ଛାନୁଆରେ ମଦ ବିକ୍ରିକୁ ବିରୋଧ: ଜିଲାପାଳଙ୍କୁ ଭେଟିଲେ ମହିଳା

ବାଲେଶ୍ୱର ଅଫିସ, ୨୨।୧୦- ବାଲେଶ୍ୱର ଜିଲା ବସ୍ତା ବ୍ଲକ ଛାନୁଆ ପଞ୍ଚାୟତରେ ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ ନିଶାଦ୍ରବ୍ୟ କାରବାର ଚାଲିଛି। ଏହାକୁ ରୋକିବା ଲାଗି ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ମଙ୍ଗଳବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଜିଲାପାଳ ଚକ୍ରବର୍ତ୍ତୀ ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ସହ ଆଲୋଚନା କରି ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଛାନୁଆ ପଞ୍ଚାୟତର ଛାନୁଆଁ ନରାଡ଼ ସ୍କୁଲ, ହାଇସ୍କୁଲ ପାଚେରି ଏବଂ ମହାଦେବ ମନ୍ଦିର ନିକଟରେ ଦେଶୀ, ବିଦେଶୀ ମଦ ସହ ବ୍ରାଉନ୍‌ସୁଗାର ବିକ୍ରି ହେଉଛି। ଗାଁର ପୁରୁଷ ଲୋକମାନେ ନିଶାସେବନ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ମଦ ବିକ୍ରିକୁ ବିରୋଧ କଲେ ମାଫିଆମାନେ ଉଠାଇ ନେବାର ଧମକ ଦେଉଛନ୍ତି ବୋଲି ସ୍ବୟଂ ସହାୟକ ସଂଘର ନେତ୍ରୀ ଶାନ୍ତିଲତା ଦାସ କହିଛନ୍ତି। ଉକ୍ତ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ସଂଘର ସଦସ୍ୟାମାନେ ଏକାଠି ହୋଇ ଜିଲାପାଳଙ୍କୁ ଭେଟି ବେଆଇନ ନିଶା କାରବାରକୁ ରୋକିବା ପାଇଁ ନିବେଦନ କରିଛନ୍ତି। ଏହା କରା ନ ଗଲେ ଆଗାମୀ ଦିନରେ ଜନଆନ୍ଦୋଳନ ହେବ ବୋଲି ‘ଜନନୀ ପରିବାର’ର ମୁଖ୍ୟ ଜ୍ୟୋତ୍ସ୍ନା ମହାନ୍ତି ଚେତାବନୀ ଦେଇଛନ୍ତି। ଇନ୍ଦୁମତି ବେହେରା, କବିତା ଜେନା, କଲ୍ୟାଣୀ ଜେନା, ସନ୍ଧ୍ୟାରାଣୀ ଦାସ, ଅଞ୍ଜନା ବେହେରା, ପ୍ରମିଳା ସେଠୀ, ଗୀତାଞ୍ଜଳି ଦାସ, ମମତା ଜେନା, ପ୍ରଭାତି ଦଳେଇ, ଭାରତୀୟ ଭୂୟାଁ ପ୍ରମୁଖ ଶତାଧିକ ମହିଳା ଜିଲାପାଳଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଇଁଚପୁର ପଞ୍ଚାୟତକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓ କହିଲେ….

ଗଞ୍ଜାମ,୨୫ା୭(ବିଦ୍ୟାଧର ସାହୁ ): ପନ୍ଦର ପଞ୍ଚାୟତକୁ ନେଇ ଗଠିତ ହୋଇଛି ଗଞ୍ଜାମ ବ୍ଲକ । ପଞ୍ଚାୟତବାସୀ କିଭଳି ସରକାରଙ୍କ ବିଭିନ୍ନ ସେବା ପାଇ ପାରିବେ ସେଥିପାଇଁ ପ୍ରଶାସନ…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଲା ଅନାସ୍ଥା ପ୍ରସ୍ତାବ

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୨ ଜଣ ସଭ୍ୟଙ୍କ ମଧ୍ୟରୁ…

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ,…

ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୨ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

ନିଶା କାରବାରରେ ପୋଲିସର ହାତ: ମୁହଁ ଖୋଲିଲେ ଇନ୍‌ଫର୍ମର

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ଥମିବା ନାଁ ନେଉନାହିଁ। ତେବେ କିଛି ପୋଲିସ କର୍ମଚାରୀ ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା ଯୋଗୁ ଏଭଳି କାରବାରକୁ…

ସାର ବିକ୍ରିରେ ଅନିୟମିତତା: ୬ ଡିଲରଙ୍କ ଲାଇସେନ୍ସ ରଦ୍ଦ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ଜୋରସୋର୍‌ରେ ଚାଲିଥିଲାବେଳେ ସାରର କୃତ୍ରିମ ସଙ୍କଟ ଏବଂ କଳାବଜାର ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ଅଭିଯୋଗ ପାଇବା ପରେ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri