ଛତ୍ରପୁରର ବିଭିନ୍ନ ସମସ୍ୟା ସମାଧାନ ଚିନ୍ତା: ଏକାଠି ଆଲୋଚନା କଲେ ସମସ୍ତ ସଂଘ

ଛତ୍ରପୁର,୬।୭(ଡି.ଏନ.ଏ) -ଛତ୍ରପୁର ସହରର ବିଭିନ୍ନ ସମସ୍ୟା ଆଲୋଚନା କରିବା ଏବଂ ଏହାର ସମାଧାନ ପାଇଁ ଆଗାମୀ ଦିନରେ କିି ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା ନିମନ୍ତେ ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁର ଓକିଲ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ା ଏଥିରେ ଓକିଲ ସଂଘର ସଭାପତି କେ. ଶିବରାମ ରେଡ୍ଡୀ ଅଧ୍ୟକ୍ଷତା କରିଥିଲୋ ବୈଠକରେ ଓକିଲ ସଂଘ ସମେତ ବ୍ୟବସାୟୀ ସଂଘ, ବସ ମାଲିକ ସଂଘ, ନାଗରିକ କମିଟି ଓ ପ୍ରେସ୍‌ କ୍ଲବର ପ୍ରତିନିଧିମାନେ ଯୋଗଦେଇଥିଲୋ ପ୍ରାରମ୍ଭରେ ଓକିଲ ସଂଘ ସଭାପତି ବିଭିନ୍ନ ସମସ୍ୟା ଉପସ୍ଥାପନ
କରିଥିଲେ ା ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ବିଳମ୍ବ ହେଉଥିବା ସମ୍ପର୍କରେ ଆଲୋଚନା ହୋଇଥିଲାା ଉକ୍ତ ବିଦ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ଜମି ଓ ଅସ୍ଥାୟୀ କ୍ୟାମ୍ପସ ପାଇଁ ଅନସ୍ଲୋ କୋଠା ତୁରନ୍ତ ହସ୍ତାନ୍ତର କରିବା ଆବଶ୍ୟକ ବୋଲି ଓକିଲ ପ୍ରଦୀପ ପାଢୀ କହିଥିଲେ ା ଛତ୍ରପୁରର ବିକାଶ ସମ୍ପର୍କରେ ମାସକରେ ଗୋଟିଏ ଦିନ ସବୁ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ସଂଘର ପ୍ରତିନିଧିଙ୍କୁ ନେଇ ଜିଲାପାଳ ବୈଠକ କରିବା ଆବଶ୍ୟକ ଥିବା ଓକିଲ ବି. ଶ୍ରୀନିବାସ ପ୍ରସ୍ତାବ ଦେଇଥିଲେ ା କେନ୍ଦ୍ରୀୟ ବିଦ୍ୟାଳୟ ଓ ଉକ୍ତ ବୈଠକ କରିବା ସମ୍ପର୍କରେ ଶନିବାର ଜିଲାପାଳଙ୍କୁ ଭେଟି ଏକ ପ୍ରତିନିଧି ଦଳ ଆଲୋଚନା କରି ଦାବି ଜଣାଇବ ବୋଲି ସଂଘ ସଭାପତି ରେଡ୍ଡୀ ସୂଚନା ଦେଇଥିଲେ ା ଏଥିସହ ଅନ୍ୟ ସମସ୍ୟା ସମ୍ପର୍କରେ ମଧ୍ୟ ନିୟମିତ ଜିଲାପାଳ ଓ ଏସପିଙ୍କୁ ଭେଟି ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି ା ସମସ୍ୟା ସମାଧାନ ନ ହେଲେ ସବୁ ସଂଘର ମିଳିତ ବୈଠକ ବସି ଆଗାମୀ ପଦକ୍ଷେପ ନିଆଯିବ। ଛତ୍ରପୁର ବାଇପାସ୍‌ ଜାତୀୟ ରାଜପଥରେ ଫ୍ଲାଇଓଭର ଆବଶ୍ୟକ ଥିବା ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା ପ୍ରସଙ୍ଗ ଉଠାଇଥିଲେ ା ଛତ୍ରପୁର ସହର ପ୍ରତି ସବୁ ବେଳେ ଅବହେଳା କରାଯାଉଛି ଏବଂ ଏକ କମିଟି ଗଠନ କରି ପ୍ରଶାସନ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ ପୂର୍ବତନ ଓକିଲ ସଂଘ ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା ପ୍ରସ୍ତାବ ଦେଇଥିଲେ ା ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ଦେବା ଏବଂ ଟ୍ରେଡ୍‌ ଓ ହୋଲ୍ଡିଂ ଟିକସର ସଂଶୋଧନ କରିବା ସମ୍ପର୍କରେ ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି ଦାବି କରିଥିଲେ ା ଛତ୍ରପୁର ହସ୍ପିଟାଲକୁ ହେଡକ୍ୱାର୍ଟର ହସ୍ପିଟାଲର ମାନ୍ୟତା ଦେବା ଆବଶ୍ୟକ ଥିବା ବଡବଜାର ବ୍ୟବସାୟୀ ସଂଘ ସଭାପତି ପ୍ରଫୁଲ୍ଲ ସେନାପତି କହିଥିଲେ ା ହାଟ ସ୍ଥାନାନ୍ତର, ମାଛ ଓ ପନିପରିବା ଦର ଉପରେ ନିୟନ୍ତ୍ରଣ, ଓପନ୍‌ ଜିମ୍‌ ପାଇଁ ଅପରବସଷ୍ଟାଣ୍ଡ ବ୍ୟବସାୟୀ ସଂଘର ସଭାପତି ବି. ରାଜୁ ବାବୁ ଦାବି କରିଥିଲୋ ବୈଠକରେ ଓକିଲ ସଂଘର ସମ୍ପାଦକ ଏସ୍‌ ଶ୍ୟାମ ସୁନ୍ଦର ରାଓ, ଉପସଭାପତି ସନ୍ତୋଷ ପଶୁପାଳକ, ନାଗରିକ କମିଟିର ସମ୍ପାଦକ ସୁଧୀର ସାହୁ, ଓକିଲ ରାମକୃଷ୍ଣ ଦାଶ, ପ୍ରଫୁଲ୍ଲ ପଟ୍ଟନାୟକ, ରିକାପଲ୍ଲୀ ବ୍ୟବସାୟୀ ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ରାଜେନ୍ଦ୍ର ସେନାପତି, ରବୀନ୍ଦ୍ର ନାଥ ପଣ୍ଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ା ମାସର ଶେଷ ସୋମବାର ଏହି କମିଟିର ବୈଠକ ଅନୁଷ୍ଠିତ ହେବ ା


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?