମ୍,୧୧।୧୧: ଇସ୍ରାଏଲ୍‌ ସଂସଦ (ନେସେଟ୍‌)ରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଭାଷଣ ସମୟରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି । ନେତନ୍ୟାହୁଙ୍କ ପତ୍ନୀ ସାରା ନେତନ୍ୟାହୁ ଓ ତାଙ୍କର…

ବିଶ୍ୱର ସବୁଠାରୁ ଲମ୍ବାଗୋଡ଼ ଥିବା ମହିଳା, ତାଙ୍କ ପରିବାରର ସମସ୍ତ ସଦସ୍ୟ ବି ୬ ଫୁଟରୁ ଅଧିକ ଉଚ୍ଚ

କୁହାଯାଏ, ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କ ମୋଟ୍‌ ଉଚ୍ଚତା ତୁଳନାରେ ତାଙ୍କ ଗୋଡ଼ ଲମ୍ବ ଅଧିକ ଥିବାରୁ ବୃଦ୍ଧି ପାଏ। ପୁରୁଷ ଏବଂ ମହିଳା ଉଭୟ ଆକର୍ଷଣୀୟ,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ମେଟ୍ରୋ ପ୍ରକଳ୍ପରୁ ନେଇ ଭାରତର ସଂଗ୍ରହାଳୟ ପର୍ଯ୍ୟନ୍ତ, ଜାଣନ୍ତୁ କ୍ୟାବିନେଟର ୫ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର (ନଭେମ୍ୱର ୧୧, ୨୦୨୬) ଦିନ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବାତ୍ୟା ଅର୍ଣ୍ଣବ: ଗଞ୍ଜାମ-ଗଜପତି-କନ୍ଧମାଳ ପାଇଁ ଘୋଷଣା ହେଲା ରିଲିଫ, ୫୦ କେଜି ଚାଉଳ ସାଙ୍ଗକୁ ମିଳିବ ଏତିକି ଟଙ୍କା

ଭୁବନେଶ୍ୱର,୧୧ା୧୧: ବାତ୍ୟା ଅର୍ଣ୍ଣବ ପ୍ରଭାବରେ କ୍ଷତିଗ୍ରସ୍ତ ପରିବାର ପାଇଁ ରିଲିଫ ଘୋଷଣା କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବରୁ ସହାୟତା ଘୋଷଣା କରିଥିବା ବେଳେ…

ମଙ୍ଗଳଙ୍କ ସିଂହ ରାଶିରେ ଗୋଚର: ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ବଡ଼ ଚାକିରି ଅଫର୍‌ରେ ବଦଳିବ ଭାଗ୍ୟ!

ଗୁରୁବାର, ନଭେମ୍ୱର ୧୨, ୨୦୨୬ ରେ ମଙ୍ଗଳ ଗ୍ରହ ତାଙ୍କର ମିତ୍ର ସୂର୍ଯ୍ୟଙ୍କ ରାଶି ସିଂହରେ ଗୋଚର କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଗ୍ରହମାନଙ୍କର ସେନାପତି…

ଏକ୍ସରେ ଭିଡିଓ ବନାଇ ରୋଜଗାର କରନ୍ତୁ ମୋଟା ଅଙ୍କର ଟଙ୍କା! କମ୍ପାନୀ ଆଣିଲା ଜବରଦସ୍ତ ଫିଚର୍‌, ଜାଣନ୍ତୁ କିପରି କରିବ କାମ

ନୂଆଦିଲ୍ଲୀ,୧୧।୧୧: ସୋସିଆଲ ମିଡିଆରେ ବଡ଼ ଭିଡିଓର ଛୋଟ ଛୋଟ କ୍ଲିପ ପ୍ରସ୍ତୁତ କରି ସେୟାର କରିବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାଦ୍ୱାରା କେବଳ ଭିଡିଓକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?