ଛୁଞ୍ଚି ରହିଯିବା ଘଟଣା: ଥାନାରେ ଅଭିଯୋଗ

ବନ୍ତଳା, ୧୮ା୬(ଡି.ଏନ.ଏ.)ଅନୁଗୋଳ ଜିଲା ବନ୍ତଳା ଥାନା ଗଡ଼ତରାସ ଗ୍ରାମର ଶୁଭଙ୍କର ବେହେରା(୩)ଙ୍କୁ ଗତ ମାସ ୨୫ ତାରିଖରେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରରେ ଇଞ୍ଜେକଶନ ଦେବାବେଳେ ଛୁଞ୍ଚି ଭାଙ୍ଗି ତାଙ୍କ ଅଣ୍ଟାରେ ରହିଯାଇଥିଲା। ନର୍ସଙ୍କ ଦାୟିତ୍ୱହୀନତା ଯୋଗୁ ଶିଶୁଟିର ଅବସ୍ଥା ଗୁରୁତର ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେବେ ଦୀର୍ଘ ମାସେ ହେବ ସମ୍ପୃକ୍ତ ନର୍ସ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ପୁଅର ଆରୋଗ୍ୟ ପାଇଁ କୌଣସି ସହଯୋଗ କରା ନ ଯିବାରୁ ସୋମବାର ସକାଳେ ଶୁଭଙ୍କରଙ୍କ ବାପା ନିରାକାର ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି, ଶୁଭଙ୍କର ଖେଳୁଥିବା ସମୟରେ ପଡିଯିବାରୁ ଜିଭ ଖଣ୍ଡିଆ ହୋଇଯାଇଥିଲା। ତାଙ୍କୁ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଅଣାଯିବା ପରେ ଡାକ୍ତର ୨ଟି ଇଞ୍ଜେକଶନ ନେବାକୁ ଲେଖିବା ସହ ଷ୍ଟାଫ ନର୍ସଙ୍କୁ ଇଞ୍ଜେକଶନ ଦେବାକୁ ପରାମର୍ଶ ଦେଇଥିଲେ। ନର୍ସ ଚନ୍ଦ୍ରକାନ୍ତି ମେହେର ଇୟରଫୋନ ଦେଇ ମୋବାଇଲରେ କଥା ହେଉଥିବା ବେଳେ ଶୁଭଙ୍କରଙ୍କ ଅଣ୍ଟାରେ ଇଞ୍ଜେକଶନ ଦେଇଥିଲେ। ଏହି ସମୟରେ ଛୁଞ୍ଚିଟି ଭାଙ୍ଗି ଶୁଭକରଙ୍କ ଅଣ୍ଟାରେ ରହିଯାଇଥିଲା। ଡାକ୍ତର ଶୁଭଙ୍କରଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେହିଦିନ ରାତିରେ ତାଙ୍କୁ କଟକ ଶିଶୁ ଭବନ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗୋଟିଏ ଦିନ ରହିବା ପରେ ୨୭ ତାରିଖରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ଦୀର୍ଘ ୧୨ ଦିନ ରହିବା ପରେ ମେଶିନ ଖରାପ ଅଛି କହି ଡାକ୍ତର ଭୁବନେଶ୍ୱର ଏମ୍‌ସ ହସ୍ପିଟାଲକୁ ପଠାଇଥିଲେ। ୭ ଦିନ ପରେ ଆସିବାକୁ କହି ଏମ୍‌ସ ଡାକ୍ତର ତାଙ୍କୁ ଘରକୁ ଫେରାଇ ଦେଇଥିଲେ। ପୁନର୍ବାର ଏମ୍‌ସ ଯିବା ପରେ ଡାକ୍ତର ଏକ ମାସ ପରେ ଆସିବାକୁ କହିଥିବା ନିରାକାର ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଧାର ଉଧାର କରି ସେ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଥିଲେ ବି ପୁଅ ଅଣ୍ଟାରୁ ଛୁଞ୍ଚି ବାହାରିପାରି ନ ଥିବା ନିରାକାର ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନର୍ସ ମେହେର କୁହନ୍ତି, ଏହା ଏକ ଦୁର୍ଘଟଣା। ଯେଉଁ ଭଳି ଅଭିଯୋଗ ଆସୁଛି ତାହା ମିଛ। ଉଦ୍ଦେଶ୍ୟମୂଳକ ଭାବରେ ଏଭଳି କରାଯାଉଛି। ୭ ବର୍ଷ ହେଲା ଚାକିରି କାଳରେ କେବେ ଏଭଳି ଘଟିନାହିଁ। ଏ ବିଷୟରେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା. ଘନଶ୍ୟାମ ବେହେରା କୁହନ୍ତି, ଯେଉଁ ଘଟଣା ଘଟିଛି ତାହା ଉଦ୍ଦେଶ୍ୟମୂଳକ ଭାବେ ହୋଇନାହିଁ। ଶିଶୁ ନିଜେ ଡରି ହାତରେ ଇଞ୍ଜେକଶନ ଟାଣି ଦେବାରୁ ଏଭଳି ହୋଇଛି। ବନ୍ତଳା ଥାନା ଆଇଆଇସି ପ୍ରଦୀପ କୁମାର ପ୍ରଧାନ କହିଛନ୍ତି, ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri