ଛତିଶଗଡ଼ରୁ ଓଡ଼ିଶାକୁ ଆସୁଛି ଜାଲ୍‌ ନୋଟ୍‌

ଭୁବନେଶ୍ୱର, ୭ା୩(ବ୍ୟୁରୋ): ବ୍ରାଉନ ସୁଗାର କାରବାର ଓ ବାଂଲାଦେଶରୁ ଯୁବତୀ ଚାଲାଣ ଉପରେ ଅଙ୍କୁଶ ଲଗାଇବା ପରେ ଏସ୍‌ଟିଏଫ୍‌ ନଜର ଏବେ ଓଡ଼ିଶାକୁ ଆସୁଥିବା ଜାଲ୍‌ ନୋଟ ଉପରେ। ଜାଲ୍‌ ନୋଟ୍‌ କାରବାର ରୋକିବା ପାଇଁ ଏସ୍‌ଟିଏଫ୍‌ ଅଣ୍ଟା ଭିଡ଼ିଛି। ଏହି କ୍ରମରେ ଶୁକ୍ରବାର ଏସ୍‌ଟିଏଫ୍‌ ବରଗଡ଼ ଜିଲା ଭଟଲି ଛକରେ ଚଢାଉ କରି ଜାଲନୋଟ କାରବାରରେ ସମ୍ପୃକ୍ତ ୨ଜଣ ମାଷ୍ଟରମାଇଣ୍ଡଙ୍କ ସମେତ ଜଣେ ଗ୍ରାହକଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଲକ୍ଷ ୬ଶହ ଟଙ୍କା ଜାଲ୍‌ ନୋଟ ଜବତ କରାଯାଇଛି। ତନ୍ମଧ୍ୟରେ ୨୮୮ଟି ୫ଶହ ଟଙ୍କିଆ, ୨୩୩ଟି ୨ଶହ ଟଙ୍କିଆ ଏବଂ ୧୦୦ଟି ୧୦୦ ଟଙ୍କିଆ ଜାଲ ନୋଟ ରହିଛି। ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ଜିଲା ରାୟଗଡ଼ ସରିଆ ଅଞ୍ଚଳର ମଙ୍ଗୁଲ ମାଲଖର(୪୨), ବରଗଡ଼ ଜିଲା ବରପାଲିର ପ୍ରଫୁଲ୍ଲ ମେହେର(୫୬) ଏବଂ ଗ୍ରାହକ କଟକ ଜିଲା ଲାଲବାଗ ଥାନା ଅଧୀନ ଶେଲଟର ଛକର ସୁଦର୍ଶନ ମହାନ୍ତି(୩୬)। ଏମାନଙ୍କୁ ଏସ୍‌ଟିଏଫ୍‌ ଗିରଫ କରିବା ପରେ ବରଗଡ଼ ସଦର ଥାନା ପୋଲିସକୁ ହସ୍ତାନ୍ତର କରିଥିଲା। ଏ ନେଇ ବରଗଡ଼ ସଦର ଥାନାରେ ଆଇପିସି ଦଫା ୪୮୯(ଏ), ୪୮୯(ବି), ୪୮୯(ସି), ୧୨୦(ବି)ରେ କେସ୍‌ ନଂ. ୯୪/୨୦ ରୁଜୁ ହୋଇଛି। ପରେ ପୋଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri