ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ ଠାବ ହୋଇଛି । ମିଳିଥିବା ସୂଚନା ଅନୁସାରେ, ହାତୀଟି ତାଳଚେର ବନାଞ୍ଚଳରୁ ଆସି ବନ୍ତଳା ବନାଞ୍ଚଳ ପଥରଗଡ଼ ସାହି ନିକଟରେ ଅସୁସ୍ଥ ଅବସ୍ଥାରେ ପଡିରହିଥିଲା। ତେବେ ବିଳମ୍ବିତ ରାତିରେ ଖବର ପାଇ ବନ୍ତଳା ରେଞ୍ଜର ପ୍ରସନ୍ନ କୁମାର ସାହୁ, ଫରେଷ୍ଟରେ ଶ୍ରୀନିବାସ ସାହୁଙ୍କ ସମେତ ଏକ ଟିମ ଆସି ହାତୀ ଉପରେ ନଜର ରଖିଥିଲେ। ବନବିଭାଗ ପକ୍ଷରୁ ହାତୀ ଅସୁସ୍ଥ ଥିବା ନେଇ ଗୁରୁବାର ସକାଳୁ ପ୍ରାଣୀ ଚିକିତ୍ସକଙ୍କୁ ଖବର ଦେଇଥିଲେ ।

ଖବର ପାଇ ଡ଼ା.ପ୍ରଦୀପ୍ତ କୁମାର ସିଂ, ଅନୁଗୋଳ ବନଖଣ୍ଡ ପ୍ରାଣୀ ଚିକିତ୍ସକ ଡା.କିଶୋର ଚଦ୍ର ସାହୁ, ପ୍ରାଣୀ ଚିକିତ୍ସକ ସାତକୋଶିଆ, ଅସିତ୍ ଚକ୍ରବର୍ତ୍ତୀ, ପଶୁ ଚିକିତ୍ସକ, କପିଳାସ,ପହଞ୍ଚି ଆହାତ ହାତୀର ଚିକିତ୍ସା କରିବା ଆରମ୍ଭ କରିଥିଲେ। ତେବେ ଚିକିତ୍ସା କରୁଥିବା ଡାକ୍ତରୀ ଦଳ କହିଛନ୍ତି, ପ୍ରାୟ ୫ରୁ ୬ଦିନ ତଳେ ହାତୀଟି ବନ୍ୟଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଖାଇଥିବା ଜଣାପଡୁଛି । ହାତୀର ପାଟିରେ ଓ ତାଳୁରେ ଗଭୀର କ୍ଷତ ହୋଇଥିଲା।ଏନେଇ ଅନୁଗୋଳ ଡିଏଫ୍ଓ ନୀତିଶ କୁମାର କହିଛନ୍ତି, ଗୁରୁତର ହାତୀଟି ୫୨ ଟିକିଆ ହାତୀପଲ ସହ ସକ୍ରିୟ ଭାବେ ବୁଲାବୁଲି କରୁଥିଲା ।

ଗତ ୧୩ ତାରିଖରୁ ଢେଙ୍କାନାଳ, ଅନୁଗୋଳ, ତାଳଚେର ବନାଞ୍ଚଳରେ ବୁଲାବୁଲି କରିବା ସମୟରେ କୌଣସି ସ୍ଥାନରେ ବିଷ୍ଫୋରକ ଦ୍ରବ୍ୟ ଖାଇଥିବା ଅନୁମାନ କରାଯାଉଛି । ତେବେ ହାତୀର ଚିକିତ୍ସା ଜାରିଥିବା ବେଳେ, ତାକୁ ଅଧିକ ଚିକିତ୍ସା ପାଇଁ କପିଳାସ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ଗୁରୁବାର ବିଳମ୍ବିତ ରାତିରେ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସ୍ଥାନାନ୍ତରିତ ବେଳେ, କପିଳାସ ପହଞ୍ଚିବା ପୂର୍ବରୁ ହାତୀଟିର ମୃତ୍ୟୁ ହୋଇଥିବା ରେଞ୍ଜର କହିଛନ୍ତି । ମୃତ୍ୟୁବରଣ କରିଥିବା ଅଣ୍ଡିରା ହାତୀର ବୟସ ୬ରୁ ୭ ବର୍ଷ ହୋଇଥିବା ଅନୁମାନ କରାଯାଇଛି।

ଏନେଇ ଜିଲାର ବୁଦ୍ଧିଜୀବୀ ପ୍ରାଣୀ ପ୍ରେମୀମାନେ ଚ଼ନ୍ତା ପ୍ରକଟ କରିବା ସହ ହାତୀଟି ବିସ୍ଫୋରକ ଖାଇଥିବା ବନବିଭାଗ କିପରି ଜାଣି ପାରିଲାନି ବୋଲି ପ୍ରଶ୍ନ କରିଛନ୍ତି। ଏଥି ସହ ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନାଞ୍ଚଳରେ ବନ୍ୟ ପ୍ରାଣୀ ଶିକାର ପାଇଁ ବିଷ୍ଫୋରକ ଦ୍ରବ୍ୟ, ବେଆଇନ୍ ବିଦ୍ୟୁତ ହୁକିଂ ଦ୍ୱାରା ଶିକାର କରୁଥିବା ଶିକାରୀମାନଙ୍କ ପ୍ରାଦୁର୍ଭାବ ବଢି ଚାଲିଥିଲା ବେଳେ ଏଦିଗରେ ବନବିଭାଗ ନିଷ୍କ୍ରିୟ ହୋଇପଡିଥିବା ସେମାନେ ଅଭିଯୋଗ କରିଛନ୍ତିି। ତେବେ ଶିକାରୀମାନଙ୍କ ଉପରେ ଦୃଷ୍ଟି ଦିଆଯାଉଛି ଓ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅନୁଗୋଳ ଡିଏଫଓ କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri