ଜଗତ୍‌ସିଂହପୁର ଜିଲାରେ ମଧ୍ୟାହ୍ନ ଭୋଜନ କେଳେଙ୍କାରୀ: ୫ ବ୍ଲକରେ ୬୧ ଲକ୍ଷ ଟଙ୍କାର ଚାଉଳ ଗାଏବ

ଜଗତ୍‌ସିଂହପୁର ଅଫିସ, ୩ା୭-ଜଗତ୍‌ସିଂହପୁର ଜିଲାରେ ମଧ୍ୟାହ୍ନ ଭୋଜନ (ଏମ୍‌ଡିଏମ୍‌) କେଳେଙ୍କାରୀକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ମୋଟ ୮ ବ୍ଲକ ମଧ୍ୟରୁ ୫ଟିରେ ପାଖାପାଖି ୬୧ ଲକ୍ଷ ଟଙ୍କାର ଏମ୍‌ଡିଏମ୍‌ ଚାଉଳ ଅନିୟମିତତା ହୋଇଥିବା ଜଣାପଡିଛି। ଏହି ବ୍ଲକଗୁଡିକ ହେଲା ବାଲିକୁଦା, ବିରିଡ଼ି, ଜଗତ୍‌ସିଂହପୁର, ନାଉଗାଁ ଓ ରଘୁନାଥପୁର। ସ୍ବତନ୍ତ୍ର ଅଡିଟ୍‌ ସମୟରେ ଏହା ସ୍ପଷ୍ଟ ହୋଇଛି। ତେବେ ଏହିସବୁ ବ୍ଲକ ଅଞ୍ଚଳର ଶତାଧିକ ବିଦ୍ୟାଳୟ ବିନା ପ୍ରମାଣରେ ନେଇଥିବା ଚାଉଳର ମୂଲ୍ୟ ତୁରନ୍ତ ଏମ୍‌ଡିଏମ୍‌ ଆକାଉଣ୍ଟରେ ଜମା କରିବାକୁ ପଡିବ। ସମ୍ପୃକ୍ତ ବ୍ଲକଗୁଡିକର ଶିକ୍ଷା ଅଧିକାରୀଙ୍କୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଏହି ନିର୍ଦ୍ଦେଶ ଦେବା ସହ ଆଗକୁ ଯେପରି ଏଭଳି ଅକ୍ଷମଣୀୟ ତ୍ରୁଟି ଦେଖା ନ ଦିଏ ସେ ନେଇ ବିଦ୍ୟାଳୟଗୁଡିକ ଦାୟିତ୍ୱବାନା ହେବାକୁ ପରାମର୍ଶ ଦେଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଡିଇଓ ପ୍ରତିଭା ମଞ୍ଜରୀ ଦାସ ୫ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଦର୍ଶାଇଛନ୍ତି, କେତେକ ବିଦ୍ୟାଳୟ ବିନା ସ୍ବିକୃତୀରେ ତଥା ଅନିୟମିତ ଭାବେ ଏମ୍‌ଡିଏମ୍‌ ଚାଉଳ ଗ୍ରହଣ କରିଛନ୍ତି। ପ୍ରାମାଣିକ କାଗଜପତ୍ର କିମ୍ବା ତଥ୍ୟ ଦେବାରେ ଏହି ବିଦ୍ୟାଳୟଗୁଡିକ ସଫଳ ହୋଇପାରିନାହାନ୍ତି। ତେଣୁ ଏହି ଶିକ୍ଷାନୁଷ୍ଠାନଗୁଡିକୁ ଚାଉଳର ମୂଲ୍ୟ ଫେରସ୍ତ କରିବାକୁ ପଡିବ। ଡିଇଓ ସ୍ପଷ୍ଟ କରିଛନ୍ତି,ଏମ୍‌ଡିଏମ୍‌ ଯୋଜନା ଉପରେ ୧ା୪ା୧୫ରୁ ୩୧ା୧୦ା୧୭ ପର୍ଯ୍ୟନ୍ତ ହୋଇଥିବା ସ୍ପେଶିଆଲ ଅଡିଟ୍‌ ରିପୋର୍ଟକୁ ଭିତ୍ତିକରି ଉପରୋକ୍ତ ନିର୍ଦ୍ଦେଶ ଦିଆଯାଇଛି। ଅଡିଟ୍‌ରେ ଉଲ୍ଲେଖ କରାଯାଇଛି ଏମ୍‌ଡିଏମ୍‌ ଚାଉଳ ଗଚ୍ଛିତ ସମ୍ପର୍କିତ ଆକାଉଣ୍ଟ ଅଡିଟ୍‌ ହୋଇଥିଲା। କେତେକ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଭିନ୍ନ ମାଧ୍ୟମରେ ଗଚ୍ଛିତ ଆକାଉଣ୍ଟରୁ ବକେୟା ହିସାବରେ ଚାଉଳ ନେଇ ଯାଇଥିଲେ। କିନ୍ତୁ ଫେରାଇ ନ ଥିଲେ। ଏପରି କି ଏ ସମ୍ପର୍କିତ କୌଣସି ତଥ୍ୟ, ପ୍ରମାଣ ମଧ୍ୟ ଯୋଗାଯାଇ ନାହିଁ। ତେଣୁ ବେଆଇନ ଭାବେ ବିଦ୍ୟାଳୟ କର୍ତ୍ତୃପକ୍ଷ ନେଇଥିବା ଚାଉଳର ମୂଲ୍ୟ କିଲୋପ୍ରତି ୨୮.୩୬ ଟଙ୍କା ଦରରେ ମୋଟ ୬୦,୯୩,୩୭୩ ଟଙ୍କା ଆଦାୟ କରିବା ଉପରେ ଡିଇଓ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ବିଦ୍ୟାଳୟଗୁଡିକ ଆଗକୁ ଯେପରି ଏଭଳି ଅଡିଟ୍‌ଜନିତ ସମସ୍ୟା ସୃଷ୍ଟି ନ କରନ୍ତି ସେଥିପ୍ରତି ଦାୟିତ୍ୱବାନ ହେବାକୁ ବିଇଓମାନଙ୍କୁ ଡିଇଓ ପରାମର୍ଶ ଦେଇଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ଚାଉଳ ସଂଗ୍ରହ କଲାବେଳେ ଏଜେନ୍ସିଠାରୁ ଠିକ ପରିମାଣର ଚାଉଳ ଓଜନ କରି ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଲର ମାଡ଼ରେ ମରୁଛନ୍ତି ଅଲିଭ ରିଡ୍‌ଲେ

କୁଜଙ୍ଗ,୧୩।୨(ମନୋଜ ପ୍ରଧାନ): ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପାରାଦୀପରେ କଇଁଛ କରିଡର କରିବାକୁ ବଜେଟରେ ଘୋଷଣା କରିଥିବା ବେଳେ କୁଜଙ୍ଗ ବନାଞ୍ଚଳ ନୂଆଗାଁ ବନକ୍ଷେତ୍ର…

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

ପତାକା ଅବତରଣ ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୁଜଙ୍ଗ,୨୬।୧(ମନୋଜ ପ୍ରଧାନ): ସାରା ଦେଶ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ…

ପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ପାରାଦୀପ,୨୦।୧(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ପିପ୍ପଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପଛ ପଟେ ରୋଷେଇ କଲା…

ବସ୍‌ ମାଲିକ ସଂଘର ବଡ଼ ନିଷ୍ପତ୍ତି: ପାରାଦୀପରୁ ଗଡ଼ିବନାହିଁ ଘରୋଇ ବସ୍‌

ପାରାଦୀପ,୧୮।୧: ମୁଖ୍ୟମନ୍ତ୍ରୀ ବସ୍‌ ଚଳାଚଳକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ରବିବାର ଏକ ବଡ଼ ନିଷ୍ପତ୍ତି ନେଇଛି। ସୋମବାର ସକାଳ ୬ଟାରୁ ପାରାଦୀପ ବସ୍‌ଷ୍ଟାଣ୍ଡରୁ…

ଶିବଲିଙ୍ଗ ଉପରେ ପୂଜକଙ୍କ ମୃତଦେହ, ତା’ପରେ ଯାହା ଘଟିଲା…

ଜଗତ୍‌ସିଂହପୁର,୧୮ା୧(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ପୁନଙ୍ଗସ୍ଥିତ ପୁନେଶ୍ୱର ମହାଦେବ ମନ୍ଦିରରେ ଶନିବାର ଅଭାବନୀୟ ଘଟଣା ଘଟିଛି। ମନ୍ଦିରର ପାତାଳଫୁଟା ଶିବଲିଙ୍ଗ ଉପରୁ ମନ୍ଦିର ପୂଜକ ଓମ୍‌ପ୍ରକାଶ ପଣ୍ଡା…

ସ୍ତ୍ରୀଙ୍କୁ କରଣୀରେ ହାଣିଲେ ସ୍ବାମୀ: କାରଣ ଜାଣିଲେ…

ପାରାଦୀପ,୧୭।୧(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ବଡପଡିଆ ସିନେମାହଲ ସମ୍ମୁଖ ବସ୍ତିରେ ଶନିବାର ସକାଳୁ ଅଭାବନୀୟ ଘଟଣା ଘଟିଛି।ନିଜ ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ସ୍ବାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri