ଛତିଶଗଡ଼ ସୀମାନ୍ତରେ ଚାଷୀଙ୍କୁ ପଙ୍ଗପାଳ ଭୟ

ନୂଆପଡ଼ା ଅଫିସ,୨ା୬- ନୂଆପଡ଼ା ଜିଲାବାସୀ କରୋନା ମହାମାରୀକୁ ନେଇ ଚିନ୍ତାରେ ଥିବା ବେଳେ ଛତିଶଗଡ ପଟୁ ପଙ୍ଗପାଳ ମାଡିଆସୁଥିବା ନେଇ ଚାଷୀ ଚିନ୍ତିତ ହୋଇପଡିଛନ୍ତି। ଚାଷୀଙ୍କ ସହ କୃଷି ବିଭାଗ ସୀମାନ୍ତରେ ଦୃଷ୍ଟି ରଖିଛି। ଇତିମଧ୍ୟରେ ଜିଲା କୃଷି ବିଭାଗ ତୁହାକୁ ତୁହା ବୈଠକ କରି ପଙ୍ଗପାଳ ଅଟକାଇବା ନେଇ ପ୍ରସ୍ତୁତି କରୁଛି । ବର୍ତ୍ତମାନ ଛତିଶଗଡ଼ ରାଜ୍ୟ କରୁଆଁ ଜିଲା ଭରତପୁରର ୩/୪ଟି ଗାଁରେ ପଙ୍ଗପାଳ ପହଞ୍ଚି ଥିବା କୁହାଯାଉଛି। ଯଦି ସେମାନେ ଓଡ଼ିଶା ମୁହାଁ ହୁଅନ୍ତି ତେବେ ପରିସ୍ଥିତି ସାଂଘାତିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସମ୍ପ୍ରତି ଜିଲାର ସୀମାନ୍ତ ଅଞ୍ଚଳ ନୂଆପଡା, ଖଲନା, ସାରାବଙ୍ଗ, କେନ୍ଦୁବାହାରା, ପରକୋଡ, ବେଲଟୁକୁରୀ ଆଦି ଗାଁରେ ରବିଧାନ ଅମଳ ସରି ନ ଥିବାରୁ ଚାଷୀମାନେ ଚିନ୍ତାରେ ଅଛନ୍ତି। ପରସ୍ଥିତିକୁ ଦୃଷ୍ଟିରେ ରଖି ଜିଲା କୃଷି ଉପନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ଜରୁରିକାଳୀନ ବୈଠକ ବସିଥିଲା। ଏଥିରେ ପଙ୍ଗପାଳ ସମ୍ଭାବ୍ୟ ଆଗମନକୁ ନେଇ ସମ୍ପୃକ୍ତ ଅଞ୍ଚଳର ଚାଷୀମାନଙ୍କୁ ସତର୍କ କରିଦିଆଯାଇଛି । ବୈଠକରେ ସମସ୍ତ କୃଷି କର୍ମଚାରୀ,ଔଷଧ ଡିଲରମାନଙ୍କୁ ଆବଶ୍ୟକ ପରିମାଣର ଔଷଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କୀଟମାନେ ପାଗ କୋହଲା ହେଲେ ଆଗକୁ ଆଗକୁ ଯାଇ ପାରି ନ ଥାନ୍ତି। ବର୍ତ୍ତମାନ ଓଡ଼ିଶାରେ ମଝିରେ ମଝିରେ ବର୍ଷା ହେଉଥିବାରୁ ଚାଷୀଙ୍କୁ ବେଶି ଭୟଭୀତ ହେବାର ନାହିଁ। ଏମାନଙ୍କୁ ମୁକାବିଲା କରିବାକୁ ଆମ ନିକଟରେ ଯଥେଷ୍ଟ ଦକ୍ଷତା ରହିଛି ବୋଲି ସହକାରୀ କୃଷି ଅଧିକାରୀ ହିମାଂଶୁ କୁମାର ମହାପାତ୍ର କହିଛନ୍ତି। ଏମାନଙ୍କ ଆଗମନ ଉପରେ ଟିକିଏ ସୁରାକ ପାଇଲେ ତତ୍‌କ୍ଷଣାତ କୃଷି କର୍ମଚାରୀଙ୍କୁ ସୂଚନା ଦେବାକୁ କୁହାଯାଇଛି । ଏହାକୁ ନେଇ ଏକ କଣ୍ଟ୍ରୋଲ ରୁମ୍‌ କରାଯାଇଛି । ଚାଷୀମାନେ ୨୪ଘଣ୍ଟା ମୋବାଇଲ ନମ୍ବର୯୪୩୯୨୬୪୬୯୫ରେ ଯୋଗାଯୋଗ କରିବାକୁ ଜିଲା କୃଷି ଉପନିର୍ଦ୍ଦେଶକ ଜାହିଦ ମହମ୍ମଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri