ଛାତ୍ରୀ ନିବାସର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଜୟପୁର,୧୨।୨(ଡି.ଏନ୍‌.ଏ.) – ଜୟପୁର ବ୍ଲକ ବାମୁଣିପୁଟରେ ମଙ୍ଗଳ ବିଭାଗର ବିଦ୍ୟାଳୟ ଓ ଜୁନିୟର କଲେଜ ରହିଛି। କିନ୍ତୁ ଏହି ବିଦ୍ୟାଳୟର ଜୁନିୟର ମହାବିଦ୍ୟାଳୟ ପାଇଁ ନିର୍ମାଣ ହୋଇଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ନିବାସ କେତେ ସୁରକ୍ଷିତ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବାମୁଣିପୁଟ ବିଦ୍ୟାଳୟରେ ୨୦୧୮-୧୯ରେ ଯୁକ୍ତ ୨ ବିଜ୍ଞାନ ଆରମ୍ଭ ହୋଇଛି। ଏଥିପାଇଁ ବିଦ୍ୟାଳୟ ଅଫିସ୍‌ରୁ ୨୦୦ ଫୁଟ ଦୂରରେ ଜୁନିୟକ କଲେଜ ଶ୍ରେଣୀଗୃହ, ବିଜ୍ଞାନ ପରୀକ୍ଷାଗାର, ପାଖରେ ଛାତ୍ରୀ ନିବାସ ଓ ଏହାର ପାଚେରି ନିର୍ମାଣ ହୋଇଛି। ପାଚେରି ୬ଫୁଟ ଉଚ୍ଚ ହୋଇଥିବା ଯୋଗୁ ଉକ୍ତ ବିଦ୍ୟାଳୟର ଛାତ୍ରଙ୍କ ସମେତ ବାହାର ଯୁବକ ପାଚେରି ଡେଇଁ ଛାତ୍ରୀ ନିବାସ ପରିସରରେ ପ୍ରବେଶ କରିପାରିବେ। ବୁଧବାର ଖବର ସଂଗ୍ରହ ପାଇ ‘ଧରିତ୍ରୀ’ ଖବରଦାତା ଉକ୍ତ ବିଦ୍ୟାଳୟକୁ ଯାଇଥିବା ବେଳେ କେତେକ ଛାତ୍ର ଉକ୍ତ ଛାତ୍ରୀ ନିବାସ ପାଚେରିରେ ଚଢ଼ିଥିଲେ। କିନ୍ତୁ ଖବରଦାତାଙ୍କୁ ଦେଖି ଦୌଡ଼ି ପଳାଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଯୋଗାଯୋଗ କରିବାରୁ ସେମାନେ କହିଥିଲେ, ୨୦୧୭ରୁ ସ୍ଥାପନା ହେବା ଦିନଠାରୁ ଛାତ୍ରୀ ନିବାସର ମାଟ୍ରୋନ ନିଯୁକ୍ତ ହୋଇନାହାନ୍ତି। ରୋଷେଇ କରୁଥିବା ମହିଳା ରାତିରେ ଏଠାରେ ରହୁଛଛି। ଛାତ୍ରୀ ନିବାସର ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା ହୋଇନାହିଁ। ବିଦ୍ୟାଳୟ କାର୍ଯ୍ୟାଳୟରୁ ଛାତ୍ରୀ ନିବାସ ୨୦୦ ଫୁଟ ଦୂରରେ ଥିବାରୁ ଏହା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନଜରକୁ ଆସିପାରୁ ନାହିଁ। ଏଠାରେ ଦୁଇସ୍ତରୀୟ ପାଚେରି ବ୍ୟବସ୍ଥା ନିୟମ ଥିଲେ ମଧ୍ୟ କେବଳ ଛାତ୍ରୀ ନିବାସରେ ପାଚେରି ରହିଛି। କିନ୍ତୁ ଯୁକ୍ତ ୨ ଛାତ୍ର ନିବାସ କିମ୍ବା ପରିସରରେ ପାଚେରି ନାହିଁ। ଏନେଇ ପ୍ରଧାନଶିକ୍ଷକ କୁଣ୍ଡଳ ବାଘ କହିଛନ୍ତି, ଛାତ୍ରୀ ନିବାସ ନିକଟରେ ଶିକ୍ଷକଙ୍କ ବାସଗୃହ ରହିଛି। ମାଟ୍ରୋନ ନ ଥିବା ଯୋଗୁ ସମସ୍ୟା ହେଉଛି। ଜିଲା ମଙ୍ଗଳ ଅଧିକାରୀଙ୍କ ଫୋନକୁ ବାରମ୍ବାର କଲ୍‌ ଓ ମେସେଜରେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କଠାରୁ ଉତ୍ତର ମିଳି ନ ଥିଲା। ଆଇଟିଡିଏ ପିଏ ଗୋପୀନାଥ ସାରକା କହିଛନ୍ତି, ଏନେଇ କି ବ୍ୟବସ୍ଥା ହୋଇପାରିବ, ତଦାରଖ ପରେ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri