ଛତ୍ରବଜାର କମ୍ପୋଷ୍ଟ ପ୍ଲାଣ୍ଟରେ ପ୍ରସ୍ତୁତ ହେବ ଜୈବିକ ଖତ

କଟକ ଅଫିସ,୨୪ା୭: କଟକ ମହାନଗର ନିଗମ (ସିଏମ୍‌ସି)ରେ ଦିନକୁଦିନ ଆବର୍ଜନା ବଢିବାରେ ଲାଗିଛି। ଯାହାଫଳରେ ପରିବେଶ ପ୍ରଦୂଷିତ ହେଉଛି। ଏହା ସିଏମ୍‌ସିର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅନ୍ୟପକ୍ଷେ ସହରରେ କୁଢ କୁଢ ଆବର୍ଜନା ଗଦା ନ କରିବାକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ରହିଛି। ଯାହାପାଇଁ ସିଏମ୍‌ସିର ନିଦ ହଜିଯାଇଛି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ଢାଞ୍ଚାରେ ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ ସିଏମ୍‌ସି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି। ସହରରେ ଏବେ ଦିନକୁ ୧୫୦ ମେଟ୍ରିକ ଟନ ଆବର୍ଜନା ବାହାରୁଛି। ସେହି ହିସାବରେ ମାସକୁ ୪୫୦୦ ମେଟ୍ରିକ ଟନ ଆବର୍ଜନା ବାହାରୁଛି। ଏଣିକି ଆଉ ଆବର୍ଜନା ପଡ଼ି ରହିବାକୁ ଦିଆଯିବନାହିଁ। ଏହାକୁ ଜୈବିକ ଖତରେ ପରିଣତ କରାଯାଇ ସିଏମ୍‌ସିର ବିଭିନ୍ନ ପାର୍କରେ ଉପଯୋଗ କରାଯିବ। ଏଥିସହ ଅବଶିଷ୍ଟ ଖତକୁ ବିକ୍ରି କରାଯିବା ପାଇଁ ସିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ସହରରେ ପ୍ରତି ୱାର୍ଡରୁ କୁଢ କୁଢ ଆବର୍ଜନା ବାହାରୁଛି। ଏହି ଆବର୍ଜନାକୁ ଛତ୍ରବଜାର ଦାସସାହିରେ ନିର୍ମାଣ ହୋଇଥିବା କମ୍ପୋଷ୍ଟ ପ୍ଲାଣ୍ଟରେ ଭର୍ତ୍ତି କରାଯାଇ ଜୈବିକ ଖତ ପ୍ରସ୍ତୁତ କରାଯିବ। ମୁଖ୍ୟତଃ ଛତ୍ରବଜାରରୁ ଅଧିକ ଜୈବିକ ଆବର୍ଜନା ବାହାରୁଥିବା ଯୋଗୁ ଏହି ଅଞ୍ଚଳ ଅଧିକ ପ୍ରଦୂଷିତ ହୋଇଥାଏ। ତେଣୁ ପଚା ପରିବାପତ୍ରଠାରୁ ଆରମ୍ଭ କରି ଆମଦାନୀ ହେଉଥିବା ଫଳ ଆଦିରେ ପାଳ, କଦଳୀପତ୍ର ବ୍ୟାପକ ପରିମାଣରେ ଆସିଥାଏ। ଯାହାକି ଟ୍ରକରୁ ଅନ୍‌ଲୋଡ ବେଳେ ଏହି ଆବର୍ଜନାଗୁଡ଼ିକ ରାସ୍ତା କିମ୍ବା ତାଳଦଣ୍ଡା କେନାଲ ନିକଟରେ ଫିଙ୍ଗି ଦିଆଯାଏ। ଯାହାର ପ୍ରଭାବରେ ଛତ୍ରବଜାର ଅଞ୍ଚଳ ସର୍ବଦା ଆବର୍ଜନାମୟ ରହିଥାଏ। ତେଣୁ ପ୍ରଥମେ ଏହି ଆବର୍ଜନାକୁ ଜୈବିକ ଖତରେ ପରିଣତ କରାଗଲେ ସିଏମ୍‌ସିର ଆବର୍ଜନାଗୁଡ଼ିକ ପୁଣି ବ୍ୟବହାର କରାଯିବା ସହ ରାଜସ୍ବ ବୃଦ୍ଧି ପାଇବ। ଏହି ଖତକୁ ସିଏମ୍‌ସିରେ ଥିବା ଛୋଟ ବଡ଼ ୪୫ଟି ପାର୍କ ସମେତ ସିଡିଏର ୬ଟି ପାର୍କରେ ଜୈବିକ ଖତ ବ୍ୟବହାର କରାଯାଇ ଏଥିରେ ଲାଗିଥିବା ଗଛଗୁଡିକୁ ଉନ୍ନତ କରାଯିବା ସହ ପାର୍କ ସବୁଜିମା କରାଯାଇ ପାରିବ। ଏହି ଆବର୍ଜନାଗୁଡ଼ିକୁ କମ୍ପୋଷ୍ଟରେ ପରିଣତ କରି ବ୍ୟବହାର କରାଗଲେ ଖତ ବାବଦରେ ଖର୍ଚ୍ଚ ହେଉଥିବା ସିଏମ୍‌ସିର ପାଖାପାଖି ୫୦ ହଜାର ଟଙ୍କା ସଞ୍ଚୟ ହେବା ସହ ବଳକା ରହୁଥିବା ଖତକୁ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ୟାକେଟ କରି ବଜାରରେ ବିକ୍ରି କରାଯାଇ ସିଏମ୍‌ସିର ଆୟ ବୃଦ୍ଧି କରାଯିବ। ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ମଧ୍ୟ ଏହାଦ୍ୱାରା ରୋଜଗାରର ବାଟ ପାଇ ପାରିବେ। ଯାହାଫଳରେ ଆବର୍ଜନା ପରିଚାଳନା ସହଜରେ ହୋଇପାରିବା ସହ ସିଏମ୍‌ସି ଏବଂ ଏସ୍‌ଏଚ୍‌ଜିର ରୋଜଗାର ମଧ୍ୟ ବୃଦ୍ଧି ପାଇବ ବୋଲି ସିଏମ୍‌ସି ସେକ୍ରେଟାରୀ ଲତାଶ୍ରୀ ବାଗ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri